ଦେଶଭକ୍ତିର ପରିଚୟ ଛୋଟ ପରିବାର

ସୟଦ୍‌ ସଫିର୍‌ ଅଲି
ଗତ ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ଏକ ପ୍ରମୁଖ ଅଂଶ ଥିଲା ଦେଶଭକ୍ତିର ପରିଚୟ ଛୋଟ ପରିବାର। ଏପରି ଏକ ମହାନ୍‌ ଚିନ୍ତାଧାରାକୁ ଗଣମାଧ୍ୟମଗୁଡ଼ିକ ନିଜ ନିଜ ଶୈଳୀରେ ଉପସ୍ଥାପିତ କଲେ। କେଉଁଠି ଅତିରଞ୍ଜିତ ତ କେଉଁଠି ବାସ୍ତବତାଠାରୁ ଦୂରରେ। କିଛି ତଥାକଥିତ ନେତା ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଲଦିଦେଇ ଭାରତକୁ ଆସନ୍ନ ଭୟର ଖୋରାକ ଯୋଗାଇବାରେ ଲାଗିଗଲେ।
ଅନେକ ନେତାଙ୍କ ଆକ୍ଷେପ ମୁସଲମାନ ଜନସଂଖ୍ୟା ଉପରେ। ଜନସଂଖ୍ୟା ନିଶ୍ଚିତ ରୂପେ ବୃଦ୍ଧି ପାଇଛି ଏଥିରେ ଦ୍ବିମତ ନାହିଁ। ଏହା ମାନିବାକୁ ପଡ଼ିବ ଯେ, ଅନ୍ୟାନ୍ୟ ଧର୍ମର ଲୋକସଂଖ୍ୟାର ଶତକଡ଼ା ଅଭିବୃଦ୍ଧି ଅପେକ୍ଷା ମୁସଲମାନଙ୍କ ଅଭିବୃଦ୍ଧିର ଶତକଡ଼ା ହାର କିଛି ଅଧିକ ରହିଛି। ତେବେ ପୂର୍ବ ତିନୋଟି ଦଶନ୍ଧି ମଧ୍ୟରେ ଭାରତର ଜନଗଣନାକୁ ଯଦି ହିସାବକୁ ନିଆଯାଏ ତେବେ ଅନ୍ୟ ଏକ ହିସାବ ଆମ ସାମ୍‌ନାକୁ ଆସୁଛି, ଯାହାକୁ ସାରା ଭାରତବର୍ଷ ସ୍ବୀକାର କରିବାକୁ ପଡ଼ିବ। ତାହା ସୂଚାଇ ଦିଏ ଯେ, ବିଗତ ତିନି ଦଶନ୍ଧିରୁ ଏହି ଅଭିବୃଦ୍ଧିର ଶତକଡ଼ା ହାର କ୍ରମଶଃ ନିମ୍ନଗାମୀ। ଏହାକୁ କ୍ବଚିତ୍‌ ଗଣମାଧ୍ୟମ ଲୋକଲୋଚନକୁ ଆଣୁଛନ୍ତି।
୧୯୮୧ ଜନଗଣନା ଅନୁସାରେ ଭାରତରେ ଇସଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା ୮.୦୩ କୋଟି ଥିଲା। ୧୯୯୧ ଜନଗଣନା ଅନୁସାରେ ଏହି ସଂଖ୍ୟା ୧୦.୬୭ କୋଟିରେ ପହଞ୍ଚିଲା। ଅର୍ଥାତ୍‌ ଏହି ସମୟ ମଧ୍ୟରେ ମୁସଲମାନ ଜନସଂଖ୍ୟା ଅଭିବୃଦ୍ଧିର ହାର ୩୨.୮୮ ପ୍ରତିଶତ ହୋଇଥିଲା। ଏହାର ପରବର୍ତ୍ତୀ ଜନଗଣନା ବର୍ଷ ୨୦୦୧ ମସିହାରେ ମୁସଲମାନଙ୍କ ସଂଖ୍ୟା ୧୩.୮୨ କୋଟି ହେଲା। ଅର୍ଥାତ୍‌ ଅଭିବୃଦ୍ଧିର ଶତକଡ଼ା ହାର ୨୯.୫୨ରେ ପହଞ୍ଚିଲା। ବର୍ତ୍ତମାନ ୨୦୧୧ ଜନଗଣନାର ହିସାବ ଅନୁଯାୟୀ ମୁସଲମାନଙ୍କ ସଂଖ୍ୟା ୧୭.୨୨ କୋଟିରେ ପହଞ୍ଚିଛି, ଯାହାର ଶତକଡ଼ା ଅଭିବୃଦ୍ଧି ହାର ୨୪.୬୦। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ, ମୁସଲମାନଙ୍କ ଅଭିବୃଦ୍ଧି ହାର ଭାରତ ପାଇଁ ସେତେ ଚିନ୍ତାଜନକ ନୁହେଁ, ଯେତେ ଏହାକୁ ଅତିରଞ୍ଜିତ କରାଯାଉଛି। ୧୯୯୧ ଜନଗଣନା ସମୟରେ ଯେତେବେଳେ ଏହାର ଅଭିବୃଦ୍ଧି ହାର ଶତକଡ଼ା ୩୨.୮୮ ହୋଇଥିଲା ଏବେ ତାହା କ୍ରମଶଃ ଶତକଡ଼ା ୮.୨୮ ପ୍ରତିଶତ ନିମ୍ନଗାମୀ ହୋଇ ଅଭିବୃଦ୍ଧିର ଶତକଡ଼ା ହାର ୨୪.୬ରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଆଉ ଏକ ପରିସଂଖ୍ୟାନକୁ ତର୍ଜମା କଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦେଶଭକ୍ତିର ତତ୍ତ୍ବକୁ ଗ୍ରହଣ କରାଯାଏ, ତେବେ ୧୪୯ ଲୋକ ସଭା ସଦସ୍ୟ ନିଜର ଦେଶଭକ୍ତି ପରିଚୟଠାରୁ ଦୂରେଇ ଯିବେ। ଯାହାଙ୍କର ତିନି ବା ତତୋଽଧିକ ସନ୍ତାନ ରହିଛନ୍ତି। ଦୁଇ ପ୍ରମୁଖ ଦଳର ସଦସ୍ୟଙ୍କ ମଧ୍ୟରୁ ୯୬ ଜଣ ଭାଜପାର ଓ ୮ ଜଣ କଂଗ୍ରେସର ସଭ୍ୟ ଅଛନ୍ତି। ବୋଧହୁଏ ସମ୍ପୃକ୍ତ କଁା ଭଁା କେତେଜଣଙ୍କୁ ଛାଡ଼ିଦେଲେ ପ୍ରାୟ ଅନ୍ୟ ସମସ୍ତେ ୧୯୫୨ ମସିହା ପରେ ବିବାହ କରିଥିବେ।
ତେଣୁ ଜନସଂଖ୍ୟା ବୃଦ୍ଧି ପାଇଁ କେବଳ ମୁସଲମାନଙ୍କୁ ଲକ୍ଷ୍ୟ କରି ଅତିରଞ୍ଜିତ ବିବୃତି ଦେବା ବା ପ୍ରଚାର ପ୍ରସାର କରାଇବା ଆଦୌ ସମୀଚୀନ ନୁହେଁ। ଗଣମାଧ୍ୟମ ଏପରି ବିଷୟ ଉପରେ ଦାୟିତ୍ବସମ୍ପନ୍ନ ଭାବେ କର୍ତ୍ତବ୍ୟ ପାଳନ କରି ଖବର ପ୍ରସାର କରିବା ଉଚିତ। ଅବଶ୍ୟ ଏହା ସ୍ବୀକାର୍ଯ୍ୟ ଯେ, ମୁସଲମାନ ଜନସଂଖ୍ୟା ବୃଦ୍ଧି ହାର ଅନ୍ୟ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ବୃଦ୍ଧି ହାର ତୁଳନାରେ ଅଧିକ ରହିଛି। କିନ୍ତୁ ଅଧିକାଂଶ ମୁସଲମାନ ପରିବାର ନିୟୋଜନ ନିମନ୍ତେ ଅସ୍ତ୍ରୋପଚାରକୁ ନ ଆଦରିଲେ ମଧ୍ୟ ସେମାନେ ଏକ ବା ଦୁଇ ସନ୍ତାନରେ ସୀମିତ ରହିଛନ୍ତି। ସନ୍ତାନର ଉଚିତ ଲାଳନପାଳନ, ଶିକ୍ଷା, ସ୍ବାସ୍ଥ୍ୟ ପରି ଆବଶ୍ୟକତାକୁ ଲକ୍ଷ୍ୟ ରଖି ସେମାନେ ସନ୍ତାନ ସଂଖ୍ୟାକୁ ସୀମିତ ରଖିଛନ୍ତି। ଅନ୍ୟ ପକ୍ଷରେ ଦେଖିଲେ ଅନେକ ଶିକ୍ଷିତ ହିନ୍ଦୁ ପରିବାରରେ ମଧ୍ୟ ଦୁଇରୁ ଅଧିକ ସନ୍ତାନ ଜନ୍ମ ନେଇଛନ୍ତି। ଯଦିବା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଶିକ୍ଷାର ଅବନତିକୁ ଜନସଂଖ୍ୟା ବୃଦ୍ଧି ସହିତ ଯୋଡ଼ି ଦିଆଯାଏ, ଏହା ମଧ୍ୟ ସତ୍ୟ ଯେ, ଦେଶରେ ଅବହେଳିତ ବୋଲି କୁହାଯାଉଥିବା ତଫସିଲଭୁକ୍ତ ଜାତି, ଉପଜାତିଙ୍କ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷାନୀତିରେ ଯେପରି ଅନେକ ଯୋଜନା ଅଛି, ମୁସଲମାନ ସମ୍ପ୍ରଦାୟ ସେ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ। ଯେ କୌଣସି ସରକାର କ୍ଷମତାକୁ ଆସିବା ପୂର୍ବରୁ ମୁସଲମାନ ଓ ସଂଖ୍ୟାଲଘୁ ଶବ୍ଦର ବହୁଳ ବ୍ୟବହାର କରିଚାଲନ୍ତି। ମୁସଲମାନଙ୍କ ଅବନତି ପାଇଁ କ୍ଷମତାରେ ଥିବା ସରକାରକୁ ସମାଲୋଚନା କରନ୍ତି, କିନ୍ତୁ କ୍ଷମତାକୁ ଆସିବା ପରେ ଯଥା ପୂର୍ବଂ ତଥା ପରମ୍‌। ଏବେ ସମୟ ଆସିଛି, ସରକାର ଏ ଦିଗରେ ଚିନ୍ତା କରନ୍ତୁ। ମୁସଲମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କେବଳ କୁମ୍ଭୀର କାନ୍ଦଣା ନ କାନ୍ଦି କିଛି ଶିକ୍ଷାନୀତି ପ୍ରଚଳନ କରନ୍ତୁ ଏବଂ ଏହି ନୀତିରେ ସ୍ବତନ୍ତ୍ର ଯୋଜନାମାନ ସ୍ଥାନିତ କରନ୍ତୁ। ଆବଶ୍ୟକ ସ୍ଥଳେ ମୁସଲମାନଙ୍କ ଶିକ୍ଷାର ପ୍ରସାର ପାଇଁ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କମିଟି ଗଠନ କରି ମତାମତ ନିଅନ୍ତୁ। ନିଜର ସ୍ବାର୍ଥ ପାଇଁ କେବଳ ଧର୍ମ ଧର୍ମ ମଧ୍ୟରେ ଦୂରତା ବଢ଼ାଇଲେ ବା ଅନ୍ୟ ପକ୍ଷରେ ସାଧାରଣ ଶିକ୍ଷାକୁ ବିରୋଧ କରିବା ପାଇଁ ତଥାକଥିତ ଧର୍ମଗୁରୁମାନେ ମତାଇ ଚାଲିଲେ ହୁଏତ ସାମୟିକ ଭାବରେ କୌଣସି ଦଳ, ଗୋଷ୍ଠୀ ବା ବ୍ୟକ୍ତି ବିଶେଷ ଲାଭବାନ ହୋଇପାରେ। ସାମଗ୍ରିକ ଭାବରେ ମୂଲ୍ୟାୟନ କଲେ ଏପରି ଚିନ୍ତାଧାରା ରଖୁଥିବା କିଛି ନେତା ଓ ତଥାକଥିତ ଧର୍ମଗୁରୁମାନଙ୍କ ପାଇଁ ଦେଶର ଉନ୍ନତି ବଦଳରେ ସମାଜ କେବଳ ଦୂଷିତ ହୋଇଚାଲିଥିବ।
ମୀନାବଜାର, ଢେଙ୍କାନାଳ, ମୋ-୯୪୩୯୬୨୫୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri