ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ ଶେଷ ଲଢେଇ କରି ଗୁଳିରେ ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ତାଙ୍କ ତ୍ୟାଗ, ଦେଶଭକ୍ତି ଓ ସଂଘର୍ଷମୟ ଜୀବନ ଯୁବପିଢି ପାଇଁ ଯୁଗେ ଯୁଗେ ପ୍ରେରଣା ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ବଳିଷ୍ଠ ଭାରତ ଗଠନ ସମ୍ଭବ ହେବ ବୋଲି ସୋମବାର ଚଷାଖଣ୍ଡସ୍ଥିତ ଦେଶୁଆଁପୋଖରୀ ଠାରେ ଆୟୋଜିତ ବାଘାଯତୀନଙ୍କ ୧୦୪ତମ ବଳିଦାନ ଦିବସରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଦୁଇଦିନ ବ୍ୟାପୀ ପାଳନ ହେବାକୁ ଥିବା ଶହୀଦ ସ୍ମୃତି ସମାରୋହର ପ୍ରଥମ ଦିବସରେ ବାଲେଶ୍ୱରର ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା। ପରିଷଦର ସଭାପତି ତଥା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅତିଥି ଭାବେ ଯୋଗଦେଇ ଶହୀଦ ବାଘାଯତୀନଙ୍କ ଜୀବନୀ ଉପରେ ଆଲୋକପାତ କରି ଶହୀଦ ପୀଠର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱାରୋପ କରିଥିଲେ। ୨୫ଟି ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଉପସ୍ଥିତି ଓ ସେମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ପରିବେଶକୁ ଭାବପୂର୍ଣ୍ଣ ଓ ଉତ୍ସବମୁଖର କରିଥିଲା। ପଶ୍ଚିମବଙ୍ଗ ଚଟ୍ଟଗ୍ରାମରୁ ଆସୁଥିବା ଶୋଭାଯାତ୍ରା ଦଳ ମଙ୍ଗଳବାର ଏଠାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।
ବଳିଦାନ ଦିବସ ସ୍ମୃତିସଭାରେ ଆଇନ୍‌ଜୀବୀ ମନୋଜ ନାୟକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପରିଷଦର ସମ୍ପାଦକ ସର୍ବେଶ୍ୱର ମହାନ୍ତି ପରିଷଦ ତଥା ସ୍ମୃତିପୀଠର ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି ମଞ୍ଚ ସଞ୍ଚାଳନରେ ସହଯୋଗ କରିଥିଲେ। ଅଖିଳ ଭାରତୀୟ ସ୍ବତନ୍ତ୍ର ସେନାନୀ ପରିବାର କଲ୍ୟାଣ ପରିଷଦର ସଭାପତି ନିତ୍ୟାନନ୍ଦ ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତବର୍ଷ ସ୍ବାଧୀନତା ସଂଗ୍ରାମ ଇତିହାସର ଗାଥା, ଗୌରବକୁ ବଳିଷ୍ଠ କରିଥିବା ବାଘାଯତୀନଙ୍କ ଆଦର୍ଶ ଅନୁକରଣୀୟ ବୋଲି କହିଥିଲେ। ଚଟ୍ଟଗ୍ରାମ ସ୍ମୃତି ପରିଷଦର ସଭାପତି ସରୋଜ ଚୌଧୁରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଘାଯତୀନ ଓ ତାଙ୍କ ଅନ୍ୟ ଚାରିଜଣ ସହଯୋଗୀଙ୍କ ବୀରତ୍ୱର କାହାଣୀ ଅବତାରଣା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚଷାଖଣ୍ଡ ଶହୀଦପୀଠରେ ଏହି ଶହୀଦମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ସେ ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ। ବାଲେଶ୍ୱର ସଦର ତହସିଲଦାର ପଞ୍ଚାନନ ପାତ୍ର, ରେମୁଣା ତହସିଲଦାର ସଞ୍ଜୟ ରାଉତ, ପୂର୍ବତନ ବିଧାୟକ ଅରୁଣ ଦେ, ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଯେନା ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିବା ସହିତ ସ୍ମୃତିପୀଠର ବିକାଶ ନେଇ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଶାମତ୍ବୋଧକ ବକ୍ତୃତା, ପ୍ରତିଯୋଗିତା, ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ କାଳିଚରଣ ଲେଙ୍କା, ଆଶୁକବି ସର୍ବେଶ୍ୱର ଦାସ, ଶିକ୍ଷାବିତ୍‌ ଜୟନ୍ତ ପାଣିଗ୍ରାହୀ, ବାଗ୍ମୀଦେବୀ ଭଟ୍ଟାଚାର୍ଯ୍ୟ, ଅନୁରାଗ ବାସୁ, ରାଜଶ୍ରୀ ପଣ୍ଡା ବିଚାରକ ଭାବେ ଯୋଗଦେଇଥିଲେ। ପରିଷଦର ବରିଷ୍ଠ କର୍ମକର୍ତ୍ତା ଜୟନ୍ତୀ ପଣ୍ଡା, ଶ୍ରୀକାନ୍ତ ବୁଗୁଡ଼ାଇ, ସୁଦର୍ଶନ ଭୂୟାଁ, ଶ୍ରୀକାନ୍ତ ବାଗ୍‌, ସରୋଜ ଗୋଚ୍ଛାୟତ, ମାହେଶ୍ୱରୀ ମହାନ୍ତି, ସ୍ନେହଲତା ଦାସ, ସୋନାଲି ପଣ୍ଡା, ଉପେନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ନାୟକ, ପ୍ରଫୁଲ ବେହେରା, ଅଜିତ୍‌ ବରାଳ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରିଷଦର ଉପଦେଷ୍ଟା ଅନନ୍ତ ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ

ଆଠମଲ୍ଲିକ,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ପ୍ରଶାସନ ତଥା ରିଟର୍ନିଂ ଅଫିସରଙ୍କ  ତତ୍ତ୍ୱାବଧାନରେ ସ୍ଥାନୀୟ ମହାବିଦ୍ୟାଳୟ ପରିସର...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ: କେନ୍ଦ୍ର, ରାଜ୍ୟକୁ ନୋଟିସ୍‌ ଜାରି କଲେ କୋର୍ଟ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାୟର ମାମଲାକୁ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ...

ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍‌ଆର୍‌ସି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ...

କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି/ଏମ୍‌ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ...

ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ସୋମବାରଠାରୁ ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଦକ୍ଷତା...

ପୌରସଂସ୍ଥାକୁ ପ୍ରଦୂଷଣ ଜରିମାନା

ଭୁବନେଶ୍ୱର, ୯ା୧୦(ବ୍ୟୁରୋ):ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌...

ମୃତ କର୍ମଚାରୀ ପରିବାରକୁ ମିଳିବ ଚତୁର୍ଥଶ୍ରେଣୀ ପଦବୀ

ଭୁବନେଶ୍ୱର, ୮ା୨ (ବ୍ୟୁରୋ): ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ। ଏନେଇ...

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ...

Advertisement
Archives

Model This Week