ଦେଢ ମାସରେ ବଦଳିଗଲା ନିୟମ : ବିଦ୍ୟାଳୟ ମିଶ୍ରଣକୁ ନେଇ ତେଜୁଛି ଅସନ୍ତୋଷ

ବାଲିକୁଦା,୩ା୮(ସ୍ବ.ପ୍ର.): ଚାପରେ ଶିକ୍ଷା ବିଭାଗ। ମାତ୍ର ଦେଢ ମାସରେ ବଦଳିଗଲା ବିଦ୍ୟାଳୟ ମିଶ୍ରଣ ନିୟମ। ତାହା ପୁଣି ନିର୍ଦ୍ଦିଷ୍ଟ ଏକ ବିଦ୍ୟାଳୟ ପାଇଁ। ସୂଚନା ଅନୁଯାୟୀ, ବାଲିକୁଦା ବ୍ଲକ ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମେ ଗତ ଜୁନ ୧୩ରେ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ଚିଠି ହୋଇଥିଲା। ଏପରିକି ସେଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମଧ୍ୟ ବଘେଇପୁର ପ୍ରାଥମିକ ବିଦ୍ୟାଳୟରୁ ଅଣାଯାଇ କପୁରାବେଲାରୀ ପ୍ରକଳ୍ପ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ମାତ୍ର ପୁଣି ଏଥିରେ ପରିବର୍ତ୍ତନ କରାଯାଇ ଭିତ୍ତିଭୂମି ଆଳ ଦେଖାଇ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ବଘେଇପୁର ପ୍ରାଥମିକ ବିଦ୍ୟାଲୟରେ ମିଶାଇବାକୁ ଚିଠି କରାଯାଇଛି। ଏହାକୁ ନେଇ ଏବେ ଉଭୟ ଗଁ।ର ଲୋକେ ନିଜ ବିଦ୍ୟାଳୟ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ଆନ୍ଦୋଳନ ସୃଷ୍ଟି ହୋଇଛି। ବଘେଇପୁର ସ୍କୁଲ ଅନ୍ୟତ୍ର ମିଶ୍ରଣ ହେବା ପରେ ଉକ୍ତ ଗଁ।ର ଅଭିଭାବକମାନେ ବିରୋଧ କରିଛନ୍ତି। ସେମାନେ ପିଲାଙ୍କୁ ଅନ୍ୟତ୍ର ନ ପଠାଇ ପୂର୍ବରୁ ସେହି ସ୍କୁଲ ଚାଲିଥିବା ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ବସାଇ ଗଁ।ର ଜଣେ ଯୁବତୀଙ୍କୁ ଶିକ୍ଷାଦାନରେ ନିୟୋଜିତ କରିଛନ୍ତି। ଶୁକ୍ରବାର ମଧ୍ୟ ସେଠାରେ ୧୧ ଜଣ ଛାତ୍ରୀଛାତ୍ର ବସି ପଢୁଥିବା ଦେଖିବାକୁ ମିଳିଛି। ଯେଉଁ ସ୍କୁଲରେ ୨୫ରୁ କମ୍‌ ଛାତ୍ରୀଛାତ୍ର ଥିବେ ସେହି ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶାଇବା ଓ ୧୦ରୁ କମ୍‌ ପିଲା ଥିବା ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ନିୟମ କରିଛନ୍ତି। ସେହି ନିୟମ ଅନୁଯାୟୀ ୧୪ ଛାତ୍ରୀଛାତ୍ର ଥିବା ବଘେଇପୁର ପ୍ରାଥମିକ ବିଦ୍ୟାଳୟକୁ ୨୯ ଛାତ୍ରୀଛାତ୍ର ଥିବା କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବା କଥା। ସେଥିପାଇଁ ଜୁନ ୧୩ ତାରିଖରେ ବିଭାଗ ପକ୍ଷରୁ ଚିଠି ଆସିଥିଲା। ମାତ୍ର ଏବେ ନିୟମ ଓଲଟି ଯାଇଛି। ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଯେଉଁଠି ଚାଲିଛି ତାହା ଏକ ବାତ୍ୟା ଆଶ୍ରୟସ୍ଥଳୀ, ଯାହାକି ମହାବାତ୍ୟା ପରେ କାସା କମ୍ପାନୀ ନିର୍ମାଣ କରିଥିଲା। ସେହି ଘର ଛାତ ଉପରେ ଗଛ ଉଠି ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସିଲାଣି । ଅନ୍ୟପକ୍ଷରେ କପୁରାବେଲାରୀ ଗଁ।ରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ଏହି ଗଁାରେ ୯୫ ଭାଗଲୋକ ଅନୁସୂଚୀତ ଜାତି ବର୍ଗର। ଅଭିଭାବକମାନେ ମୂଲ ଲାଗିବାକୁ ବାହାରକୁ ଯାଇଉଥିବାବେଳେ ପିଲାଙ୍କୁ ଗଁ। ସ୍କୁଲରେ ପଢାଉଛନ୍ତି। ଗଁାରୁ ସ୍କୁଲ ବନ୍ଦ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହେଲେ ପିଲାମାନେ ହଇରାଣ ହେବେ। ତେଣୁ କୌଣସି ପରିସ୍ଥିତିରେ ଗଁ।ରୁ ସ୍କୁଲ ବନ୍ଦ କରାଇଦେବେ ନାହିଁ ବୋଲି ଦାବି କରି ଶୁକ୍ରବାର ଅଭିଭାବକମାନେ ସ୍କୁଲ ପରିସରରେ ବସି ରହିଥିଲେ। କାହା ଚାପରେ ଏଭଳି ନିୟମ ବଦଳାଯାଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ବାଲିକୁଦା ବ୍ଲକ ଶିକ୍ଷା ଅଧିକାରୀ ସଚ୍ଚିନ୍ଦ୍ର କୁମାର ମହାନ୍ତି କହିଛନ୍ତି ଯେ, ବଘେଇପୁରର ଲୋକମାନେ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ। ସେଠାରୁ ଡିଇଓଙ୍କ ନିକଟକୁ ଚିଠି ଆସିଥିଲା। ସେ ତଦନ୍ତ କରି ଭିତ୍ତିଭୂମି ଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧବିମାନବାହୀ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?