ଦୃଷ୍ଟିବାଧିତଙ୍କ ପାଇଁ ଆର୍‌ବିଆଇର ନୂଆ ଆପ୍‌;ନୋଟ ଚିହ୍ନିବା ହେବ ସହଜ

ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ। ବର୍ତ୍ତମାନ ନେଣଦେଣ କ୍ଷେତ୍ରରେ କ୍ୟାଶ ସିଂହଭାଗ ହାସଲ କରିଛି। ୧୦,୨୦,୫୦,୧୦୦, ୨୦୦,୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ବର୍ତ୍ତମାନ ପ୍ରଚଳନରେ ରହିଛି। ଏହା ବାଦ ଟଙ୍କାକିଆ ନୋଟ କେନ୍ଦ୍ର ସରକାର ଜାରି କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ଲାଭବାନ ହେବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ବର୍ଗର ଲୋକଙ୍କ ସୁବିଧା ଲାଗି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ନୋଟରେ ଇଣ୍ଟାଗ୍ଲିଓ ପ୍ରିଣ୍ଟ ଭିତ୍ତିକ ମାର୍କ ରହିଛି। ବିମୁଦ୍ରୀକରଣ ପରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଗଲା ପରେ ନୂଆ ଡିଜାଇନ ଏବଂ ସାଇଜର ନୋଟ ବ୍ୟବସ୍ଥା ମଧ୍ୟକୁ ଆସିଛି। ଦୃଷ୍ଟିବାଧିତ ଲୋକମାନେ ବିଭିନ୍ନ ନୋଟକୁ ନେଇ ଚ୍ୟାଲେଞ୍ଜ ସାମ୍ନା କରିବା ପରେ ମୋବାଇଲ ଆପ୍ଳିକେଶନ ଆଣିବା ନେଇ ରହିଥିବା ଆବଶ୍ୟକତାକୁ ରିଜର୍ଭ ବ୍ୟାଙ୍କ ଉପଲବ୍ଧି କରିଥିଲା। ପ୍ରସ୍ତାବିତ ମୋବାଇଲ ଆପରେ ମହାତ୍ମାଗାନ୍ଧୀ ସିରିଜ ଏବଂ ନୂଆ ମହାତ୍ମାଗାନ୍ଧୀ ସିରିଜକୁ ଚିହ୍ନିବା ସହଜ ହେବ। ଏହା ଦ୍ୱାରା ଦେଶର ୮୦ ଲକ୍ଷ ଦୃଷ୍ଟିବାଧିତ ଲୋକଲାଭବାନ ହୋଇ ପାରିବେ। ଏଭଳି ଏକ ଆପ୍ଲିକେଶନ ଆଣିବା ନେଇ ଆର୍‌ବିଆଇ ୨୦୧୮ ଜୁନରେ ପ୍ରଥମେ ସୂଚନା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ...

ଶ୍ରମିକଙ୍କୁ କାର୍ଯ୍ୟସ୍ଥଳକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଛି। ଲକ୍‌ଡାଉନ ଶେଷ ହେବା ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ପୁଣି ଥରେ...

ଖୁଚୁରା ମୁଦ୍ରାସ୍ଫୀତି ୫.୯୧%

ନୂଆଦିଲ୍ଲୀ,୧୪।୪: ଚଳିତ ବର୍ଷ ମାର୍ଚ୍ଚରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୯୧% ହ୍ରାସ ଘଟିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଯୋଗୁ ଏଭଳି ସ୍ଥିତି ଉପୁଜିଥିବାରୁ ମୁଦ୍ରାସ୍ଫୀତି...

ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ

ନୂଆଦିଲ୍ଲୀ,୨୯।୧୧: ରିଲାଏନ୍ସ ଜିଓ ଗ୍ରାହକଙ୍କ ଝଟ୍‌କା ଦେଇଛି। ଜିଓ ନିଜର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ହୋଇଛି। ପ୍ଲାନ ଗୁଡିକ ପ୍ରାୟ ୨୦ ରୁ ୨୫ ପ୍ରତିଶତ...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ...

ଟିକସ ସ୍ବଚ୍ଛତା ଆଡ଼କୁ ବଢୁଛି ଭାରତ:ମୋଦି

ନୂଆଦିଲ୍ଲୀ: ଭାରତ ଟିକସ ଆତଙ୍କବାଦରୁ ଟିକସ ସ୍ବଚ୍ଛତା ଆଡକୁ ବଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। କେନ୍ଦ୍ର ସରକାର ଟିକସ ବ୍ୟବସ୍ଥାରେ ନୂଆ ଫେସ୍‌ଲେସ...

ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର

  ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍‌ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

Advertisement
Archives

Model This Week