ଦୂରଦର୍ଶନର କସରତ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଆଜକୁ ଅନେକ ବର୍ଷ ହେଲା, ବିଶେଷତଃ ଡିଜିଟାଲ ମିଡିଆର ଆଗମନ ପରେ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ କେବଳ ଅତୀତକୁ ଝୁରିହେଉଛି। ସରକାର ପରେ ସରକାର ଏହାର ପ୍ରାସଙ୍ଗିକ ହୋଇ ରହିବାର ଚେଷ୍ଟାକୁ ବିଫଳ କରିଆସିଛନ୍ତି, କାରଣ ସେମାନେ ଏହି ପ୍ରସାରଣକାରୀ ସଂସ୍ଥାକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ଚାହିଁଲେ ନାହିଁ। ଏହି ପୁରୁଣା ସଂସ୍ଥାକୁ ବଞ୍ଚେଇ ରଖିବା ପାଇଁ ଏବେ ଆଉ ଥରେ ଚେଷ୍ଟା ହେବା ପରି ମନେହେଉଛି। ପ୍ରାପ୍ତ ସୂଚନା ଅନୁସାରେ ଦୂରଦର୍ଶନର ପୁନର୍ଗଠନ ଓ ନବୀକରଣ କରି ଏହାର ସୃଜନଶୀଳ ଶକ୍ତିକୁ ପୁନରୁଜ୍ଜୀବିତ କରାଯିବ। ଏଥିପାଇଁ ଏକ ଅନୁସନ୍ଧାନ ଓ ଚୟନ କମିଟି ଗଠନ କରାଯାଇଛି। ପ୍ରସାରଭାରତୀ ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ଏହାର ମୁଖ୍ୟ ଅଛନ୍ତି ଏବଂ ତାଙ୍କୁ ମୁଖ୍ୟ ବିଷୟବସ୍ତୁ ଅଧିକାରୀ (କଣ୍ଟେଣ୍ଟ ଅଫିସର) ଓ ଚାନେଲ ମୁଖ୍ୟ ପଦ ପାଇଁ ଯୋଗ୍ୟ ପ୍ରଫେସନାଲମାନଙ୍କୁ ବାଛିବା କ୍ଷମତା ଦିଆଯାଇଛି। ଦୂରଦର୍ଶନ ନେଟ୍‌ଓ୍ବର୍କରେ ବିଭିନ୍ନ କାର୍ଯ୍ୟକ୍ରମ କେମିତି ଚାଲିବ, ସେଥିପାଇଁ ମୁଖ୍ୟ ବିଷୟବସ୍ତୁ ଅଧିକାରୀ ଦାୟୀ ରହିବେ। ପ୍ରସାରଭାରତୀର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ମଧ୍ୟ ସେମାନଙ୍କର ଦାୟିତ୍ୱ ଭିତରେ ରହିବ। ପ୍ରତ୍ୟେକ ଚାନେଲକୁ ଜଣେ ଜଣେ ବିଷୟବସ୍ତୁ ମୁଖ୍ୟ (କଣ୍ଟେଣ୍ଟ ହେଡ୍‌) ପରିଚାଳନା କରିବେ। ତା’ହେଲେ ଦୂରଦର୍ଶନର ଜାତୀୟ ଓ ଆଞ୍ଚଳିକ ଚାନେଲଗୁଡ଼ିକର କାର୍ଯ୍ୟକ୍ରମଗୁଡ଼ିକରେ ଆମେ କ’ଣ ଆଗକୁ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ପାଇବା? କ୍ୱଚିତ୍‌ ଲୋକ ଏହା ଉପରେ ବାଜି ଲଗାଇପାରିବେ।
ଆଗକୁ ଅଧିକ ପରିବର୍ତ୍ତନ
ମୋଦି ସରକାର ୬୧ ପ୍ରକାର ପ୍ରଶାସନିକ ସେବାକୁ କମାଇ ତିନି ବା ଚାରି ପ୍ରକାରରେ ସୀମିତ ରଖିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଗତବର୍ଷ ନୀତି ଆୟୋଗ ଏହି ସଂଖ୍ୟାକୁ କମାଇବା ପାଇଁ ସୁପାରିସ କରିଥିଲା ଏବଂ ସରକାର ସକ୍ରିୟଭାବେ ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ବିଚାର କରୁଛନ୍ତି। ନିକଟରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଏକ ପାଞ୍ଚବର୍ଷିଆ ଭିଜନ୍‌ ଡକୁମେଣ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ସରକାରର ଉତ୍ତମ ପରିଚାଳନା ତଥା ଲୋକଙ୍କୁ ଉତ୍ତମ ସରକାରୀ ସେବା ପ୍ରଦାନ ପାଇଁ ପ୍ରଶାସନିକ ସେବାଗୁଡ଼ିକର ପ୍ରକାରଭେଦକୁ କମାଇବା ଲାଗି ଗୁରୁତ୍ୱ ଦିଆଯାଇଛି। ଦଳେ ଲୋକ ବିଶ୍ୱାସ କରୁଛନ୍ତି ଯେ, ସରକାର ସମସ୍ତ ଅଣପ୍ରଯୁକ୍ତିଗତ ସେବାକୁ ଆଇଏଏସ୍‌, ସମସ୍ତ ପୋଲିସ ଓ ସୁରକ୍ଷା ସମ୍ବନ୍ଧିତ ସେବାକୁ ଆଇପିଏସ୍‌ କିସମ ଭିତରେ ରଖିପାରନ୍ତି ଏବଂ ସମସ୍ତ ପ୍ରଯୁକ୍ତିଗତ ବା ବୈଷୟିକ ସେବାକୁ ଭାରତୀୟ ବୈଷୟିକ ସେବା (ଇଣ୍ଡିଆନ୍‌ ଟେକ୍ନିକାଲ୍‌ ସର୍ଭିସ୍‌) କିସମରେ ରଖିପାରନ୍ତି। କିନ୍ତୁ ଅନ୍ୟ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ତଥାପି ଏ ସମ୍ପର୍କରେ ନିଶ୍ଚୟ କରି କିଛି ଅନୁମାନ କରିବା ଲାଗି ଏବେ ସମୟ ଆସିନି ଏବଂ ସରକାର କ’ଣ କରିବେ ତାହା ବାସ୍ତବରେ ଏବେ କହିହେବ ନାହିଁ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଗ୍ରୁପ୍‌ ‘ଏ’ ବାବୁମାନେ କ’ଣ ସରକାରଙ୍କର ଏ ଚିନ୍ତାଧାରାକୁ ସ୍ବାଗତ କରିବେ? ଆଉ କିଛି ସପ୍ତାହ ପରେ ତାହା ଜଣାପଡ଼ିବ। ଏ ସମ୍ପର୍କରେ କିଛି ଅଗ୍ରଗତି ବିଷୟରେ ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାଆନ୍ତୁ।
ସିଆର୍‌ପିଏଫ୍‌ ବାବୁଙ୍କ ଆବେଦନ
ପାଞ୍ଚ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଆର୍‌ପିଏଫ୍‌)ର ବରିଷ୍ଠ ବାବୁମାନେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଗରେ ସେମାନେ ଆଇପିଏସ୍‌ ଅଫିସରମାନଙ୍କ ଦ୍ୱାରା ଚାକିରିର ବିଭିନ୍ନ ସୁବିଧା ସୁଯୋଗ ପାଇବାରେ ପାତରଅନ୍ତରର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଉକ୍ତ ବାବୁମାନେ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ସଦ୍ୟ ଆଦେଶନାମା ଏବଂ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ସତ୍ତ୍ୱେ ସେମାନଙ୍କୁ ସଂଗଠିତ ସେବା ସୁବିଧା ପ୍ରଦାନ କରିବା ତଥା ସୁପର୍‌ଭାଇଜର ପାହ୍ୟାରେ ଅଧିକ ଅଣ-ଆଇପିଏସ୍‌ ପଦବୀ ମଞ୍ଜୁର କରିବାରେ ସେମାନଙ୍କ ମୁଖ୍ୟାଳୟ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ସାମାଜିକ ଗଣମାଧ୍ୟମ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସିଆର୍‌ପିଏଫ୍‌ ବାବୁମାନେ ଅମିତ ଶାହଙ୍କ ଆଗରେ ସେମାନଙ୍କ ନିଯୁକ୍ତି ନିୟମରେ ପରିବର୍ତ୍ତନ କରିବା ଏବଂ ସଂଗଠିତ କେନ୍ଦ୍ରୀୟ ସେବା ଢାଞ୍ଚାରେ ଏକ ସଦ୍ୟ କ୍ୟାଡର ସମୀକ୍ଷା କରିବା ଲାଗି ଠୋସ୍‌ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ନୂଆ ନିଯୁକ୍ତି ନିୟମ ପ୍ରବର୍ତ୍ତନ ହେଲେ ଏହି ବାବୁମାନେ ସୁପର୍‌ଭାଇଜର ପାହ୍ୟାରେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇପାରିବେ, ଯାହା ବର୍ତ୍ତମାନ ମୁଖ୍ୟତଃ ଆଇପିଏସ୍‌ ଅଫିସରମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଯାହା ଜଣାଯାଏ, ସିଆର୍‌ପିଏଫ୍‌ ମୁଖ୍ୟାଳୟ ବର୍ତ୍ତମାନ ସମ୍ଭବତଃ ଧୀରଗତିରେ କାର୍ଯ୍ୟ କରୁଛି କିମ୍ବା ସିଆର୍‌ପିଏଫ୍‌ ବାବୁମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ଲାଗି କୁଣ୍ଠା ପ୍ରକାଶ କରୁଛି, କାରଣ ଏହାଦ୍ୱାରା ଡେପୁଟେଶନରେ ଏହି ବାହିନୀଗୁଡ଼ିକରେ ଯୋଗ ଦେଉଥିବା ଆଇପିଏସ୍‌ ଅଫିସରମାନଙ୍କର କର୍ମଜୀବନର ସାଫଲ୍ୟ ବ୍ୟାହତ ହେବ। ପୂର୍ବରୁ ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ପରି କ୍ୟାଡର ଅଫିସରମାନଙ୍କୁ ଅଣକାର୍ଯ୍ୟାତ୍ମକ ଆର୍ଥିକ ପଦୋନ୍ନତି ଦେବା ଏବଂ ସେମାନଙ୍କୁ ସଂଗଠିତ ଗ୍ରୁପ୍‌ ଏ ସେବା କିସମ ଅନ୍ତର୍ଭୁକ୍ତ କରିବା ପାଇଁ ମୋଦି ସରକାର ଘୋଷଣା କରିଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri