ଦୂରକରନ୍ତୁ ରୁପି

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହା କି ରୁପି ସମସ୍ୟା ଦୂର କରିବାରେ ବେଶ୍‌ ଉପକାରୀ …

ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଏ। ଫଳରେ ଠିକ୍‌ ଭାବେ ଖାଦ୍ୟ ହଜମ ହୁଏ ନାହିଁ। ଏହା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା ନା କେବଳ ହଜମଶକ୍ତି ବଢାଇବ ବରଂ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗାଲ୍‌ ଉପାଦାନ ମଧ୍ୟ ରୁପି ଦୂର କରିବ।
ରସୁଣରେ ଥିବା ଆଲିସିନ୍‌ ନାମକ ଆଣ୍ଟିଫଙ୍ଗାଲ୍‌ ଉପାଦାନ କେଶ ମୂଳରୁ ରୁପି ନଷ୍ଟ କରିଥାଏ। ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ମଧ୍ୟ ଫଳପ୍ରଦ ହୋଇପାରିବେ।
କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହା କି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ।
ବୁଟକୁ ଖାଦ୍ୟ ତାଲିକାରେ ସାମିଲ କରିବା ସହ ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ରୁପି ଦୂର ହୋଇଥାଏ। କାରଣ ଏଥିରେ ଅଧିକ ପରିମାଣରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଛି, ଯାହା କି ରୁପି ଦୂର କରିବାର ମୁଖ୍ୟ ଉପାଦାନ। ସେହିପରି ଗହମ ଖାଇବା ମଧ୍ୟ ଉପକାରୀ।
ପ୍ରତିଦିନ ଖାଦ୍ୟ ତାଲିକାରେ ସିଜନାଲ୍‌ ଫଳଗୁଡିକୁ ସାମିଲ କରିବା ଦ୍ବାରା ଏଥିରେ ଥିବା ଏନ୍‌ଜାଇମ୍‌ ଆପଣଙ୍କ ହଜମଶକ୍ତି ବଢାଇବା ସହ ରୁପି କମାଇବ।
ମାଛ ତେଲ ଖାଇବା ଦ୍ବାରା ଶୀତଦିନେ ତ୍ବଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ ା ଫଳରେ ରୁପି ସମସ୍ୟା ହ୍ରାସ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପନିର ଲଲିପପ୍‌

ଆବଶ୍ୟକ ସାମଗ୍ରୀ- ପନିର- ୧ କପ୍‌, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍‌- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ-...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌….

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ। ତେବେ ସହଜ ଘରୋଇ ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଖାଦ୍ୟ

ଭିଟାମିନ୍‌ ‘ଇ’ : ଭିଟାମିନ୍‌-‘ଇ’ର ରହିଛି ଅତି ଫଳପ୍ରଦ ଆଣ୍ଟିଅକ୍ସିଡାଣ୍ଟ ବା ପ୍ରତିଜାରକ ପ୍ରଭାବ। ତେଣୁ ଏହା ଅତ୍ୟନ୍ତ କ୍ଷତିକାରୀ ମୁକ୍ତମୂଳକ ବା ପ୍ରିରେଡିକାଲଗୁଡ଼ିକ ଅକାମୀ...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

ଶିକୁଳିରେ ସିଦ୍ଧକାଳୀ

ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ସିଦ୍ଧକାଳୀ। କେନ୍ଦୁଝରର ସିଦ୍ଧ ମଠଠାରେ ମା’ ବିରାଜିତ। ୮୦୦ ବର୍ଷର ପୁରାତନ ଏହି ପୀଠରେ ପୂଜିତ ମା’ କାଳୀଙ୍କ ରହିଛି...

ଯୋଗ ହରିନେବ ରୋଗ

ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ଆଧ୍ୟାମତ୍ିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ଯୋଗାଭ୍ୟାସ ଦ୍ୱାରା ଏହି ସମସ୍ତ ପ୍ରକାର ସୁସ୍ଥତା...

ସୁନା ବିନା ମନ ବୁଝେନା

ଗହଣାପ୍ରିୟ ନାରୀ। ସେଥିପାଇଁ ତ ସୁନା ପ୍ରତି ତା’ର ସ୍ବତନ୍ତ୍ର ଆକର୍ଷଣ। ସୁନା ଗହଣାରେ ସଜେଇ ହୋଇ ନାରୀଟିଏ ନିଜକୁ ବେଶ୍‌ ସମ୍ଭ୍ରାନ୍ତ ମନେକରେ। ହେଲେ...

ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି।...

Advertisement
Archives

Model This Week