Posted inଖେଳ

ଦୁଲୀପ୍‌ ଟ୍ରଫି ଲୋମରରଙ୍କ ଶତକ: ଇଣ୍ଡିଆ ରେଡ୍‌ର ଦୃଢ଼ ଜବାବ

ବେଙ୍ଗାଲୁରୁ,୧।୯ (ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ଗ୍ରୀନ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମହିପାଲ ଲୋମରରଙ୍କ ଶତକ ଓ କରୁଣ ନାୟାରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ପ୍ରଥମ ଇନିଂସରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ରେଡ୍‌ ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୩୫ ଓଭରରେ ୯ ଉଇକେଟ ହରାଇ ୪୦୪ ରନ ସଂଗ୍ରହ କରିଛି। ହାତରେ ଆଉ ମାତ୍ର ଗୋଟିଏ ଉଇକେଟ ବାକିଥିବା ବେଳେ ରେଡ ୩୬ ରନ ପଛରେ ପଡିଛି। ଇନିଂସ ପଛୁଆ ରହିବାର ସମ୍ଭାବନା ରହିଥିଲେ ମଧ୍ୟ ରେଡ୍‌ ଦୃଢ଼ ଜବାବ ଦେଇଛି। ଷମ୍ପ ଅପସାରଣ ବେଳକୁ ଆଭେସ ଖାଁ ୩୪ ଓ ସନ୍ଦୀପ ଓ୍ବାରିୟର ୨ ରନ କରି ଅପରାଜିତ ରହିଛନ୍ତି। ୧୮ ବଲରୁ ୩୪ରନର ଛୋଟିଆ ଅପରାଜିତ ଇନିଂସରେ ଆଭେସ ଧୂଆଁଧାର ବ୍ୟାଟିଂ କରି ୫ଟି ଛକା ମାରିଥିଲେ ଓ ଦଳର ସ୍କୋରକୁ ଗ୍ରୀନ୍‌ର ନିକଟତର କରାଇଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୦/୨ରୁ ରେଡ୍‌ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ନାୟାର ୭୭ ଓ ଲୋମରର ୨୨ ରନରୁ ଖେଳ ଆରମ୍ଭ କରିଥିଲେ। ଅଭିଜ୍ଞ ନାୟାର ୧୫୪ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୯୦ ରନର ଦମ୍‌ଦାର ପାଳି ଖେଳି ଅଙ୍କିତ୍‌ ରାଜପୁତଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ସେହିପରି ୧୯ ବର୍ଷୀୟ ରାଜସ୍ଥାନ ବ୍ୟାଟ୍ସମ୍ୟାନ ଲୋମରର ୨୭୨ଟି ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ସହାୟତାରେ ୧୨୬ ରନର ଶତକୀୟ ପାଳି ଖେଳି ସୌରାଷ୍ଟ୍ର ବାମହାତୀ ସ୍ପିନର ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ବଦଳ ଖେଳାଳି ଆକାଶଦୀପ ନାଥଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଗତ ଦୁଇଟି ମ୍ୟାଚ୍‌ରେ ନାୟାର ଦ୍ୱିତୀୟଥର ପାଇଁ ୯୦ ଓ ୧୦୦ ରନ ମଧ୍ୟରେ ଆଉଟ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଈଶ୍ୱରନ ୨୨, ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ୩୮, ଆଦିତ୍ୟ ସରଓ୍ବାତ୍‌ ୬, ଜୟଦେବ ଉନାଡ଼କଟ ୩୦ ଓ ଅକ୍ଷୟ ଓ୍ବାଖରେ ୩ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଣ୍ଡିଆ ଗ୍ରୀନ୍‌ ତରଫରୁ ଜାଡେଜା ସର୍ବାଧିକ ୪, ଅଙ୍କିତ ରାଜପୁତ ଓ ତନବୀର ଉଲ ହକ ୨ଟି ଲେଖାଏ, ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ପ୍ରଥମ ଇନିଂସ: ୧୩୧.୩ ଓଭରରେ ୪୪୦ ଅଲଆଉଟ୍‌।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିସଂ: ୧୩୫ ଓଭରରେ ୪୦୪/୯
(ମହିପାଲ ଲୋମରର- ୧୨୬, କରୁଣ ନାୟାର- ୯୦, କେ.ଏସ୍‌. ଭରତ- ୩୮, ଆଭେସ୍‌ ଖାଁ- ୩୪*, ପ୍ରିୟଙ୍କ ପଞ୍ଚାଲ- ୩୧, ଧର୍ମେନ୍ଦ୍ରସିନ ଜାଡେଜା- ୪/୧୨୫, ଅଙ୍କିତ୍‌ ରାଜପୁତ- ୨/୬୭, ତନବୀର ଉଲ ହକ- ୨/୧୯ )।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?