Posted inଅପରାଧ

ଦୁର୍ବୃତ୍ତ ମାରଣାସ୍ତ୍ରରେ ଗୋଡ଼ାଇ ହାଣିଲେ: ଜଣେ ଯୁବକ ଗୁରୁତର

ବୋଲଗଡ଼,୨୩ା୭(ଡି.ଏନ.ଏ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ସାନକୁମାରୀସ୍ଥିତ ମା’ମଙ୍ଗଳା ମନ୍ଦିର ନିକଟରେ ରବିବାର ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସାନକୁମାରୀ ଗ୍ରାମର ଗଣେଶ ଖଣ୍ଡାଇ(୨୫)। ତାଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବା ନେଇ ଫାଣ୍ଡି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଗଣେଶ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ବିଳମ୍ବିତ ରାତିରେ ମଙ୍ଗଳା ମନ୍ଦିରଠାରେ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ମୁଖଶାଳା ଓ ଅନ୍ୟ ସ୍ଥାନରେ ପଡ଼ିଥିବା ପ୍ରଚୁର ରକ୍ତସ୍ରାବରୁ ଜଣାପଡ଼େ ଯେ, ଆକ୍ରମଣବେଳେ ନିଜ ଜୀବନ ବଞ୍ଚାଇବାକୁ ସେ ମନ୍ଦିର ଭିତରକୁ ପଶି ଆସିଥିଲେ। ଗଣେଶଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଭାବେ ଚିକିତ୍ସାଧୀନ ଥିବାରୁ ସେ କଥାବାର୍ତ୍ତା କରିବାରେ ସକ୍ଷମ ନ ଥିବାରୁ ଆକ୍ରମଣକାରୀ ଓ ଘଟଣା ସମ୍ପର୍କରେ ତାଙ୍କଠାରୁ ବିଶେଷ ତଥ୍ୟ ମିଳିପାରିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ଲୋକେ ଡାକ୍ତରଖାନାରେ ଥିବା ଓ ଥାନାରେ ଏ ନେଇ କୌଣସି ଅଭିଯୋଗ କରି ନ ଥିବା ଜଣାପଡ଼ିଛିି । ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାଙ୍କୋଇ ଫାଣ୍ଡି ଅଧିକାରୀ ଶ୍ରୀକାନ୍ତ ପଣ୍ଡା ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ରକ୍ତ ନମୂନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ସାର୍ଟିଫିକେଟ ଦେଇ ୩ ବର୍ଷ ଧରି କରୁଥିଲେ ଚାକିରି: ନକଲି ଡାକ୍ତର ଅଟକ, ପୋଲିସର ମାରାଥନ ଜେରା

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚାକିରି କରୁଥିବା ଡା. ପଦ୍ମନାଭ ମୁଖୀ ବାରୁଆ ଏବେ ପୋଲିସ କବ୍ଜାରେ। ତାଙ୍କ ନାମରେ ହୋଇଥିବା ଡାକ୍ତରୀ ସାର୍ଟିଫିକେଟ୍‌...

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଅମ୍ବାଭୋନା,୨୯ା୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା...

ବିବାହିତା ମହିଳାଙ୍କୁ ଧରି ଫେରାର୍‌ ହୋଇ ଯାଇଥିଲେ ଶିକ୍ଷକ; ତାପରେ…

ବାରମେରା, ୧୭।୯: ରାଜସ୍ଥାନର ବାରମେରା ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନୁର୍‌ ଅହମ୍ମଦ ନାମକ ଜଣେ ସ୍କୁଲ ଶିକ୍ଷକ ଜଣେ ବିବାହିତା ମହିଳାଙ୍କୁ...

୭୫ କେଜି ଗଞ୍ଜେଇ ଜବତ, ୩ ଆନ୍ତଃ ରାଜ୍ୟ ବ୍ୟବସାୟୀ ଗିରଫ

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ଟାଉନ ଥାନା ପୋଲିସ ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ରାସ୍ତାର ସତ୍‌ସଙ୍ଗ ବିହାରଠାରୁ ଏକ କାର ସହ ୭୫ କେଜି ଗଞ୍ଜେଇ...

ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି...

ପୂର୍ବ ଶତ୍ରୁତାରୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଧରିବା ଦାବିରେ ଥାନା ସମ୍ମୁଖରେ ଧାରଣା

ଗୋପ, ୨୭।୮(ଡି.ଏନ୍‌.ଏ.)-ପୂର୍ବ ଶତ୍ରୁତାରୁ ଜଣେ ମହିଳାଙ୍କ ଆକ୍ରମଣ ପରେ ତାଙ୍କୁ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୨୨ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଧରିବାରରେ...

ଅଳଙ୍କାର ଚୋରି ପରେ ବୃଦ୍ଧାଙ୍କୁ ବଳାତ୍କାର: ଯୁବକ ଗିରଫ

ଗୋପ,୧୬।୩ (ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଶୋରଭା ପାଇକସାହି ଗ୍ରାମର ଜଣଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିବା ପରେ ଉପସ୍ଥିତ ବୃଦ୍ଧାଙ୍କୁ ବଳାତ୍କାର...

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ

ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍‌ଟିଏଫ୍‌ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

Advertisement
Archives

Model This Week