ମ୍ୟୁଟେଶନ ମାମଲାର ଶୁଣାଣି ହେଉନି

ବ୍ରହ୍ମପୁର ଅଫିସ୍‌,୨୩ା୭-ବ୍ରହ୍ମପୁର, କୁକୁଡ଼ାଖଣ୍ଡି ଏବଂ କନିଷି ତହସିଲ୍‌ କାର୍ଯ୍ୟାଳୟରେ ମ୍ୟୁଟେଶନ୍‌ (ଜମି ଦାଖଲ ଖାରଜ)ମାମଲାଗୁଡ଼ିକର ଶୁଣାଣି ହେଉନି ବୋଲି ଅଭିଯୋଗ କରିଛି ଗଞ୍ଜାମ ଓକିଲ ସଂଘ। ସୋମବାର ଏ ନେଇ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ପ୍ରଦାନ କରାଯାଇଛି। ସଂଘ ଅଭିଯୋଗ ପ୍ରକାରେ, ଅନେକ ମାସ ହେଲା ମ୍ୟୁଟେଶନ୍‌ ମାମଲାଗୁଡ଼ିକ ଦାଖଲ ହୋଇଥିଲେ ମଧ୍ୟ ସମ୍ପୃୃକ୍ତ ତହସିଲଦାର୍‌ମାନେ ତା’ର ଶୁଣାଣି କରୁନାହାନ୍ତି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଆଇନ୍‌ଜୀବୀମାନେ ଦାଖଲ କରିଥିବା ମାମଲାଗୁଡ଼ିକ ସେମାନଙ୍କର ଅଜାଣତରେ ଖାରଜ୍‌ କରି ଦିଆଯାଉଛି। କୌଣସି ପୂର୍ବ ସୂଚନା ପ୍ରଦାନ କରାଯାଉନାହିଁ। ଅନେକ ମ୍ୟୁଟେଶନ୍‌ ମାମଲାଗୁଡ଼ିକର ଦସ୍ତାବିଜ ଏବଂ ଆବଶ୍ୟକ ତଥ୍ୟ ନ ଥିବା ଦର୍ଶାଇ ଖାରଜ କରି ଦେଉଛନ୍ତି। ହେଲେ ଆବେଦନକାରୀଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଉନାହିଁ। ସେଟେଲ୍‌ମେଣ୍ଟ ଆଣ୍ଡ କନ୍‌ସୋଲିଡେଶନ୍‌ର ଅତିରିକ୍ତ କମିଶନର୍‌ଙ୍କ କୋର୍ଟରେ ରୁଜୁ ହେଉଥିବା ମାମଲାଗୁଡ଼ିକରେ ତହସିଲଦାର ପକ୍ଷଭୁକ୍ତ। କିନ୍ତୁ ତହସିଲଦାରମାନେ କୋର୍ଟକୁ ଆସୁନାହାନ୍ତି କିମ୍ବା ସମ୍ପୃକ୍ତ ମାମଲାର କୌଣସି ରିପୋର୍ଟ ଦାଖଲ କରୁନାହାନ୍ତି। ଏପରିକି ଆଡିଶିନାଲ୍‌ କମିଶନର ଯେଉଁ ରାୟ ଶୁଣାଉଛନ୍ତି, ସେଗୁଡ଼ିକୁ ପାଳନ କରିବାରେ ତହସିଲଦାର୍‌ମାନେ ବହୁ ବିଳମ୍ବ କରୁଛନ୍ତି। ଏଣୁ ମ୍ୟୁଟେଶନ୍‌ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ତହସିଲଦାର୍‌ଙ୍କୁ ନିର୍ଦ୍ଦେଶ ଦେବାକୁ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ଗତ ଫେବୃୟାରୀରୁ ସେଟେଲ୍‌ମେଣ୍ଟ ଆଣ୍ଡ କନ୍‌ସୋଲିଡେଶନ୍‌ର ଅତିରିକ୍ତ କମିଶନର୍‌ଙ୍କ କୋର୍ଟ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। କାରଣ କେହି କମିଶନର୍‌ ନାହାନ୍ତି । ପୂର୍ବ କମିଶନର୍‌ ଅବସର ନେବା ପରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଆବେଦନକାରୀମାନେ ହଇରାଣ ହେଉଛନ୍ତି। ଥରେ ଛତ୍ରପୁର ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହେବାକୁ କୁହାଯାଉଛି ତାପରେ ପୁଣି ବ୍ରହ୍ମପୁରରେ ଶୁଣାଣି ହେବ ବୋଲି କୁାହାଯାଉଛି । ଆଡିଶିନାଲ୍‌ କମିଶନର୍‌ଙ୍କ କୋର୍ଟରେ ମାମଲା ଦାଖଲ କଲେ, କେହି ଗ୍ରହଣ କରୁନାହାନ୍ତି। କୌଣସି ପ୍ରକାର ସୂଚନା ମଧ୍ୟ ଦିଆଯାଉନାହିଁ । ପ୍ରାୟ ୭ହଜାର ମାମଲା ଶୁଣାଣି ନ ହୋଇ ପଡ଼ିରହିଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ତେବେ ଯେଉଁ ସବୁ ମାମଲା ଶୁଣାଣି ନ ହୋଇ ପଡ଼ିରହିଛି, ସେଗୁଡ଼ିକ ସମ୍ପର୍କରେ ଅବଗତ କରାଗଲେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ସହ ଆଲୋଚନା ବେଳେ ସଂଘ ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳ, ଉପସଭାପତି ଚିତ୍ତରଞ୍ଜନ ଶତପଥୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri