ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା ପାଇବ। ଦେଶ ଭିତରେ ଧନୀମାନେ ଲୁଚାଇ ରଖିଥିବା କଳାଧନ ଠାବ କରାଯିବା ଲାଗି ଏଭଳି କଠୋର ପଦକ୍ଷେପ ସାହାଯ୍ୟ କରିବ ବୋଲି ବୁଝାଇ ଦିଆଯିବା ପରେ ଜନସାଧାରଣ ସାମୟିକ ଯନ୍ତ୍ରଣା ଭୋଗ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଥିଲେ। ଏପରି କି ନିଜ ଦ୍ୱାରା ଜମା ଅର୍ଥ ଉଠାଇବା ପାଇଁ ଲୋକଙ୍କୁ ଦିନ ଦିନ ବ୍ୟାଙ୍କ ଆଗରେ ଠିଆ ହେବାକୁ ପଡ଼ିବାରୁ ଅସନ୍ତୋଷ ଦେଖାଦେଇଥିଲା। ତଥାପି ତାହାକୁ ଧୈର୍ଯ୍ୟର ସହ ସହିଯିବା ଲାଗି ସୀମାନ୍ତରେ ସୈନ୍ୟମାନଙ୍କ କଷ୍ଟଦାୟକ କର୍ମମୟ ଜୀବନର ଉଦାହରଣ ଦିଆଯାଇଥିଲା। ଅର୍ଥାତ୍‌ ଶତ୍ରୁମାନଙ୍କୁ ପ୍ରତିହତ କରିବା ଲାଗି ଦେଶର ଯବାନ ପ୍ରାଣବଳି ଦେଉଥିବା ବେଳେ ଅର୍ଥନୀତିକୁ ସଜାଡ଼ିବା ଲାଗି ଆମେ କ’ଣ ଏତିକି କରିପାରିବା ନାହିଁ ବୋଲି ସେତେବେଳେ ସୋସିଆଲ ମିଡିଆରେ ଅସଂଖ୍ୟ ବାର୍ତ୍ତା ଜରିଆରେ ପ୍ରଶ୍ନ କରାଯାଇଥିଲା। ଫଳରେ ଜନସାଧାରଣ ଧରି ନେଇଥିଲେ ଯେ, ଧନୀମାନେ ଏ ଦେଶର ସମ୍ପତ୍ତି ଲୁଟୁଥିବାରୁ ସେମାନଙ୍କଠାରେ ଥିବା କଳାଧନ ଠାବ ହେଲେ ଗରିବମାନଙ୍କ ଆର୍ଥିକ ଉନ୍ନତି ହେବ ଓ ଭାରତର ଅର୍ଥନୀତି ସୁଦୃଢ଼ ହେବ। ଅନ୍ୟପକ୍ଷରେ ସରକାରଙ୍କ ଏଭଳି ପଦକ୍ଷେପକୁ ଯେଉଁମାନେ ବିରୋଧ କରିଥିଲେ ସେମାନଙ୍କ ଯୁକ୍ତି ଥିଲା ଯେ, ଧନୀମାନେ ନଗଦ ଅର୍ଥ ପାଖରେ ରଖି ନ ଥାଆନ୍ତି। ବରଂ ଗରିବ, ଖଟିଖିଆ ଓ ସ୍ବଳ୍ପ ପୁଞ୍ଜି ଖଟାଇ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଜୀବନର ସଞ୍ଚତ୍ତ ଧନ ନଗଦ ରଖିଥାଆନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଏହି ବର୍ଗ ବିଶେଷ କ୍ଷତିଗ୍ରସ୍ତ ହେବ। ବାସ୍ତବତାକୁ ଅନୁଭବ କରି ଏଭଳି ମତ ଦେଇଥିବା ବ୍ୟକ୍ତିଙ୍କୁ ସେତେବେଳେ ଦେଶଦ୍ରୋହୀ ଆଖ୍ୟା ଦିଆଗଲା। କିନ୍ତୁ ବିମୁଦ୍ରୀକରଣର ୩ ମାସ ପରେ ଦେଶର ଅସଂଖ୍ୟ ଲଘୁ ଓ କ୍ଷୁଦ୍ର ଶିଳ୍ପରେ ତାଲା ପଡ଼ିଗଲା। ଫଳରେ ଏଥିରେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିମାନେ ବେକାର ହୋଇଗଲେ।
ବିମୁଦ୍ରୀକରଣକୁ ଆସନ୍ତା ନଭେମ୍ବର ୮ରେ ୩ ବର୍ଷ ପୂରିବ। ଦେଶର ଅର୍ଥନୀତିକୁ ଦୀର୍ଘମିଆଦୀ ଲାଭ ପହଞ୍ଚିବା ପରିବର୍ତ୍ତେ ମାନ୍ଦାବସ୍ଥା ଏବେ ଦେଶବାସୀଙ୍କୁ କବଳିତ କରିରଖିଛି। ବିମୁଦ୍ରୀକରଣ ବେଳେ ଯେଉଁମାନେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମାନ୍ଦାବସ୍ଥା ଭଳି ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା କରିଥିଲେ ତାହାକୁ ସ୍ବୟଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଶୀର୍ଷ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏବେ ସତ୍ୟ ବୋଲି ତଥ୍ୟ ଉପସ୍ଥାପନ କରିଛି। ୭ ସେପ୍ଟେମ୍ବରରେ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ବିମୁଦ୍ରୀକରଣ ଯୋଗୁ ଆଜି ମାନ୍ଦାବସ୍ଥା ସୃଷ୍ଟି ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ମୁତାବକ ବିମୁଦ୍ରୀକରଣ ପରେ କଞ୍ଜୁମର ଗୁଡ୍‌ସ ବା ଖାଉଟି ସାମଗ୍ରୀ ଲାଗି ଋଣ ପ୍ରଦାନ ନିମ୍ନଗାମୀ ହେବା ସହ ନିରନ୍ତର ହ୍ରାସ ପାଇଚାଲିଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପକ୍ଷରୁ କଞ୍ଜୁମର ଗୁଡ୍‌ସ ବାବଦକୁ ରେକର୍ଡ ୨୦,୭୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ବିମୁଦ୍ରୀକରଣର ପ୍ରଭାବ ଅନୁଭୂତ ହେବା ପରେ ଏବେ ଏହା ୭୩ ପ୍ରତିଶତ ହ୍ରାସ ଘଟିଛି। ଫଳରେ ଲଘୁ, ସୂକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ର ଘୋର ବିପର୍ଯ୍ୟସ୍ତ ହୋଇଛି। ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୋଇଛି। ଏଠାରେ ମନେରଖିବାକୁ ହେବ ଯେ, ବୃହତ୍‌ ଶିଳ୍ପସଂସ୍ଥା ବର୍ତ୍ତମାନ ଅଟୋମେଶନ ଏବଂ କମ୍ପ୍ୟୁଟରଚାଳିତ ହୋଇଯାଉଥିବାରୁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର କେବଳ ବହୁ ସଂଖ୍ୟକ ଚାକିରି ସୃଷ୍ଟି କରିଥାଏ। ଏହି କ୍ଷେତ୍ରର ମୃତ୍ୟୁର ଅର୍ଥ ହେଉଛି ବେକାରି ଓ ହାହାକାର। ଯେତେବେଳେ ଲୋକଙ୍କ ପାଖରେ ଅର୍ଥର ଅଭାବ ଦେଖାଦେବ, ସେତେବେଳେ ଗଦା ଗଦା ହୋଇ ପଡ଼ି ରହିଥିବା ସାମଗ୍ରୀ କିଣିବାକୁ ସେମାନେ ଅସମର୍ଥ ହେବେ। ଏବର ପରିସ୍ଥିତି ଦେଖିଲେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନ ହେବାରୁ ସଂସ୍ଥାଗୁଡ଼ିକ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହା ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶର ଗୋଟିଏ ବିଶ୍ଳେଷଣ। ଅନୁରୂପ ଭାବେ ଗାଡ଼ିମୋଟର ନିର୍ମାତା ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରିବା ପରେ ଏହି କ୍ଷେତ୍ରରେ ନିଯୁକ୍ତ ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ଛଟେଇ ହେଲେଣି। ଏହିପରି କ୍ଷତିଗ୍ରସ୍ତ କ୍ଷେତ୍ରକୁ ଦେଖିଲେ ତାଲିକା ଲମ୍ବିଚାଲିଛି।
କେନ୍ଦ୍ରରେ ଏନ୍‌ଡିଏ-୨ ସରକାର ଆସିବା ପରେ ଭାରତୀୟ ଅର୍ଥନୀତି ଉପରେ ଉଚ୍ଚ ଆଶା ରଖାଯାଇ କୁହାଯାଉଛି ଯେ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଏହା ୫ ଟ୍ରିଲିୟନ ଡଲାର ବା ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ବର୍ତ୍ତମାନ ସ୍ଥିତି ଦେଖିଲେ ପ୍ରାୟ ୧୩୫ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ୨.୬ ଟ୍ରିଲିୟନ ଡଲାରରେ ରହିଛି। ଈପ୍ସିତ ଲକ୍ଷ୍ୟ ୫ ଟ୍ରିଲିୟନ ଡଲାର ପୂରଣ ହେବା କଷ୍ଟକର ବୋଲି କୁହାଯାଇପାରେ। କାରଣ ଜୁଲାଇରେ ଉପସ୍ଥାପିତ ବଜେଟ ପରଠାରୁ ପ୍ରତି ସପ୍ତାହରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ଭାରତୀୟ ଷ୍ଟକ୍‌ ବଜାରରୁ ଅର୍ଥ ଉଠାଇ ନେଇଚାଲିଛନ୍ତି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବିଦେଶୀ ନିବେଶକଙ୍କ ଉପରେ ଲାଗିଥିବା ସରଚାର୍ଜ ହଟାଇ ଦେବା ସତ୍ତ୍ୱେ ୮ ସେପ୍ଟେମ୍ବରରେ ମିଳିଥିବା ତଥ୍ୟ ଅନୁଯାୟୀ, ଏଫ୍‌ପିଆଇମାନେ ଚଳିତ ମାସ ପ୍ରଥମ ସପ୍ତାହରେ ୧,୨୬୩ କୋଟି ଟଙ୍କା ଉଠାଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଭାରତୀୟ ବଜାର ଉପରେ ଆଉ ସେମାନଙ୍କ ଆସ୍ଥା ରହୁ ନାହିଁ। ଅର୍ଥନୀତି ବୁଝୁଥିବା ବ୍ୟକ୍ତିମାନେ ଜାଣିଛନ୍ତି, ବଜାରରେ ସାମଗ୍ରୀ ବିକ୍ରି ହେଲେ ଆର୍ଥିକ ଗତିବିଧି ବଢ଼େ। ତତ୍‌ସହିତ ସରକାରଙ୍କୁ ଟିକସ ମିଳିଥାଏ। ସେଥିପାଇଁ ମାନ୍ଦାବସ୍ଥାକୁ ଆର୍‌ବିଆଇ ସ୍ବୀକାର କରି ଯେତିକି ସତ୍ୟ କହିଛି, ତାହାଠାରୁ ଅଧିକ ପ୍ରମାଣ ଦେଉଛି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିମାଣ ହ୍ରାସ। ମାସିକ ୧ ଲକ୍ଷ କୋଟି ଟଙ୍କା ଆଦାୟ ଲାଗି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଅଗଷ୍ଟ ୨୦୧୯ର ତଥ୍ୟ ଦେଖିଲେ ଏହା କମି ୯୮,୨୦୨ କୋଟି ଟଙ୍କାରେ ରହିଛି। ଏବେ ମାନ୍ଦାବସ୍ଥା ଲାଗି ରହିଥିବାରୁ ବିଶ୍ୱରେ ଅନ୍ୟତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହେବା ଲାଗି ଭାରତ ସ୍ବପ୍ନ ଦେଖିବା ଅସ୍ବାଭାବିକ ମନେହେଉଛି। ଆଜିର ପ୍ରତିଦ୍ୱନ୍ଦ୍ୱିତାମୂଳକ ଆର୍ଥିକ ଜଗତରେ ଯେଉଁ ରାଷ୍ଟ୍ର ତା’ର ଅସ୍ତିତ୍ୱ ହରାଇବ, ତାହାର ରାଜନୈତିକ ସ୍ଥିତି ବିଶ୍ୱ ସ୍ତରରେ ମଳିନ ପଡ଼ିଯିବ। ଉଦାହରଣ ସ୍ବରୂପ, ଭାରତ ଏକ ଅତି ବୃହତ୍‌ ଖାଉଟି ଦେଶ ହୋଇଥିବାରୁ ଉଭୟ ଆମେରିକା ଓ ଚାଇନା ଭଳି ରାଷ୍ଟ୍ର ଆମର ଆଭ୍ୟନ୍ତରୀଣ ବ୍ୟାପାର ଯଥା କଶ୍ମୀର ଲାଗି ଉଦ୍ଦିଷ୍ଟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କିମ୍ବା ଉତ୍ତର ପୂର୍ବାଞ୍ଚଳରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବା ସତ୍ତ୍ୱେ କୌଣସି ବିରୋଧାଭାବ ପ୍ରକାଶ କଲେ ନାହିଁ। କିନ୍ତୁ, ଯଦି ସେହି ବଜାର ଅର୍ଥନୀତି ଦୁର୍ବଳ ହୋଇଯିବ, ସେତେବେଳେ ଶୋଇଥିବା କୁକୁରକୁ ଗୋଇଠା ମାରିବା ଭଳି ସବୁ ଦେଶ ଭାରତକୁ ବେଖାତିର କରିବେ। ଆଜି ପାକିସ୍ତାନର ସେହି ବୃହତ୍‌ ଖାଉଟି ଦେଶର ମାନ୍ୟତା ନ ଥିବାରୁ ତାହାର ଅନ୍ତର୍ଜାତୀୟ ଓଜନ ହ୍ରାସ ପାଇଛି। ଭାରତ ନିଜର ସ୍ଥିତିକୁ ନ ଜଗିଲେ ଆମକୁ ସେହିଭଳି ଦଶା ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?