ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ସେତୁର ଉପରି ଭାଗ ଖାଲଖମାରେ ପୂର୍ଣ୍ଣ ହୋଇଛି। ସାମାନ୍ୟ ବର୍ଷାରେ ଉକ୍ତ ଖାଲରେ ପାଣି ଜମି ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଖଣ୍ଡପଡା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ସେତୁଟିର ବିଭିନ୍ନ ଅଂଶରୁ ସିମେଣ୍ଟ କଂକ୍ରିଟ ଉଠିଯାଇଥିବାବେଳେ ଯୋଡେଇ ସ୍ଥାନରେ ଅନାବନା ଗଛଲତା ଉଠିଛି। ପୁନଶ୍ଚ ସେତୁ ଉପର ଦେଇ ନୟାଗଡ ସହରକୁ ଯାଇଥିବା ପାଣି ପାଇପ ଲାଇନର ୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଜଳ ଯୋଗାଣ ସମୟରେ ସର୍ବଦା ପାଣି ବୋହି ସେତୁ ଉପରେ ମାଡୁଛି। ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ପାଣି ଜମି ରହୁଛି ା ସେତୁର ଉପରିଭାଗ ବାହ୍ୟ ପ୍ରାଚୀର କିଛିଅଂଶ ଭାଙ୍ଗି ଯାଇଛି ା ଏଥିପ୍ରତି ପୂର୍ତ୍ତ ବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ା ପ୍ରତିବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ ସେତୁର ଉପର ଅଂଶ ରାସ୍ତା ମରାମତି କରାଯାଉଥିଲେ ହେଁ ଦୈନିକ ଉକ୍ତ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଭାରିଯାନ, ଯାତ୍ରୀବାହୀ ଓ ଅନ୍ୟାନ୍ୟ ହାଲୁକା ଯାନ ଚଳାଚଳ କରୁଥିବାରୁ କମ୍‌ ଦିନ ମଧ୍ୟରେ ରାସ୍ତା ଉପରୁ ସିମେଣ୍ଟ ଓ ପିଚୁ ଉଠିଯାଉଛି ା ସୂଚନାଯୋଗ୍ୟ ଯେ, କୁଅଁାରିଆ ନଦୀ ଉପରେ ସେତୁ ନ ଥିବାରୁ କଣ୍ଟିଲୋ ଓ ଆଖପାଖ ଅଞ୍ଚଳର ଲୋକେ ଦୀର୍ଘ ୭କି.ମି. ରାସ୍ତା ଚାଲି ଚାଲି କିମ୍ବା ସାଇକେଲରେ ଆସି ନଦୀ ପାର ହେଉଥିଲେ ା ବହୁ ଦାବି ପରେ ୧୯୭୩ ମସିହାରେ ଏହି ସେତୁ ନିର୍ମାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ ଗୋକର୍ଣ୍ଣପୁର, ଝଗଡା ପଲ୍ଲୀ ଟିମ୍

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ  ପକ୍ଷରୁ  ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

TMC ଛାଡିବେ ରଚନା ବାନାର୍ଜୀ! ଦିଦିଙ୍କୁ ବଡ଼ ଝଟ୍‌କା

କୋଲକାତା,୧୨।୬: ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri