ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍‌.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର ବ୍ଲକ ମନ୍ଦାର ବେରେଣୀ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ତ୍ରିପାଠୀଙ୍କ ପୁଅ ଦେବାଶିଷ(୨୩)। ବୋଲଗଡ଼ ଥାନା ଆଇଆଇସିଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବାଇକ୍‌ ନଂ(ଓଆର୍‌ଡବ୍ଲ୍ୟୁ ୦୮୮୭) ଯୋଗେ ସେ ନୟାଗଡ଼ ଅଭିମୁଖେ ଯାଉଥିଲେ। ତେବେ ବୋଲଗଡ଼ଠାରେ ଏକ କାର୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇ ଚାଲିଯାଇଥିଲା। ଦୁର୍ଘଟଣାରେ ଦେବାଶିଷ ଓ ଅନ୍ୟ ଜଣେ ଯୁବକ ପ୍ରକାଶ ମହାକୁଡ଼(୨୩) ଗୁୁରୁତର ହେବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଦେବାଶିଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅଧିକ ଚିକିତ୍ସା ପାଇଁ ପ୍ରକାଶଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦେବାଶିଷଙ୍କ ପିତା ନାରାୟଣଙ୍କ ଅଭିଯୋଗ କ୍ରମେ ବୋଲଗଡ଼ ଥାନାରେ କେସ୍‌ ନଂ-୬୭/୧୯ ଅନୁସାରେ ପୋଲିସ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି। ଦେବାଶିଷଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ବାଘୁଣୀ ଅଙ୍କିତା, ନନ୍ଦନକାନରେ ୪ ନୂଆ ଅତିଥି

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଏବେ ନନ୍ଦନକାନନରେ ୪ ଅତିଥିଙ୍କୁ ଦେଖିବାକୁ ମିଳିବ। ବାଘୁଣୀ ଅଙ୍କିତା ଶୁକ୍ରବାର ୪ ଶାବକଙ୍କୁ ଜନ୍ମ ଦେଇଛି। ବାଘ ନନ୍ଦନ ଓ ଅଙ୍କିତାର ମିଳନରେ...

ମାନବବାଦ ସଦସ୍ୟ ଭୁଲିଗଲେ ମାନବିକତା

ଖୋର୍ଦ୍ଧା ଅଫିସ,୨୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ। ମାନବବାଦ ସଙ୍ଗଠନ ନଁାରେ ନିରୀହ ଆଦିବାସୀଙ୍କୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସଙ୍ଗଠନରେ...

ବାଇକ୍‌ର ପେଣ୍ଠସ୍ଥଳ କୁହୁଡି:ବାଇକ୍‌ ଚୋରି ପାଇଁ ତାଲିମ ଦିଆଯାଉଥିଲା

ଖୋର୍ଦ୍ଧା ଅଫିସ,୪ା୯: ଖୋର୍ଦ୍ଧା ଜିଲାର ଟାଙ୍ଗୀ ଥାନା କୁହୁଡି ଚୋରା ବାଇକ୍‌ର ପେଣ୍ଠସ୍ଥଳ ପାଲଟିଛି। ଏପରି କି ଏଠାରେ ବାଇକ୍‌ ଲୁଟ୍‌ କରିବାକୁ ଯୁବକମାନଙ୍କୁ ତାଲିମ...

ବିଜେଡିରେ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୭ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୋଳିିଆ ପାଣିରୁ ବିରୋଧୀ ଭାଜପା ଏବଂ...

ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍‌ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ...

ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା: ରାସ୍ତାରେ ଯାଉଛି ନର୍ଦ୍ଦମା ଜଳ

ଖୋର୍ଦ୍ଧା ଅଫିସ, ୨୪।୮: ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଣଦେଖା କରି ନିର୍ମାଣ କରାଗଲା ଡ୍ରେନ। ଏଣୁ ବର୍ଷା ହେଲେ ବର୍ଷାଜଳ ସହ ନର୍ଦ୍ଦମା ଜଳ ରାସ୍ତା...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୪ା: ଖୋର୍ଦ୍ଧାରେ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବୁଧବାର ଖୋର୍ଦ୍ଧା ଅବକାରୀ ପୋଲିସ ସାମନ୍ତରାପୁର ଠେଙ୍ଗାହାଟ ଛକରୁ ୧୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ଜଣେ...

ସେତୁ ନ ହେଲେ ଭୋଟ୍‌ ବର୍ଜନ

ଖୋର୍ଦ୍ଧା ଅଫିସ,୨୩ା୧: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମିତି ଗାଁ ଅଛି, ଯେଉଁଠି ଲୋକେ...

Advertisement
Archives

Model This Week