ଦୁର୍ଘଟଣାଗ୍ରସ୍ତ କାରରୁ ମୃତ ମୟୂର ଜବତ

ଦାରିଙ୍ଗବାଡି,୧୫ା୨(ଡି.ଏନ୍‌.ଏ.)

ଦାରିଙ୍ଗବାଡି ଥାନା ଗଦଡି ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାରକରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଥାନା ଏସ୍‌ଆଇ ଗୋପାଳକୃଷ୍ଣ ଆଗୁପାତ୍ର ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି।
ଉକ୍ତ କାର ଭିତରେ ଏକ ମୃତ ମୟୂର ଥିବା ଉଦ୍ଧାର କରୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଜଙ୍ଗଲରୁ ମୟୁର ଚୋରାଚାଲାଣ କରାଯାଉଥିବା ସେମାନେ ଆଶଙ୍କା କରିଛନ୍ତି। ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ ଧାରୁଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ମୟୂରକୁ ଜବତ କରିଥିଲେ। ଦାରିଙ୍ଗବାଡି ସହକାରୀ ପ୍ରାଣୀଧନ ଚିକିତ୍ସକ ଚିନ୍ମୟ ସାହୁ ଏହାର ବ୍ୟବଚ୍ଛେଦ କରିଛନ୍ତି। ଏନେଇ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ପ୍ରକାଶ ଯେ, କାରଟି ସିମନବାଡିରୁ ରାଇକିଆ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ

ସୋରଡ଼ା,୨୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କଣାସ ନୂଆଗାଁ ଥାନ କୁଡୁପାତିଆରୁ ଖୋର୍ଦ୍ଧା କୁହୁଡ଼ିକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ...

ଲାଞ୍ଚ ମାମଲା: ପୂର୍ବତନ ଷ୍ଟେନୋଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ, ୨୯ା୫: ଏକ ଲାଞ୍ଚ ମାମଲାର ବିଚାର କରି ସୋମବାର କନ୍ଧମାଳ ଜିଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ...

ଡବେରୀ ଅଙ୍ଗନାୱାଡି କେନ୍ଦ୍ରରେ ଅବ୍ୟବସ୍ଥା: ୧୧ଟା ପର୍ଯ୍ୟନ୍ତ ବାହାରେ ଠିଆ ହେଲେ ଶିଶୁ

ଦାରିଙ୍ଗବାଡ଼ି,୧।୧(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଡବେରୀଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ମଙ୍ଗଳବାର ଶିଶୁମାନେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ...

ସମସ୍ୟା ଘେରରେ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିଁରେ ଚାଲିଛି। ଆରୋଗ୍ୟ କେନ୍ଦ୍ରରେ...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ (ଡି.ଏନ୍‌.ଏ.),୧୯।୫: କିଛି ଦିନର ନିରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି। ଜିଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ...

ଅନ୍‌ଲାଇନ ପାଠପଢ଼ାରେ ନେଟ୍‌ୱର୍କ ବାଧକ: ହ୍ବାଟ୍‌ସଆପ୍‌ ଗ୍ରୁପରେ ୧୦ମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା

ଫୁଲବାଣୀ ଅଫିସ,୧୫ା୫- ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍‌ ୧୭...

ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠିରୁ ହେବ ଖର୍ଚ୍ଚ

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଦୁଇଟି ମନ୍ଦିରର ଉନ୍ନତିକରଣ ପାଇଁ ଶନିବାର ଭିତ୍ତିପ୍ରସ୍ତର କରାଯାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା...

କରୋନାରେ ଆଖିବୁଜିଲେ ପୂର୍ବତନ ଏମ୍‌ପି

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲାର ପୂର୍ବତନ ଏମ୍‌ପି ସୁଗ୍ରୀବ ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ,...

Advertisement
Archives

Model This Week