ଦୁର୍ଗା ମୂର୍ତ୍ତି ଗଢ଼ା ପାଲଟିଛି ପେସା, ନିଶା

ରାଜନଗର,୩୦ା୯(ଡି.ଏନ୍‌.ଏ.): ଆଉ ମାତ୍ର କିଛିଦିନ ପରେ ପାର୍ବଣ। ଏଥିଲାଗି ଏବେଠୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପୁରପଲ୍ଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ମା’ଦୁର୍ଗାଙ୍କ ଆଗମନ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ଶିଳ୍ପୀମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢ଼ିବାରେ ଲାଗିଛନ୍ତି।
ଏପରିସ୍ଥଳେ ଭିତରଗଡ଼ ଗ୍ରାମର ଯୁଧିଷ୍ଠିର ଓଝା ରାଜନଗର ବଜାରସ୍ଥିତ ଦେବୀ ମଣ୍ଡପରେ ମା’ଙ୍କ ମୂର୍ତ୍ତି ନିର୍ମାଣରେ ନିମଗ୍ନ ଅଛନ୍ତି। ୭୦ ବର୍ଷରେ ପଦାର୍ପଣ କରିଥିବା ଏହି ଶିଳ୍ପୀ ଜଣକ ଦୀର୍ଘ ୫୦ ବର୍ଷ ଧରି ଏହି ସ୍ଥାନରେ ମା’ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଛନ୍ତି। ମା’ଙ୍କ ମୂର୍ତ୍ତିକୁ ଜୀବନ୍ତ କରି ଗଢ଼ି ତୋଳିବାରେ ସେ ସିଦ୍ଧହସ୍ତ ହୋଇଥିବା ବେଳେ ବୟସ ତାଙ୍କ ଆଗରେ ହାର ମାନିଛି। ମା’ଙ୍କ ମୂର୍ତ୍ତି ଗଢ଼ିବାରେ ଆନନ୍ଦ ମିଳିଥାଏ ବୋଲି ଓଝା କୁହନ୍ତି। ମା’ଙ୍କ କୃପାରୁ ଏହି ମୂର୍ତ୍ତି ଗଢ଼ା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ କୁହନ୍ତି। ରାଜନଗର ବ୍ଲକ ବାଲିକଣା ଗ୍ରାମର ବିଶିଷ୍ଟ ଶିଳ୍ପୀ କୃପାସିନ୍ଧୁ ରଥଙ୍କଠାରୁ ସେ ମୂର୍ତ୍ତି ଗଢ଼ା କାର୍ଯ୍ୟ ଶିଖିଥିଲେ। ଏହାପରଠାରୁ ସେ କେବେ ପଛକୁ ଫେରି ଚାହିଁନାହାନ୍ତି। ଓଝା ନିଜର ପ୍ରଥମ ଅନୁଭୂତି ସମ୍ପର୍କରେ କୁହନ୍ତି, ୫୦ ବର୍ଷ ତଳେ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଦିନ ସ୍ଥିର ହୋଇଥିଲା। ସେଦିନ ରାତ୍ରିରେ ସେ ମା’ଙ୍କ ସ୍ବପ୍ନାଦେଶ ପାଇଥିଲେ। ମୂର୍ତ୍ତି ଗଢ଼ାରେ ମନଧ୍ୟାନ ଦେବାକୁ ମା’ ସ୍ବପ୍ନରେ ନିର୍ଦ୍ଦେଶ ଦେଇଥିଲେ। ସକାଳୁ ନିଦ ଭାଙ୍ଗିବା ପରେ ସେ ସ୍ନାନ କରି ମା’ଙ୍କୁ ଆରାଧନା ପରେ ମୂର୍ତ୍ତି ଗଢ଼ା ଆରମ୍ଭ କରିଥିଲେ। ପ୍ରଥମ ମୂର୍ତ୍ତି ଶେଷ କରିବା ପରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ବୋଲି ଓଝା କୋହ ଭରା କଣ୍ଠରେ କୁହନ୍ତି। ମାତ୍ର ଗୋଟିଏ ବର୍ଷ ପୂଜା କମିଟି ସହ ମନମାଳିନ୍ୟ ହେବାରୁ ସେ ମୂର୍ତ୍ତି ନିର୍ମାଣରୁ ଦୂରେଇ ଯାଇଥିଲେ। ସେଦିନ ରାତିରେ ମା’ ପୁନର୍ବାର ସ୍ବପ୍ନାଦେଶ ଦେଇଥିଲେ। ତୁରନ୍ତ ମୂର୍ତ୍ତି ନିର୍ମାଣ ପାଇଁ ନିଜକୁ ପ୍ରସ୍ତୁତ କରିନେବାକୁ ମା’ ନିର୍ଦ୍ଦେଶ ଦେଇଥିଲେ। ମା’ଙ୍କ ଆଶୀର୍ବାଦ ସର୍ବଦା ସାଙ୍ଗରେ ରହିଛି ବୋଲି ଭାବି ଏହାପରଠୁ କେବେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବନ୍ଦ କରିନାହାନ୍ତି ବୋଲି ଓଝା କୁହନ୍ତି। ବୟସର ଅପରାହ୍ନରେ ପହଞ୍ଚତ୍ ଥିବା ଏହି ଶିଳ୍ପୀଙ୍କୁ ଅଦ୍ୟାବଧି କୌଣସି ସରକାରୀ ପ୍ରୋତ୍ସାହନ ମିଳିପାରିନାହିଁ। ଏନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଫଳରେ ସେ ଅଭାବ ଅନଟନରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ପ୍ରକୃତ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଭତ୍ତା ପ୍ରଦାନ କରିବା ଲାଗି ଓଝା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?