ଦୁବାଇ ଷ୍ଟାଇଲରେ ମେଗା ଶପିଂ ଫେଷ୍ଟିଭାଲ

ନୂଆଦିଲ୍ଲୀ,୧୫-୯: ମାନ୍ଦାବସ୍ଥାକୁ ଦୂର କରିବା ଲକ୍ଷ୍ୟରେ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୫୦ ହଜାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ସରକାର ଦୁବାଇ ଷ୍ଟାଇଲରେ ନୂଆ କରି ମାର୍ଚ୍ଚ ୨୦୨୦ରୁ ଦେଶରେ ଶପିଂ ଫେଷ୍ଟିଭାଲ ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୪ ବଡ଼ ସହରରେ ଏହାକୁ ଆୟୋଜନ କରାଯିବ। ଜେମ୍ସ ଆଣ୍ଡ ଜୁଏଲେରି, ଯୋଗ ଏବଂ ପର୍ଯ୍ୟଟନ, ବୟନଶିଳ୍ପ ଏବଂ ଚମଡା ଉଦ୍ୟୋଗ ସହ ସମ୍ପର୍କିତ ଫେଷ୍ଟିଭାଲ ଆୟୋଜନ କରାଯିବ। ଦିଲ୍ଲୀର ପ୍ରଗତି ମଇଦାନରେ ଯେପରି ପ୍ରତିବର୍ଷ ଟ୍ରେଡ୍‌ ଫେୟାର ଆୟୋଜନ କରାଯାଉଛି, ଠିକ୍‌ ସେହି ଢ଼ଙ୍ଗରେ ଶପିଂ ଫେଷ୍ଟିଭାଲ ଆୟୋଜନ କରାଯିବ। ଦୁବାଇରେ ଏଭଳି ଶପିଂ ଫେଷ୍ଟିଭାଲ ପ୍ରତିବର୍ଷ ଆୟୋଜନ କରାଯାଇଥାଏ।
ସେହିପରି ରପ୍ତାନି ପାଇଁ ଲାଗୁଥିବା ସମୟକୁ କମାଇବାକୁ ସରକାର ଚାହୁଁଛନ୍ତି। ଅର୍ଥାତ୍‌ ବନ୍ଦରଗୁଡ଼ିକରେ ରପ୍ତାନି ପାଇଁ ଆପଣାଯାଉଥିବା ପଦ୍ଧତିକୁ ଅଧିକ ସରଳ କରାଯିବ। ବର୍ତ୍ତମାନ ସାମଗ୍ରୀର କ୍ଲିୟରିଂ ଲାଗି ଅଧିକ ସମୟ ଲାଗିଥାଏ। ଏହାକୁ କମାଇ ଦିଆଯିବ। ନିର୍ମଳା ଆମେରିକା ଓ ଚାଇନାର ଉଦାହରଣ ଦେଇ କହିଛନ୍ତି ଯେ, ସେଠାରେ ବନ୍ଦରରେ ସାମଗ୍ରୀର କ୍ଲିୟରାନ୍ସ ଲାଗି ଗୋଟିଏ ଦିନରୁ କମ୍‌ ସମୟ ଲାଗିଥାଏ। କିନ୍ତୁ ଭାରତରେ ଏଥିପାଇଁ ୧ରୁ ଅଧିକ ଦିନ ଲାଗିଯାଏ। ସେହିପରି ରପ୍ତାନିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରପ୍ତାନି ଉତ୍ପାଦ ଉପରେ ଲାଗୁଥିବା ଶୁଳ୍କ ଏବଂ ଟିକସ ଛାଡ଼(ଆର୍‌ଓଡିଟିଇପି) ସ୍କିମ୍‌କୁ ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ୱାରା ସରକାରଙ୍କୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆର୍‌ଓଡିଟିଇପି ସ୍କିମ୍‌ ୨୦୨୦ ଜାନୁୟାରୀ ପହିଲାରୁ ମର୍ଚ୍ଚାଣ୍ଡାଇଜ ଏକ୍ସପୋର୍ଟସ ଫ୍ରମ୍‌ ଇଣ୍ଡିଆ ସ୍କିମ୍‌(ଏମ୍‌ଇଆଇଏସ୍‌)ର ସ୍ଥାନ ନେବ। ପୁରୁଣା ସ୍କିମ୍‌ ଅଧୀନରେ ସରକାର ସାମଗ୍ରୀ ଏବଂ ଦେଶ ଆଧାରରେ ଶୁଳ୍କ ଉପରେ ଲାଭ ଉପଲବ୍ଧ କରାଇଥାଏ। ଦେଶର ରପ୍ତାନି ୬% ହ୍ରାସ ପାଇଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ବିଶେଷଜ୍ଞଙ୍କ ମତରେ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିଦେଇଛନ୍ତି। ସୀତାରାମନ୍‌ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ଇ-ରିଫଣ୍ଡ ଶୀଘ୍ର ଲାଗୁ କରାଯିବ। ଏଥିସହିତ ଏକ୍ସପୋର୍ଟ କ୍ରେଡିଟ୍‌ ସ୍କିମ୍‌(ଇସିଜିସି)ର ରପ୍ତାନି ଋଣ ବୀମା ଯୋଜନା ପରିସରକୁ ବୃଦ୍ଧି କରାଯିବ। ଏହାଦ୍ୱାରା ସରକାର ବାର୍ଷିକ ୧୭୦୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ପ୍ରାଥମିକତା ଥିବା ସେକ୍ଟର ଅଧୀନରେ ଏକ୍ସପୋର୍ଟ କ୍ରେଡିଟ ଲାଗି ୩୬ହଜାର କୋଟି ଟଙ୍କାରୁ ୬୮ ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଜାରି କରାଯିବ ବୋଲି ସୀତାରାମନ୍‌ କହିଛନ୍ତି। ରପ୍ତାନି କ୍ଷେତ୍ର ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପ୍ୟାକେଜ ଘୋଷଣାକୁ ଉଦ୍ୟୋଗ ଜଗତ ସ୍ବାଗତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଦୁଇ ଓ ତିନିଚକିଆ ଯାନର ଟାୟାର ବ୍ରାଣ୍ଡ୍‌ ଟିଭିଏସ୍‌ ୟୁରୋଗ୍ରିପ୍‌ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କଳାଧନ ଠାବ

ନୂଆଦିଲ୍ଲୀ,୨୨।୧୧: ଆୟକର ବିଭାଗ ପକ୍ଷରୁ ଗୁଜରାଟର ଏକ କମ୍ପାନୀ ଉପରେ ଚଢ଼ାଉ କରାଯାଇ ପ୍ରାୟ ୧୦୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ଏହା ରିୟଲ...

ଏସ୍‌ବିଆଇର ନବୀକୃତ ସଚିବାଳୟ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନବୀକୃତ ଶାଖାଗୁଡ଼ିକର ସମୂହ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଭବନ...

ଆରମ୍ଭ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆରମ୍ଭ ହେଲା ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ୍ସ’। ଧରିତ୍ରୀ ଏବଂ ଓଡିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ...

ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ...

୬ବର୍ଷରେ ପ୍ରଥମଥର ଏପ୍ରିଲରେ ଏୟାର ଟ୍ରାଫିକ ହ୍ରାସ

ନୂଆଦିଲ୍ଲୀ,୩୦-୫: ଏପ୍ରିଲରେ ଘରୋଇ ଏୟାର ଟ୍ରାଫିକ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ପ୍ରଥମଥର ଦେଖିବାକୁ ମିଳିଛି। ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଯିବା...

ବିଓଏମ୍ ର ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍)ର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗ ଓ ହିତାଧିକାରୀଙ୍କ ସହ ଏକ ଋଣନୀତିକ ବୈଠକ ଅନୁଷ୍ଠିତ...

କର୍ଫ୍ୟୁ ପାଇଁ ବନ୍ଦ ରହିବ ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ,୨୧-୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତ କର୍ଫ୍ୟୁ ଆହ୍ବାନରେ ରବିବାର ପାସେଞ୍ଜର ଟ୍ରେନ ସେବା ବନ୍ଦ ରହିବ। ଶନିବାର ମଧ୍ୟରାତ୍ରଠାରୁ ରବିବାର ରାତି ୧୦ଟା ଯାଏ...

Advertisement
Archives

Model This Week