ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ ଜାତିର ଇତିହାସ ଆଜି ବି ସାଇତା ହୋଇରହିଛି। ମହାପାର୍ବଣ ଅବସରରେ ବୀର ପାଇକମାନେ ପୁଣିଥରେ ସ୍ମୃତି ଉଜାଗର କରିଛନ୍ତି। ଅସ୍ତ୍ରଶସ୍ତ୍ର ପୂଜା କରିବା ସହ ପାଇକମାନେ ନିଜକୁ ସମର୍ପଣ କରିଛନ୍ତି ମାତୃଶକ୍ତି ନିକଟରେ, ଯାହାର ଝଲକ ଦେଖିବାକୁ ମିଳିଥିଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ଗ୍ରାମରେ।
ସ୍ଥାନୀୟ ବାଘୁଆସାହି, ବର ସାହି, ବେଲଗାଡ଼ିଆ ସାହିରେ ବସବାସ କରୁଥିବା ଶତାଧିକ ପାଇକ ପରିବାର ଧୁମ୍‌ଧାମରେ ପାଳନ କରିଛନ୍ତି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ତୋରଣ ସାଙ୍ଗକୁ ଉଚ୍ଚକୋଟୀର ମଞ୍ଚ ସଜ୍ଜା ଦେଖିବାକୁ ବ୍ୟାପକ ଜନସମାଗମ ହୋଇଥିଲା। ଏହି ଉପଲକ୍ଷେ ଗ୍ରାମର ଜଗତଜନନୀ ପାଇକ ସଂଘ ପକ୍ଷରୁ ଅସ୍ତ୍ରଶସ୍ତ୍ର ସାଜ ବସାଇ ଠାକୁରାଣୀଙ୍କ ନିକଟରେ ପୂଜା କରାଯାଇଥିଲା। ବୀରତ୍ୱର ଗାଥାକୁ ମନେପକାଇ ପାଇକ ପୁଅମାନେ ସଙ୍ଗୀତର ତାଳେତାଳେ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥିଲା।
ସଭାପତି ଶ୍ରୀଧର ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ସମ୍ପାଦକ ରବିନାରାୟଣ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଖଡ଼ାର ମୁଖ୍ୟ ପରିଚାଳକ ରୂପକ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଳପତି ଅଭିରାମ ସାମଲ, ବରିଷ୍ଠ ସଦସ୍ୟ ସଦସ୍ୟ ଅଜିତ ସାମଲ ପ୍ରଥମେ ଠାକୁରାଣୀଙ୍କ ନିକଟରେ ଭେଟ ଦେଇଥିଲେ। ଏହାପରେ ୫୦ରୁ ଊର୍ଦ୍ଧ୍ୱ ପାଇକ ବୀର ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ରାମଚଣ୍ତୀଙ୍କଠାରୁ ଆଜ୍ଞାମାଳ ଅଣାଯିବା ପରେ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ସମାପନ ହୋଇଥିଲା। କୋଷାଧ୍ୟକ୍ଷ ଉଗ୍ରସେନ ସାମଲ, କଳାକାର ସନ୍ତୋଷ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri