ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ନାବାଳିକା ଗୁରୁତର; ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

ଓଡ଼ଗାଁ,୧୦ା୩(ସ୍ବ.ପ୍ର.)- ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ଓ ନନ୍ଦିଘୋରଠାରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଥିବା ଜଣାଯାଇଛି।

ପୋଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଏହି ଥାନା ଅନ୍ତର୍ଗତ ଆନନ୍ଦପୁର-ରବିଗାଡିଆ ରାସ୍ତାରେ କୌଣସି ଅଜଣା ଗାଡି ଧକ୍କାରେ ରବିଗାଡିଆ ଗ୍ରାମର ନଣ୍ଡା ଓରଫ ପ୍ରକାଶ ପରିଡା(୨୮)ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଚାଲିଚାଲି ଏକାକୀ ଗାଁକୁ ଯାଉଥିବା ବେଳେ କୌଣସି ଗାଡ଼ି ଧକ୍କାରେ ସେ ତଳେ ପଡିଯାଇଥିଲେ। ପୋଲିସ ଏ ନେଇ ଖବରପାଇ ମୃତଦେହ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରିବା ସହିତ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବାକୁ ଉଦ୍ୟମ କରୁଥିବା ତଦନ୍ତ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି।

ଅନ୍ୟ ଏକ ଘଟଣାକ୍ରମେ ସୋମବାର ରାତି ପ୍ରାୟ ୯ଟାରେ ଓଡ଼ଗାଁ ଆହାରକେନ୍ଦ୍ରରୁ ଫେରୁଥିବା ଆହାର ଭ୍ୟାନ୍‌ ଧକ୍କାରେ ନନ୍ଦିଘୋର ନୂଆସାହିଠାରେ ଜଣେ ନାବାଳିକା(୮) ଗୁରୁତର ହୋଇଥିବା ଜଣାଯାଇଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିଲା। ହେଲେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ୨୧ ନଂ ରାଜ୍ୟ ରାଜପଥ ଅନ୍ତର୍ଗତ ନୂଆଁ ସାହି ରାସ୍ତାପାର୍ଶ୍ୱରେ ଅର୍ଥାତ୍‌ ନାବାଳିକାଙ୍କ ଦୁଆର ପାଖରେ ଦୋଳ ନିମନ୍ତେ ଠାକୁରଙ୍କୁ ଭୋଗ ଲାଗି ହେଉଥିବା ବେଳେ ସାମାନ୍ୟ ଗହଳି ରହିଥିଲା। ଆହାର କେନ୍ଦ୍ର ଭ୍ୟାନ ଚାଳକ ଭାରସାମ୍ୟ ହରାଇ ନାବାଳିକାକୁ ଧକ୍କା ଦେବାପରେ ଗାଡି ନେଇ ଚାଲିଯାଉଥିଲେ। ହେଲେ ଗ୍ରାମବାସୀ ପଛରୁ ଗୋଡାଇ ଗାଡିକୁ ଧରିଆଣିବାପରେ ଗାଡି ଚାଳକଙ୍କୁ ମାଡ଼ ମାରିଥିଲେ। ହେଲେ କେତେକ ଗ୍ରାମବାସୀ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଭଳି ଖବର ପ୍ରସାର କରିବାରୁ ଉତ୍ତ୍ୟକ୍ତ ଲୋକେ ସାଙ୍ଗେସାଙ୍ଗେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ତହସିଲଦାର ବିଜୟିତା ସାମନ୍ତସିଂହାର, ଶରଣକୂଳ ଏସ୍‌ଡିପିଓ ଏସ୍‌ ଟପ୍ନୋ ଓ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହିତ ଶରଣକୂଳ ପୋଲିସ ରାତିସାରା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଗୁରୁତର ନାବାଳିକାଙ୍କ ସମସ୍ତ ଚିକିତ୍ସା ଦାୟିତ୍ୱ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ମଙ୍ଗଳବାର ଭୋର ୪ଟା ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧରୁ ହଟି ନ ଥିଲେ। ହେଲେ ଭୋର ୪ଟା ବେଳକୁ ରାସ୍ତା ଅବରୋଧ ହଟିଥିବା ଜଣାଯାଇଛି। ପୋଲିସ ଆହାର ଗାଡି(ଓଡି୨୫ଏଚ୍‌ ୫୭୦୭)କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁଇଟି ମାମଲା ରୁଜୁ କରିବା ନେଇ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଳୁନି ବୈତରଣୀ ସେତୁ ବିପଦ

ଆନନ୍ଦପୁର,୧୦। ୭(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ସେତୁ ପ୍ରତି ବିପଦ ଟଳିବାର ନାଁ ଧରୁନି। ବର୍ଷକ ତଳେ ଏକ ପିଲାରରୁ ବିୟରିଂ ଖସି ବିପଦ ସୃଷ୍ଟି ହୋଇଥିବାବେଳେ...

ମାଲବାହୀ ଟ୍ରକ୍‌ ଧକ୍କାରେ ଜଣେ ମୃତ

ଜଳେଶ୍ବର, ୩୦।୮: ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ...

ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୧ା୧୧: ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ। ଏଥିରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା

କେନ୍ଦୁଝର,୧୮।୧୧(ସ୍ବ.ପ୍ର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା କରାଯିବା ପ୍ରତିବାଦରେ ଜିଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗୁରୁବାର ମଧ୍ୟାହ୍ନରେ ହେବାକୁ ଥିବା...

ନାଗାର୍ଜୁନ ବେଶ ଦିନ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବାକୁ ଅନୁୁରୋଧ

ପୁରୀ ଅଫିସ, ୨୫।୧୧(ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥର ପଞ୍ଚକ ୬ ଦିନ ପଡୁଥିବା ବେଳେ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ...

ଖେଳାଳିରୁ କୋଚ୍‌

ଢେଙ୍କାନାଳ ଗୁଡ଼ିଆନାଳିର ଝିଅ କାଦମ୍ବିନୀ ମହାକୁଡ଼। ମା’ ବାସନ୍ତୀ ମହାକୁଡ଼ ଓ ବାପା ମଦନ ମୋହନ ମହାକୁଡ଼। ୧୯୮୨ ଜୁଲାଇ ୧୩ରେ ଜନ୍ମିତ କାଦମ୍ବିନୀ ଓଡ଼ିଶା...

କାନ୍ଥ ପଡ଼ି ଯୁବକ ଗୁରୁତର : ଚିକିତ୍ସାଳୟରେ ଭର୍ତ୍ତି

ଆନନ୍ଦପୁର,୨୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ. ଓ୍ବାର୍ଡ ଜଅଁରା ଗ୍ରାମରେ କାନ୍ଥ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଅଗ୍ନିଶମ...

ଅଡୁଆରେ ଟମାଟୋ ଚାଷୀ

କେନ୍ଦୁଝର, ୨୬ା୨(ସ୍ବ.ପ୍ର.)-ଚାଷକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ। ଫଳରେ ଅନେକ ସମୟରେ ଅଧିକ ଉତ୍ପାଦନ କରି ଚାଷୀ ଅଡୁଆରେ ପଡୁଛନ୍ତି। ଏଭଳି ଅଡୁଆରେ...

Advertisement
Archives

Model This Week