ଦୁଃଖ ଶୁଣିଲା ପ୍ରଶାସନ: ଅସହାୟ ମା’ଝିଅଙ୍କୁ ମିଳିଲା ସରକାରୀ ସହାୟତା

ମାଥିଲି, ୧।୮-  ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଞ୍ଚାୟତ ସଦରରେ ରହୁଥିବା ଅସହାୟ ବୃଦ୍ଧା ଦହନା ପାଙ୍ଗି ଓ ତାଙ୍କ ବିଧବା ଝିଅ ସୁଭଦ୍ରା ପାଙ୍ଗିଙ୍କ ଦୁଃଖ ପ୍ରଶାସନ ବୁଝିଛି । ଅସହାୟ ଭଙ୍ଗା ଦଦରା ଘରେ ଓ ସରକାରୀ ଯୋଜନାରୁ ବାଦ ପଡିଥିବା ଏହି ମାଆ ଝିଅଙ୍କୁ ସରକାରୀ ଯୋଜନାରେ ସାମିଲ କରିଛି ପ୍ରଶାସନ । ଏ ନେଇ ମାଲକାନଗିରି ଉପ ଜିଲାପାଳ ରାମେଶ୍ବର ପ୍ରଧାନ, ମାଥିଲି ବିଡିଓ ଆଶିଷ କୁମାର ଭୋଇ ଓ ମାଥିଲି ତହସିଲଦାର ମଘବାନ ବାଗ ବୁଧବାର ଦହନା ଓ ସୁଭଦ୍ରାଙ୍କୁ ଭେଟିଥିଲେ । ସରକାରୀ ଯୋଜନାରେ ଏହି ଅସହାୟ ମାଆ ଝିଅଙ୍କୁ ସାମିଲ କରିବା ସହ ରେଡକ୍ରସ ତରଫରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ବୃଦ୍ଧା ଦହନାଙ୍କୁ ବାର୍ଦ୍ଦକ୍ୟ ଭତ୍ତା ଓ ଝିଅ ସୁଭଦ୍ରାଙ୍କୁ ଜୁଲାଇ ମାସର ବିଧବା ଭତ୍ତା ଉଦୁଲିବେଡା ପିଇଓ ଅଶୋକ ମହାରଣା ପ୍ରଦାନ କରିଥିଲେ । ତୁରନ୍ତ ଘର ଟିଏ ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ଉପଜିଲାପାଳ ପ୍ରଧାନ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦହନା ଓ ତାଙ୍କ ଝିଅ ସୁଭଦ୍ରା କୌଣସି ସରକାରୀ ଯୋଜନାରେ ସାମିଲ ହୋଇ ନ ଥିଲେ। ଅସହାୟ ଅବସ୍ଥାରେ ଥିବାବେଳେ ପିଇଓ ମହାରଣା ସେମାନଙ୍କ ଦୟନୀୟ ଅବସ୍ଥା ଜାଣିବାକୁ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା...

ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ...

ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍‌

ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri