Posted inଖେଳ

ଦୀପା ପିସିଆଇର ନୂଆ ସଭାପତି

ନୂଆଦିଲ୍ଲୀ, ୨।୨(ପି.ଟି.)- ପାରା ଅଲିମ୍ପିକ ଗେମ୍ସରେ ପଦକ ଜିତିଥିବା ପ୍ରଥମ ଓ ଏକମାତ୍ର ଭାରତୀୟ ମହିଳା ଆଥ୍‌ଲେଟ୍‌ ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ କମିଟି (ପିସିଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୪୯ ବର୍ଷୀୟା ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସ ଗେମ୍ସର ଶଟ୍‌ପୁଟ୍‌ (ଏଫ୍‌-୫୩) ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ପିସିଆଇ ନିର୍ବାଚନରେ ଏହି ହରିୟାଣା ତାରକା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ‘ପରିବର୍ତ୍ତନ ପାଇଁ ଏହା ମୋ ଲାଗି ଏକ ବଡ଼ ସୁଯୋଗ। ସମସ୍ତଙ୍କ ସମର୍ଥନ ମୋତେ ମିଳିବାର ବିଶ୍ୱାସ ରହିଛି’ ବୋଲି ଦୀପା ଟୁଇଟ୍‌ କରି କହିଛନ୍ତି। ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ସମେତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଦୀପା ଜିତିଛନ୍ତି। ୨୦୧୧ ଆଇପିସି ବିଶ୍ୱ ଚାମ୍ପିୟନଶିପ୍‌ର ଶଟ୍‌ପୁଟ୍‌ (ଏଫ୍‌ ୫୨-୫୩)ରେ ମଧ୍ୟ ସେ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଦୀପା ଉଭୟ ଡିସ୍‌କସ୍‌ (ଏଫ୍‌ ୫୨-୫୩) ଓ ଜାଭେଲିନ୍‌ ଥ୍ରୋ (ଏଫ୍‌ ୫୩-୫୪)ରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ।
ନିର୍ବାଚନରେ ଦୀପାଙ୍କ ବ୍ୟତୀତ କଭେନ୍ଦ୍ର ଚୌଧାରୀ ଓ ଶଶିରଞ୍ଜନ ପ୍ରସାନ ସିଂ ଉପ ସଭାପତି, ଏମ୍‌. ମହାଦେବ କୋଷାଧ୍ୟକ୍ଷ ଏବଂ ନେଲ୍‌ ନନ୍ଦକିଶୋର ବାବୁରାଓ ଓ କାନ୍ତିଲାଲ ପରମାର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କ୍ରୀଡ଼ା ନୀତିର ଉଲ୍ଲଂଘନ ଯୋଗୁ ଗତ ସେପ୍ଟେମ୍ବରରେ କ୍ରୀଡ଼ାମନ୍ତ୍ରୀ ପିସିଆଇ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି

ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍‌ଙ୍କୁ ବାଦ୍‌ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ...

ପୂର୍ବତନ ଆର୍ଜେଣ୍ଟିନା ବକ୍ସିଂ ଚାମ୍ପିୟନଙ୍କୁ ଜେଲ୍‌ ଦଣ୍ଡ

ବୁଏନ୍‌ସ ଏରିଜ,୧।୮(ଏଏଫ୍‌ପି)- ବାରମ୍ବାର ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବାରୁ ପୂର୍ବତନ ଓ୍ବେଲଟରଓ୍ବେଟ ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନ କାର୍ଲୋସ ବାଲ୍ଡମିରଙ୍କୁ କୋର୍ଟ ୧୮ ବର୍ଷର ଜେଲ ଦଣ୍ଡାଦେଶ...

ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌...

ପୂଜାରାଙ୍କ ମଜାକ ଉଡାଇଲେ ଧାଓ୍ବନ

ରାଜକୋଟ,୨୯।୧୨- ଏଠାରେ ଉତ୍ତର ପ୍ରଦେଶ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ମ୍ୟାଚ୍‌ରେ...

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ...

ଇଂଲଣ୍ଡରେ ରହିବାକୁ ଯୋଜନା କରୁଛନ୍ତି ଅମିର

କରାଚୀ, ୨୮।୭- ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବାମହାତୀ ପେସର ମହମ୍ମଦ ଅମିର ଏବେ ବ୍ରିଟିଶ ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଲାଇ...

କୋହଲିଙ୍କ ‘ବିରାଟ’ ବିଶ୍ୱରେକର୍ଡ

ଆଡିଲେଡ,୧୦।୧୧: ଆଡିଲେଡରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଏଥି ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି...

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।...

Advertisement
Archives

Model This Week