Posted inଜାତୀୟ

ଦିଲ୍ଲୀ ଲଢ଼େଇ ଘମାଘୋଟ

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। ସରକାର ସପକ୍ଷରେ ହାଓ୍ବା ବୋହୁଛି ବୋଲି ଦାବି କରୁଥିବା ଏଏପି ପକ୍ଷରୁ ମଙ୍ଗଳବାର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ ବୁଧବାର ଅପରାହ୍ନ ଗୋଟାଏ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷରେ ଭାଜପା ସପକ୍ଷରେ ବୋହୁଥିବା ହାଓ୍ବା କେଜ୍‌ରିଓ୍ବାଲ ଓ ତାଙ୍କ ସହଯୋଗୀଙ୍କ ନିଦ ହଜାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ କରିଛନ୍ତି। ପ୍ରଚାର ଶେଷ ହୋଇ ଆସୁଥିବାବେଳେ ଦିଲ୍ଲୀ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚତ୍ଛି।
ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ୮ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋର୍‌ଦାର କରାଯାଇଛି। ଏଏପି-ଭାଜପା-କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି କୁହାଯାଉଥିଲେ ହେଁ କଂଗ୍ରେସ ଟିକେ ପଛରେ ପଡ଼ିଯାଇଛି। ଦୁଇ ବିରୋଧୀ ଦଳ ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜାରି କରିଥିବାବେଳେ ଏଏପି ପକ୍ଷରୁ ମଙ୍ଗଳବାର ‘୨୮ ସୂତ୍ରୀ ଗ୍ୟାରେଣ୍ଟି କାର୍ଡ’ ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ ଜାରି କରିଥିବା ଏହି ଇସ୍ତାହାରରେ ଉଲ୍ଲେଖ କରାଯାଇଛି ଯେ, ଏଏପି ପୁନଃ କ୍ଷମତାସୀନ ହେଲେ ଦିଲ୍ଲୀରେ ୨୪ ଘଣ୍ଟିଆ ମାର୍କେଟ ଏବଂ ସ୍କୁଲ ପାଠ୍ୟକ୍ରମରେ ଦେଶଭକ୍ତିର ପାଠକୁ ସାମିଲ କରାଯିବ। ସାଧାରଣ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଆଇନଶୃଙ୍ଖଳା ସ୍ଥିତିରେ ଉନ୍ନତି ଅଣାଯିବ। ଏନେଇ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଳୀବାସୀ ଏବଂ ଏପରି କି ବିରୋଧୀମାନେ ମଧ୍ୟ ତାଙ୍କ ସରକାରର ପ୍ରଦର୍ଶନ ପ୍ରତି ପ୍ରଭାବିତ ହୋଇଛନ୍ତି। ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ଦିଲ୍ଲୀର ଭୋଟର ଜାଣିନାହାନ୍ତି। ତେଣୁ ବୁଧବାର ଅପରାହ୍ନ ୧ଟା ସୁଦ୍ଧା ଭାଜପା ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁ। ଯାହା ନାମ ବି ଘୋଷଣା କରାଯିବ ତାଙ୍କ ସହିତ ବିତର୍କ କରିବା ପାଇଁ ପ୍ରସ୍ତୁତ ବୋଲି କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ସମୟ ମଧ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ନ ବତାଇଲେ ଏଏପି ପକ୍ଷରୁ ଆଉ ଏକ ପ୍ରେସ୍‌ କନ୍‌ଫରେନ୍ସ କରାଯିବ ବୋଲି ସେ କହିଛନ୍ତି।
ସେପଟେ ଦ୍ୱାରକା ସେକ୍ଟର ୧୪ରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଏପିକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ଦିଲ୍ଲୀ ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଏଠାରେ ବୋହୁଥିବା ଭାଜପା ହାଓ୍ବା ଅନେକ ଲୋକଙ୍କ ନିଦ ହଜାଇ ଦେଇଛି। ଜାତୀୟ ରାଜଧାନୀରେ ଏପରି ଏକ ସରକାର ଦରକାର ଯିଏ ଅନ୍ୟଙ୍କୁ ଦୋଷ ଦେବା ବଦଳରେ ଗରିବଙ୍କ ପାଇଁ କାମ କରିବ। ଘୃଣାର ରାଜନୀତି କରୁଥିବା ଦଳ ଦରକାର ନାହିଁ। ଆଗାମୀ ଦଶନ୍ଧିରେ ଦିଲ୍ଲୀ କେଉଁ ବାଟ ଦେଇ ଯିବ ତାହା ଏହି ନିର୍ବାଚନରେ ମତଦାତାଙ୍କୁ ସ୍ଥିର କରିବାକୁ ପଡ଼ିବ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ସ୍କିମ୍‌ ଭଳି କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ଏଏପି ଦିଲ୍ଲୀରେ ଲାଗୁ କରାଇ ଦେଉନାହିଁ। କିନ୍ତୁ ଫେବୃୟାରୀ ୧୧ (ଭୋଟ ଗଣତି) ପରେ ଆଉ ସେପରି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।
ମୋଦି ଏଏପିକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ଦିଲ୍ଲୀ ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଏଠାରେ ବୋହୁଥିବା ଭାଜପା ହାଓ୍ବା ଅନେକ ଲୋକଙ୍କ ନିଦ ହଜାଇ ଦେଇଛି। ଜାତୀୟ ରାଜଧାନୀରେ ଏପରି ଏକ ସରକାର ଦରକାର ଯିଏ ଅନ୍ୟଙ୍କୁ ଦୋଷ ଦେବା ବଦଳରେ ଗରିବଙ୍କ ପାଇଁ କାମ କରିବ। ଘୃଣାର ରାଜନୀତି କରୁଥିବା ଦଳ ଦରକାର ନାହିଁ। ଆଗାମୀ ଦଶନ୍ଧିରେ ଦିଲ୍ଲୀ କେଉଁ ବାଟ ଦେଇ ଯିବ ତାହା ଏହି ନିର୍ବାଚନରେ ମତଦାତାଙ୍କୁ ସ୍ଥିର କରିବାକୁ ପଡ଼ିବ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ସ୍କିମ୍‌ ଭଳି କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ଏଏପି ଦିଲ୍ଲୀରେ ଲାଗୁ କରାଇ ଦେଉନାହିଁ। କିନ୍ତୁ ଫେବୃୟାରୀ ୧୧ (ଭୋଟ ଗଣତି) ପରେ ଆଉ ସେପରି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri