Posted inଖେଳ

ଦିଲ୍ଲୀ କ୍ରିକେଟ ପାଇଁ ବିସିସିଆଇ ଆଡ-ହକ୍‌ କମିଟି ଗଠନ କରିବ

ନୂଆଦିଲ୍ଲୀ,୮।୫(ପି.ଟି.): ବିନା ଅଧ୍ୟକ୍ଷ ଓ ସମ୍ପାଦକରେ ଦୁର୍ନୀତି କବଳିତ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) କିପରି ଚାଲିବ ସେ ନେଇ ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଉପାୟ ଖୋଜିବା ଆରମ୍ଭ କରିଛି। ଡିଡିସିଏର ଅଧ୍ୟକ୍ଷ ପଦରେ କେହି ନ ଥିବା ବେଳେ ସମ୍ପାଦକ ଜେଲ୍‌ରେ ଅଛନ୍ତି। ତେଣୁ ଡିଡିସିଏର ପରିଚାଳନା ପାଇଁ ବିସିସିଆଇ ଏକ ଆଡ-ହକ୍‌ କମିଟି ଗଠନ କରିବ ବୋଲି କହିଛି।
ବିସିସିଆଇ ଡିଡିସିଏକୁ ବାର୍ଷିକ ଅନୁଦାନ ଦେବା ମଧ୍ୟ ବନ୍ଦ କରିଦେଇଛି। କିଛିଦିନ ତଳେ ଟେଲି- କନ୍‌ଫୋରେନ୍ସ ମାଧ୍ୟମରେ ଆପେକ୍ସ କାଉନସିଲ ସଦସ୍ୟମାନେ ଆହ-ହକ୍‌ କମିଟି ଗଠନ ନେଇ ଆଲୋଚନା କରିଥିଲେ। ଡିଡିସିଏରେ ଦୁର୍ନିୀତି ଚରମସୀମାରେ ପହଞ୍ଚିଛି। ତେଣୁ ଦୁର୍ନୀତିକୁ ରୋକିବା ଓ ଡିଡିସିଏର ପରିଚାଳନା ପାଇଁ ଏକ ଆଡ- ହକ୍‌ କମିଟିର ଆବଶ୍ୟକତା ରହିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ବରିଷ୍ଠ ଖବରଦାତା ରଜତ ଶର୍ମା ଯେବେଠାରୁ ଇସ୍ଥଫା ଦେଲେଣି ସେବେଠାରୁ ଅଧ୍ୟକ୍ଷ ପଦ ଖାଲି ପଡିଛି। ସେହିପରି ସୀମା ଶୁଳ୍କ ଅଧିନୀୟମ ଉଲ୍ଲଂଘନ କରି ଡିଡିସିଏ ସାଧାରଣ ସମ୍ପାଦକ ବିନୋଦ ତିହାରା ମିରଟ ଜେଲରେ ରହିଛନ୍ତି। ପୁଣି ଡିଡିସିଏ ଆପେକ୍ସ କାଉନ୍‌ସିଲର ଅଧିକାଂଶ ସଦସ୍ୟଙ୍କୁ ଦୁର୍ନୀତି ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି। ଏହକା ବାଦ୍‌ ଦେଲେ ଦିଲ୍ଲୀ ରଣଜୀ ଟିମ୍‌ ଚୟନରେ ବୟସ ଜାଲିଆତି କରାଯିବାର ମଧ୍ୟ ଅଭିଯୋଗ ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ କିମ୍ବା ପରେ ଏହି ଆଡ-ହକ୍‌ କମିଟି ଗଠନ କରାଯାଇପାରେ ବୋଲି ଆପେକ୍ସ କାଉନ୍‌ସିଲର ଜଣେ ସଦସ୍ୟ କହିଛନ୍ତି। କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରଶାସକ ଯେପରି ଦାୟିତ୍ୱ ନ ନିଅନ୍ତି, ଏହାକୁ ଏଡାଇବା ପାଇଁ ଏହି ଆଡହକ୍‌ କମିଟି ଗଠନ ଉପରେ ବିସିସିଆଇ ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?