ଦିଲ୍ଲୀ ଏମ୍‌ସରୁ ସ୍ଥାନାନ୍ତର ହେବେ ଜଗା-କାଳିଆ:୭ରୁ ଏସ୍‌ସିବିରେ ଚିକିତ୍ସା

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚତ୍ବା ପରେ ସେମାନଙ୍କୁ ସିଧା କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ସୂଚନା ଦେଇଛନ୍ତି। ୬ ତାରିଖରେ ଦୁଇ ଭାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ସହ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଅଭିମୁଖେ ଯାତ୍ରାରମ୍ଭ କରିବେ। ଉକ୍ତ ଟିମ୍‌ରେ ଦିଲ୍ଲୀ ଏମ୍ସ ଡାକ୍ତର ଦୀପକ ଗୁପ୍ତା, ଡା. ଜି. ରଥ, ଡା. କେ.କୁମାର ଓ ଏ. ଡାନିଏଲଙ୍କ ସମେତ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିିଟାଲର ସହକାରୀ ପ୍ରଫେସର ଡା. ଏସ୍‌.ଏସ୍‌. ବରିହା, ଡା. ବି.ପି.ନାୟକ ଏବଂ ଓଡିଶା ନିବାସର ଅଧିକାରୀ ଡି.କେ.ସାମଲ ମଧ୍ୟ ଆସିବେ। ଏଥିପାଇଁ ଏସ୍‌ସିବି ମେଡିକାଲରେ ଜଗା, କାଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀଦଳ ଗଠନ କରାଯାଇଛି। ସେମାନେ ଜଗା-କାଳିଆଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ୱରେ ରହିବେ। ସେମାନଙ୍କୁ ନ୍ୟୁରୋସର୍ଜରୀ ବିଭାଗରେ ଏକ ସ୍ବତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯିବ। ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା. ସି.ବି.କେ. ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ...

୧୫ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୨୮।୨(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଜିଲାର କୋକସରା ବ୍ଲକ ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ...

ନିମ୍ନମାନର କାମ, ବାରମ୍ବାର ଭୁଶୁଡୁଛି ସ୍ପର

ରାଜନଗର, ୩ା୮(ଡି.ଏନ୍‌.ଏ.): ରାଜନଗର ବ୍ଲକର ଜୀବନରେଖା କେରେଡ଼ାଗଡ଼-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି। ହଂସୁଆ ମୁହଁରେ ଥିବା ବନ୍ୟା...

ଶଙ୍ଖନାଦରେ କମ୍ପିଲା ନୟାଗଡ଼ ଜିଲା

ନୟାଗଡ଼ ଅଫିସ,୨୪।୫: ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ୫ରୁ ଊର୍ଦ୍ଧ୍ୱ ଥର ନୟାଗଡ଼ ଗସ୍ତ, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର, ଭାଜପାର ୧୨୦ ମିଶନ୍‌ ସବୁ...

ନାଗସାପକୁ ଅଟକାଇଲା ପୋଷା କୁକୁର

କୋକସରା,୯ା୭(ଡି.ଏନ୍‌.ଏ.): ପୋଷା କୁକୁରଟିଏ ଦେଖାଇଛି ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ। ସକାଳୁ ମାଲିକ ଘରକୁ ଏକ ନାଗସାପ ପଶି ଆସୁଥିବା ଦେଖି ଅଧାବାଟରେ ସାପକୁ...

୩ ଦିନ ଯାଏ ଲାଗି ରହିବ ବର୍ଷା: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ; ଘଡ଼ଘଡ଼ି ସହ ୩୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର,୬।୩(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୩ ଦିନ ଯାଏ ବର୍ଷା ଲାଗି ରହିବ। ଶୁକ୍ରବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲାକୁ ୟେଲୋ...

୧୯ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା, ୩୫ ଡିଗ୍ରୀ ଟପିଲା ତାତି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେଉଛି। ଏହିଭଳି ବର୍ଷା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସୋମବାର କନ୍ଧମାଳ,...

ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’

ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା...

Advertisement
Archives

Model This Week