Posted inଜାତୀୟ

ଦିଲ୍ଲୀରେ ଗୁଳି ଫୁଟିବା ପାଇଁ ଅନୁରାଗ ଠାକୁର ଦାୟୀ: ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏଠାରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ପ୍ରସିଦ୍ଧ ଅଭିନେତ୍ରୀ ନଗମା ଭାଜପା ନେତା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ବର୍ଷିଛନ୍ତି। ଅନୁରାଗଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଦିଲ୍ଲୀରେ ଗୁଳି ଫୁଟିଲା ବୋଲି ନଗମା କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଆଦର୍ଶ ଶାସ୍ତ୍ରୀଙ୍କ ପାଇଁ କ୍ୟାମ୍ପେନ କରିବା ପାଇଁ ପହଞ୍ଚିଥିବା ନଗମା କହିଛନ୍ତି, ଅନୁରାଗ ନିଜ ପଦ ମର୍ଯ୍ୟାଦାକୁ ଯଦି ସମ୍ମାନ ଦେଇଥାନ୍ତେ ତେବେ ପ୍ରତାରକଙ୍କୁ ଗୁଳି ମାର ବୋଲି କହି ନ ଥାନ୍ତେ। ସୂଚନାଯୋଗ୍ୟ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ କହିଥିଲେ ‘ଦେଶର ପ୍ରତାରକମାନଙ୍କୁ ଗୁଳି ମାର’। ଏଥିପାଇଁ ଦିଲ୍ଲୀ ନିର୍ବାଚନ ପ୍ରଚାରରୁ ତାଙ୍କୁ ସାମୟିକ ଭାବେ ବିରତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌: ୧୧ ମୃତ

ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍‌ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ...

ସ୍ତ୍ରୀ ସାଙ୍ଗରେ ଯିବାକୁ ମନା କରିବାରୁୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ମିରୁଟ,୨୮।୯: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ମିରୁଟର ଲିସାଡି ଗେଟ୍‌ର ଲଖିପୁରାରେ ଜଣେ ଯୁବକ ଶଶୁର ଘରେ ନିଆଁ ଲଗାଇ ଆତ୍ମହତ୍ୟା...

ବିହାର ବନ୍ଦ ବେଳେ ହିଂସା

ପାଟନା, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରିବା ପ୍ରସ୍ତାବର ବିରୋଧ କରି ବାମଦଳଗୁଡ଼ିକ ପକ୍ଷରୁ ଗୁରୁବାର ବିହାର...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ...

ଆମେରିକା-ଇରାନ୍‌ ଯୁଦ୍ଧ ହେଲେ ପ୍ରଭାବିତ ହେବ ଅଶୋଧିତ ତୈଳ ଦାମ: ଭାରତରେ ବି ମହଙ୍ଗା ହେବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୧: ଆମେରିକା ଇରାନ୍‌ ମଧ୍ୟରେ ଯୁଦ୍ଧ ହେଲେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରି ହେଲେ ଭାରତରେ ପେଟ୍ରୋଲ...

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଛୁଇଁଲା

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ...

୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ

ଶ୍ରୀନଗର,୨୯।୮: ୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌। ଶ୍ରୀନଗରରେ ସୁରକ୍ଷା ପରିସ୍ଥିତି ଏବଂ କଶ୍ମୀର ଘାଟିରେ ସ୍ଥିତି...


Coronavirus Update

Archives

Model This Week

Why Dharitri