ଦିବଂଗତ ସ୍ବାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସାଦ ଖାଇଲେ ମେଘନା

କନ୍ନଡ ଚଳଚ୍ଚିତ୍ର ଅଭିନେତା ଚିରଞ୍ଜୀବୀ ସରଜାଙ୍କର ଚଳିତ ବର୍ଷ ଜୁନ ୭ରେ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କ ସ୍ତ୍ରୀ ମେଘନା ରାଜ ତିନି ମାସର ଗର୍ଭବତୀ ଥିଲେ। ମେଘନାଙ୍କ ପାଇଁ ଏହି ସମୟ ବେଶ୍‌ କଷ୍ଟକର ହୋଇପଡିଛି ସତ କିନ୍ତୁ ସାହସର ସହିତ ସ୍ବାମୀଙ୍କ ଶେଷ ସନ୍ତକକୁ ଦୁନିଆକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏବେ ମେଘନାଙ୍କ ସାଦ ଖାଇବା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମେଘନା ସ୍ବାମୀଙ୍କ ଅନୁପସ୍ଥିତିି ଯେଉଁଭଳି ଭାବେ ପୂରଣ କରିଥିଲେ ତାହା ନିହାତି ଭାବପ୍ରବଣ ଥିଲା। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହି ରୀତିନୀତିର ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସ୍ବର୍ଗତ ଅଭିନେତା ଚିରଞ୍ଜୀବୀ ସରଜାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଦେଖିବାକୁ ମଳିଥିଲା। ଫଟୋ ଶେୟାର କରି ମେଘନା ଲେଖିଛନ୍ତି, ମୋର ଦୁଇ ବିଶେଷ ବ୍ୟକ୍ତି, ତୁମେ ଏହା ଚାହୁଁଥିଲ ଚିରୁ ଏବଂ ସେପରି ହେବ …. ସର୍ବଦା, ମୁଁ ତୁମକୁ ବହୁତ ଭଲ ପାଏ। ଏହି ସମାରୋହରେ ମେଘନା ସବୁଜ ଗୋଲାପୀ ରଙ୍ଗର ଶାରୀରିକ ଶାଢି ପିନ୍ଧିଥିଲେ। ଏହି ଫଟୋଗୁଡିକ ଦେଖି ଚିରଞ୍ଜୀବୀ ସୁରଜାଙ୍କର ପ୍ରଶଂସକ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି । ଚିରଞ୍ଜୀବୀ ସରଜା ଜୁନ ୭ ରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ସରଜା ଏବଂ ମେଘନା ରାଜ ପ୍ରାୟ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ। ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଉଭୟ ଡେଟିଂ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ଆଶା ଭୋସଲେଙ୍କ ପୁଅ

ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛିି । କିଛି ଦିନ ପୂର୍ବରୁ ତଳେ...

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ...

ଆଲିଆଙ୍କ ପାଇଁ କରନ୍‌ ଜୋହର ଦେଲେ ବଡ଼ ବଳିଦାନ

ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍‌ ଅଭିନେତ୍ରୀଙ୍କୁ ଝିଅ...

ହୋଲି ଖେଳରୁ ଦୂରେଇ ରୁହନ୍ତି କରୀନା, କାରଣ ଜାଣିଲେ…

ହୋଲିର ପର୍ବ ସମଗ୍ର ଦେଶରେ ଧୁମଧାମ୍‌ର ସହିତ ପାଳନ କରାଯାଏ। ବଲିଉଡରେ ବି ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ତେବେ ଇଣ୍ଡଷ୍ଟ୍ରିରେ ଏପରି ଜଣେ...

‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ...

ଅଭିନୟ କରୁ କରୁ ଅନ୍‌ସ୍କ୍ରିନ୍‌ ମା’ବାପାଙ୍କ ପ୍ରେମରେ ପଡ଼ିଥିଲେ ଏସବୁ କଳାକାର; କିଏ ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ…

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି...

‘ଏ ସମୟ ବି ବିତିଯିବ’

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଛବି ମିତ୍ତଲ ପୁଣି ଅସୁସ୍ଥ। ପ୍ରଥମେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗକୁ ହରାଇବା ପରେ ଏବେ ସେ କୋଷ୍ଟୋକୋଣ୍ଡ୍ରାଇଟିସ୍‌ରେ...

Advertisement
Archives

Model This Week