ଦିନୁଦିନ୍‌କେ ଫିକାପଡୁଛେ ରଜ ମଉଜ

ଭବାନୀପାଟଣା,୧୬।୬(ଡି.ଏନ୍‌.ଏ):  ଓଡ଼ିଶାରେ ବାରମାସେ ତେର ପରବ୍‌ ପାଲନ ହେସି। ଏନ୍‌ତା କି ଆମର ପରବ୍‌ ପରବାନୀ ଧରମ୍‌ ଆର ପଉରାନିକ୍‌ କଥାବସ୍ତୁ ଉପରେ ରହିଛେ। ଇ ସବୁ ଲୁକ୍‌କୁ ଖୁସି ଦେବାର ସଂଗେ ଶିକ୍ଷା ବି ଦେସି। ରଜପରବ୍‌ ଏନ୍‌ତା ଗୁଟେ ପରବ୍‌ ଯେନ୍‌ଟା ପ୍ରାଚୀନ ସଂସ୍କୃତି ଆର ପରମ୍ପରାର ଗୁଟେ ନିଛକ୍‌ ଉଦାହରନ୍‌। ଅଲଗ୍‌ ରଂଗ୍‌ଢ଼ଂଗ୍‌ରେ ପାଲିତ ହେଉଥିବାର ପାରମ୍ପରିକ ସଂସ୍କୃତି ରଜ ମହୋଛବରେ ସେ ଆଘର ମହକ୍‌ ନଁାଇଁନ। ଆଘର ସେ ରଜପରବ୍‌ ଆସର ଆର ଦେଖ୍‌ବାକେ ନାଇଁ ମିଲବାର। ଇ ପରବ୍‌ ଦିନୁ ଗଁାର ଭେଁଡ଼ିଆ ପିଲାମାନେ ଏକ୍‌ଠାନିଅଁା ହେଇ ଭାଇଚାର ସମ୍ପର୍କକେ ମଜବୁତ କରବାର ସଂଗେ ଗଁାରେ ନାଟ୍‌, ଡ୍ରାମା ମଞ୍ଚସ୍ଥ କରୁଥିଲେ। ଏହେଦେ ସେ ସବୁ ଅତୀତ ହେଇଗଲାନ। ଟିଭି, ସିନେମା ଆର ମୋବାଇଲ ପଛେ ଯୁବପିଢ଼ି ଦଉଡ଼ୁଛନ୍‌। ଗଁାମାନକେ ରଜପରବ୍‌ ଉଧେ ଅନୁଷ୍‌ଠିତ ହେଉଥିବାର ସାଂସ୍କୃତିକ ଉଛବ୍‌ ଦିନୁଦିନକେ ଲୋପ ପାଏବାକେ ବସଲାନ। ସେନ୍‌ତା ଗଁା ପଡ଼ିଆ ଏହେଦେ ଜବରଦଖଲରେ। ଯେନ୍‌ଥିରଲାଗି ପିଲାମାନେ ଆଘର ଲେଖେଁ ରଜ ପରବ୍‌ ବେଲେ ଏକ୍‌ଠାନିଅଁା ହେଇ ଖେଲବାର ସୁଯୋଗ ନାଇଁ ପାଏବାର। ସେନ୍‌ତା ଗଁାମାନକେ ଥିବାର ପୁରନା ଗଛଖୁଁଟ ସବୁ ଲୋପ ପାଇଗଲାନ। ଯେନ୍‌ଥିରଲାଗି ଦୁଲିଖେଲ ବି ଆର ଦେଖ୍‌ବାକେ ନାଇଁ ମିଲବାର। ସେନ୍‌ତା ରଜପରବ୍‌ରେ ଖେଲାଯାଉଥିବାର ଭିନେ ଭିନେ ଖେଲ ବି ଆଘର ଲେଖେଁ ଆର ଦେଖ୍‌ବାକେ ନାଇଁ ମିଲବାର। ଖାସ କରି ଯୁବକ୍‌ମାନେ ଇଥ୍‌ରେ ଆର ସାମିଲ ନାଇଁ ହେବାର। ରଜ ପରବ୍‌ ଆଗରୁ ଗଁାର ମହିଲାମାନେ ଅରୁଆ ଚାଉଲକେ ଶୁଖେଇ ତାହାକେ ଢେଁକିରେ କୁଟି ଚୁନା କରୁଥିଲେ। ସେଥ୍‌ରେ ପୁଡ଼ାପିଠା, ଚକେଲ, ଅରସା ପିଠା, ମଡ଼ାପିଠା ତିଆର କରୁଥିଲେ, ହେଲେ ଆଏଜ୍‌କାଲି ସେ ସବୁ ଲୋପ ପାଇଗଲାନ। ଏନ୍‌ତା କି ଗଁାର ଝି’ବହମାନେ ଏକଠାନିଅଁା ଜମା ହେଇ ନିଜରନୁ ବଡ଼ ମହିଲାମାନକର ଗୁଟେ ଅଲତା ଲଗେଇ ଆଶିରବାଦ ନେଉଥିଲେ। ହେଲେ ଆଏଜ୍‌କାଲି ଖାଲି ପରମ୍ପରା ନଁାକେ ପାଲନ କରାଯାଉଛେ। ହେଲେ ଇଥ୍‌ରେ ସେ ଆଘର ମହକ୍‌ ନଁାଇଁନ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ! ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରୀଛାତ୍ର

ଜମନକିରା,୧୮।୮( ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବିକଳ ତଥା ହୃଦୟବିଦାରକ…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri