ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଚଳିତଥର ଦିଗପହଣ୍ଡି ଏନଏସିରେ ବିଜେଡିକୁ କମ୍ ଭୋଟ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଫଳାଫଳ ଆସିବା ପରେ ନିର୍ବାଚନ ଦାୟିତ୍ୱ ନେଇଥିବା ଦଳୀୟ କାର୍ଯ୍ୟକର୍ତ୍ତାବୃନ୍ଦ ବୁଥୱାରୀ ସମୀକ୍ଷା କରିବାରେ ଲାଗି ପଡ଼ିଛନ୍ତି। କେଉଁ ବୁଥରେ କିଭଳି ସ୍ଥିତିରେ ବିଜେଡିର ଭୋଟ ହାର କମିଲା, କିଏ ଓ କେଉଁ ଦଳୀୟ କାର୍ଯ୍ୟକର୍ତ୍ତା ଦଳ ପ୍ରତି ବିଶ୍ୱାସଘାତ କଲେ ତାହାକୁ ନେଇ କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ଚଳିତଥରର ଫଳାଫଳ ଅନୁଯାୟୀ, ଏନଏସିର ୩୪ନଂ ବୁଥରେ କଂଗ୍ରେସ ୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୨୫୫ ଭୋଟ ପାଇଛି। ସେହିପରି ୩୬ନଂ ବୁଥରେ କଂଗ୍ରେସ ୧୯୮ ଓ ବିଜେଡି ୯୮, ୩୮ନଂ ବୁଥରେ କଂଗ୍ରେସ ୨୪୨ ଓ ବିଜେଡି ୧୬୦, ୩୯ନଂ ବୁଥରେ କଂଗ୍ରେସ ୧୬୮ ଓ ବିଜେଡି ୧୧୬ ଖଣ୍ଡ ଭୋଟ ପାଇଛି। ୪୦ନଂ ବୁଥରେ କଂଗ୍ରେସ ୩୨୭ ଓ ବିଜେଡି ୧୪୯, ୪୧ନଂ ବୁଥରେ କଂଗ୍ରେସ ୨୩୪ ଓ ବିଜେଡି ୧୨୭, ୪୨ନଂ ବୁଥରେ କଂଗ୍ରେସ ୪୩୯ ଓ ବିଜେଡି ୧୫୮, ୪୩ନଂ ବୁଥରେ କଂଗ୍ରେସ ୩୩୩ ଓ ବିଜେଡି ୨୭୩, ୪୪ନଂ ବୁଥରେ କଂଗ୍ରେସ ୨୭୪ ଓ ବିଜେଡି ୧୪୬ ଖଣ୍ଡ ଭୋଟ ହାସଲ କରିପାରିଛି । ୩୭ନଂ ବୁଥରେ ବିଜେଡି ୧୮୯ ଓ କଂଗ୍ରେସକୁ ୧୫୬ ଖଣ୍ଡ ଭୋଟ ମିଳିଛି। ଏନଏସି ଅଧିନ ୧୧ଟି ୱାର୍ଡରେ କଂଗ୍ରେସ ୨୭୯୮ ଭୋଟ ପାଇଥିବା ବେଳେ ବିଜେଡି ୧୮୯୬ ଏବଂ ଭାଜପା ୧୦୭୦ ଖଣ୍ଡ ଭୋଟ ପାଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଭୋଟ ହ୍ରାସ ପାଇଥିବାରୁ ରାଜନୈତିକ ବିଶ୍ଲେଷକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଗଞ୍ଜାମରୁ ବାହାରକୁ ଯିବାକୁ ଚାହୁଁଥିଲେ, କେବଳ ଏହି ମାନଙ୍କୁ ମିଳିବପାଶ
ଛତ୍ରପୁର,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରୁ ବାହାରକୁ ଯିବା ପାଇଁ ପାଶ ବ୍ୟବସ୍ଥା ହୋଇଛି। ତେବେ କେବଳ ସ୍ବାସ୍ଥ୍ୟ ଓ ଜରୁରୀ ସରକାରୀ କାର୍ଯ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି...

ପାଇଖାନା ଘରୁ ଯୁବକଙ୍କ ମୃତଦେହ ଜବତ: ମହିଳାଙ୍କୁ ଥାନାକୁ ନେଲା ପୋଲିସ
ଖଲ୍ଲିକୋଟ,୭ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ କରଣ ସାହିରେ ମଙ୍ଗଳବାର ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଖଲ୍ଲିକୋଟ ଖୋଲ...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

ମକର ସଂକ୍ରାନ୍ତି: ମା’ ତାରା ତାରିଣୀ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ପୁରୁଷୋତ୍ତମପୁର,୧୫।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ବୁଧବାର ମକର ସଂକ୍ରାନ୍ତି ଅବସରେ ମା’ଙ୍କ ଦର୍ଶନ ଲାଗି ୫୦ ହଜାରରୁ...

ଜୁଆଆଡ୍ଡାରେ ଚଢ଼ାଉ: ୫ ବାଇକ୍, ୧୧ ହଜାର ଟଙ୍କା ଜବତ, ୬ କୋର୍ଟ ଚାଲାଣ
ହିଞ୍ଜିଳିକାଟୁ,୧୪।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଜୁଆଆଡ୍ଡା ଉପରେ ପୋଲିସ ଟିମ୍ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ...

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ...

ମରଣାନ୍ତକ ଆକ୍ରମଣ ଘଟଣା, ୭ କୋର୍ଟ ଚାଲାଣ
ଗୋପାଳପୁର,୬ା୨(ଡି.ଏନ.ଏ.): ଗୋଳନ୍ଥରା ଥାନା କନିଷି ହାଟ ଅଞ୍ଚଳରେ ଏକ ପରିବାରକୁ ଅଶ୍ଳୀଳ ଗାଳିଗୁଲଜ ସହ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ପୋଲିସ...

ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଜେଲ ଗଲେ ଯୁବକ
ବ୍ରହ୍ମପୁର ଅଫିସ,୧୬ା୧୦: ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଲାଠି ଗ୍ରାମରୁ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ...