ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ: ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ନେଇ ହଟ୍ଟଗୋଳ

ଦାରିଙ୍ଗବାଡ଼ି,୨୨।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କନ୍ଧମାଳ ଏମ୍‌ପି ପ୍ରତିନିଧୀ ସୁରଜ ରାୟ ଯୋଗଦେଇଥିଲେ। ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ବୈଠକରେ ସଂଯୋଜନା କରିଥିଲେ। ପ୍ରଥମେ ବିଡିଓ ତ୍ରିଲୋଚନ ପାତ୍ର ଗ୍ରାମସଭା ଏବଂ ପ୍ରଧାନମନ୍ତ୍ରୀଙ୍କ ଜଳ ସଂରକ୍ଷଣ ନେଇ ଆସିଥିବା ଚିଠି ସମ୍ପର୍କରେ କହିବା ସହ ଜନସଚେତନ ପାଇଁ ପଥପ୍ରାନ୍ତ ନାଟକ ଏବଂ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯିବ ବୋଲି ସୂଚନା ଦେଇଥିଲେ। ପରେ ଏପିଇ କେଦାର ଚନ୍ଦ୍ର ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ବୈଠକରେ ବହୁ ବିଭାଗୀୟ ଅଧିକାରୀ ଅନୁପସ୍ଥିତିକୁ ନେଇ କାଟିଙ୍ଗିଆ ସମିତିସଭ୍ୟ କରମ ସିଂ ନାୟକ ପ୍ରଶ୍ନ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏନେଇ ଜିଲାପାଳଙ୍କୁ ଅବଗତ କରିବାକୁ ନିବେଦନ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭରେ ବିଇଓ ବ୍ରହ୍ମାନନ୍ଦ ରାଉତ ବିଭାଗର ବିଭିନ୍ନ ଯୋଜନା ଏବଂ ଶିକ୍ଷକଙ୍କ ଉତ୍‌ଥାନ, ଉଜ୍ଜଳା ଯୋଜନା ତାଲିମ ସମ୍ପର୍କରେ କହିଥିଲେ। ଛାତ୍ରୀଛାତ୍ରଙ୍କୁ ଲିଖନ ପଠନ ଉପରେ ଗୁରୁତ୍ୱ ଦେବାକୁ ଜନପ୍ରତିନିଧୀମାନେ ଦାବି କରିଥିଲେ। ସେହିପରି ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଣୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ନ ଖୋଲିବାକୁ ବିଧାୟକ ସାଲୁଗା ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହା ସରକାରଙ୍କ ଉପରେ ନିର୍ଭର କରୁଥିବା ବିଇଓ କହିଥିବାବେଳେ ବିଧାୟକ ଏନେଇ ବିଧାନସଭାରେ ଉପସ୍ଥାପନା କରିବେ ବୋଲି କହିଥିଲେ। ପରେ ସମନ୍ବିତ ବିକାଶ ଯୋଜନାର ଅଧିକାରୀ ମିନା ପାତ୍ର ତାଙ୍କ ବିଭାଗର ତଥ୍ୟ ପ୍ରଦାନ କରିଥିଲେ। ମୋଟ ୩୪୫ ଅଙ୍ଗନାଓ୍ବାଡିକେନ୍ଦ୍ର ରହିଥିବା ବେଳେ ୩୨୮ କେନ୍ଦ୍ରର ନିଜସ୍ବ ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଅଦ୍ୟାବଧି ୨୨୦ କୋଠା କାର୍ଯ୍ୟ ଶେଷ ହୋଇସାରିଛି। ୨୦ ଅର୍ଦ୍ଦନିର୍ମିତ ଅବସ୍ଥାରେ ରହିଛି ବୋଲି କହିଥିଲେ। ମମତା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୩୦୪୬ ରହିଥିବା ବେଳେ ପ୍ରଥମ କିସ୍ତି ୩୦୪୪ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା କୁହାଯାଇଥିଲା। ବୈଠକରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗାନିକ, ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସ୍ବାଇଁ, ପରିମଳ ବିଭାଗ ଯନ୍ତ୍ରୀ ଜିବନେଶ୍ୱର ପଟ୍ଟନାୟକ, ଗୋଷ୍ଠି ପ୍ରାଣୀଧନ ଚିକିତ୍ସକ ଶ୍ରୀପତି ଦାସ, ସହକାରୀ କୃଷି ଅଧିକାରୀ ପବିତ୍ରମୋହନ ସାହୁ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ପ୍ରମୁଖ ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟୁତ୍‌ ବିଭାଗ ଏବଂ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଅନୁପସ୍ଥିତି ରହି ତାଙ୍କ ପ୍ରତିନିଧିମାନେ ବୈଠକରେ ଯୋଗଦେଇ କୌଣସି ପ୍ରଶ୍ନର ଉତ୍ତର କିମ୍ବା ତଥ୍ୟ ଦେଇ ପାରିନଥିବାରୁ ବୈଠକରେ ହଟ୍ଟଗୋଳ ହୋଇଥିଲା। କୃଷି ବିଭାଗରେ ମକା ଚାଷୀଙ୍କୁ ବିହନ ଯୋଗାଇଦିଆଯାଇ ତାଙ୍କ ଠାରୁ ଅର୍ଥ ସଂଗ୍ରହ କରାଯାଉଥିଲେ ସୁଦ୍ଧା ତା ବଦଳରେ ତାଙ୍କୁ କୌଣସି ଅର୍ଥର ରସିଦ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ସହକାରୀ କୃଷି ଅଧିକାରୀ ପବିତ୍ର ମୋହନ ସାହୁ ତାହା ବିହନ ନୁହେଁ ବୀମା ପାଇଁ ଅର୍ଥ ନିଆଯାଇଛି ସମସ୍ତଙ୍କ ଠାରୁ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବ ବୋଲି କହିଥିଲେ। ବୈଠକରେ ଆଲୋଚନା ବିଳମ୍ବ ଯୋଗୁ ମଙ୍ଗଳ ବିଭାଗ ସମେତ ଯୋଗାଣ ବିଭାଗ, ଜଳଛାୟା, ବନ ବିଭାଗ, ଉଦ୍ୟାନ କୃଷି ବିଭାଗ ସମ୍ପର୍କରେ ଆଲୋଚନା ହୋଇପାରିନଥିଲା। ସେହିପରି ଚାରିଛକଠାରେ ବିଶ୍ରାମାଗାର ନିର୍ମାଣ ସହ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଦାବି ସହ ବ୍ଲକ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସଭାଗୃହ ନିର୍ମାଣ, ଶୌଚାଳୟ ମରାମତି ଆଦି କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ବିଧାୟକ ତାଙ୍କ ଅଭିଭାଷଣରେ ଗୁଡ଼ିବାଲି ଠାରୁ କେରୁବାଡ଼ି ଦେଇ ଆଡିପାଙ୍ଗା ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ କରାଯିବ। ଏଥିସହ ସେଠାରୁ ରାମନାଗୁଡ଼ା ଦେଇ ଗାଜଲବାଡ଼ି ପର୍ଯ୍ୟନ୍ତ ଏହା ସଂଯୋଗ କରାଯିବ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର, ପିଆଇଏ ସାଇବ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ୧୦ ନଂ. ଜୋନର ଜିଲାପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପ୍ରଧାନ, ୧୧ନଂ.ର ଦିବିକା ମାଝୀଙ୍କ ସମେତ ୨୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?