ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୬.୫ ଡିଗ୍ରୀକୁ ଖସିଲା, ରବିବାର ବଢ଼ିପାରେ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇବା ସହ ତାପମାତ୍ରା ହ୍ରାସ ପାଇ ସକାଳ ୮ଟା ସୁଦ୍ଧା ୬.୫ଡିଗ୍ରୀକୁ ପାରସ ଖସିଆସିଛି। ଶୁକ୍ରବାର ଉକ୍ତ ଅଞ୍ଚଳରେ ୭ ଡିଗ୍ରୀ ରହିଥିଲା। ଯାହାକି ପୁଣି ହ୍ରାସ ପାଇବାରେ ଲାଗିଛି ା ପୂର୍ବରୁ ଆକାଶ ମେଘାଚ୍ଛନ ରହୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାଠାରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ନିର୍ମଳ ରହିଥିଲା। ତେବେ ମଧ୍ୟାହ୍ନ ପର ଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ମେଘାଚ୍ଛନ୍ନ ରହିଥିଲା। ଫଳରେ ଦିନରେ କୋହଲା ପବନ ଶୀତକୁ ଦ୍ୱିଗୁଣିତ କରିବା ସହ ଏହାର ମଜା ନେଇଥିଲେ ଜିଲା ତଥା ଜିଲା ବାହାରୁ ଆସିଥିବା ପର୍ଯ୍ୟଟକ ା ଶନିବାର ଅପରାହ୍ନଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଭଳି ପାଗ ମେଘୁଆ ରହିଲେ ରାତି ସମୟରେ ତାପମାତ୍ରା ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଇଛି। ଶନିବାର ସକାଳେ ରେକର୍ଡ ରାଜ୍ୟରେ ସବୁଠାରୁ ନିମ୍ନ ତାପମାତ୍ରା ବୋଲି ଜଣାପଡ଼ିଛି। ଦିନରାତି ପ୍ରାୟ ଏକା ତାପମାତ୍ରା ରହୁଛି ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ଶିଶୁ ହତ୍ୟା ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ମନୋଜ ସାହୁଙ୍କୁ...

ପୁରୁଣା, ନୂଆମୁହଁକୁ ନେଇ ଲଢ଼େଇ

ଜଗତ୍‌ସିଂହପୁର ଅଫିସ,୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ୪ନଂ. ଜୋନ ସଭ୍ୟ ପଦ ଅଣସଂରକ୍ଷିତ ରହିଛି। ଗତ ନିର୍ବାଚନରେ ଏହି ଜୋନଟି ଅନୁସୂଚିତ ଜନଜାତି ମହିଳାଙ୍କ...

ବନରକ୍ଷୀଙ୍କୁ କାଠଚୋରଙ୍କ ଆକ୍ରମଣ: ସରକାରୀ ଗାଡ଼ି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରୁ ପଡ଼ୋଶୀ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ଦୁର୍ବୃତ୍ତ ବନରକ୍ଷୀଙ୍କୁ...

ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ

କଟକ ଅଫିସ୍‌,୧୪ା୪: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦାରା ଗଠିତ ପିଏମ୍‌ କେୟାର୍ସ ଫଣ୍ଡକୁ ଜଣେ ପୂଜକ ୪୧୦୦ ଟଙ୍କା ପ୍ରଦାନ କରିଛନ୍ତି। ସେ ହେଲେ...

କେନ୍ଦୁଝରରେ କୋଭିଡ୍‌ ନିୟମ ଉଲ୍ଲଂଘନ: ନର୍ସ ଚାକିରି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭିଡ଼

କେନ୍ଦୁଝର, ୨୮।୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଭିଡ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ମେଡିକାଲ ଭିତରକୁ...

ବାରପାହାଡ଼ ଫେରୁଛନ୍ତି ହାତୀପଲ: ଚିନ୍ତାରେ ଚାଷୀ

ଭଟ୍‌ଲି,୨୬ା୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବାରପାହାଡ଼ ଜଙ୍ଗଲରୁ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିବା ହାତୀପଲ ଶନିବାର ପୁଣିଥରେ ବାରପାହାଡ଼ ଜଙ୍ଗଲମୁହାଁ ହୋଇଛନ୍ତି। ବିଗତ ୩ଦିନ ଧରି ଭଟ୍‌ଲି ବନ...

କଂଗ୍ରେସ ସଭାପତିଙ୍କ ଗାଡ଼ିକୁ ଆକ୍ରମଣ

ଆନନ୍ଦପୁର,୨୮।୬: କେନ୍ଦୁଝର ଜିଲା ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଗାଡି ଭଙ୍ଗାରୁଜା...

ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ...

Advertisement
Archives

Model This Week