ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ

ଦାରିଙ୍ଗବାଡ଼ି,୧୪।୩(ଡି.ଏନ.ଏ)

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଯୁବତୀଙ୍କୁ ଶୁକ୍ରବାର ଚିକିତ୍ସା କରାଯାଇଛି। ଯୁବତୀ ଜଣକ ତାମିଲନାଡୁରୁ ଫେରିବା ପରେ ତାଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ଶନିବାର ସେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ପହଞ୍ଚତ୍ଥିଲେ। ଡାକ୍ତର ସମୀର ନାୟକ ଚିକିତ୍ସା ପରି ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ବଂଶିଧର ପାତ୍ର ସେଭଳି କିଛି କରୋନାର ଲକ୍ଷଣ ନାହିଁ ଏଣୁ ତାଙ୍କୁ ପରବର୍ତ୍ତି ସମୟରେ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ଯୁବତୀ ଜଣକ ତାମିଲନାଡୁରେ ଏକ କମ୍ପାନୀରେ ସିଲେଇ କାମ କରୁଥିବାବେଳେ ଅସୁସ୍ଥତା ଅନୁଭବ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ କରୋନା ସମ୍ପର୍କୀତ ଖବର ଦେଖି ଭୟଭୀତ ହୋଇ ଗଁାକୁ ଚାଲିଆସିଥିଲେ। ସନ୍ଦେହ ହେବାରୁ ଚିକିତ୍ସା ପାଇଁ ଆସିଥିବା ଡାକ୍ତର ପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବତୀ ଜଣକ ଅଧିକା ଅସୁସ୍ଥତା ଅନୁଭବ କଲେ ତାଙ୍କୁ ଫୁଲବାଣୀ ଯିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପ୍ରକାଶ ଯେ, ଯୁବତୀ ଜଣକ ଘର ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତର ଏକ ଦୁର୍ଗମ ଗ୍ରାମରେ। ସେ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି କାମ କରୁଥିବାବେଳେ ଦାରିଙ୍ଗବାଡ଼ି ଅଞ୍ଚଳର ଆହୁରି ଶତାଧିକ ଯୁବତୀ ଯୁବକ ସେଠାରେ କାମ କରୁଛନ୍ତି ବୋଲି କହିଛନ୍ତି।
ରୋଗୀଙ୍କୁ ମିଳୁନି ମାସ୍କ
କରୋନା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସଚେତନ କରାଯାଉଥିବାବେଳେ ମାସ୍କର ଅଭାବ ଦେଖିବାକୁ ମିଳିଛି। ଡାକ୍ତର, କର୍ମଚାରୀ ମାନେ ମାସ୍କ ବ୍ୟବହାର କରୁଥିବାବେଳେ ରୋଗୀଙ୍କ ପାଇଁ ମିଳୁନି। ସ୍ବାସ୍ଥ୍ୟକେନ୍ଦ୍ର ସମେତ ବଜାରରେ ରହିଥିବା ଘରୋଇ ମେଡିସିନ ଷ୍ଟୋର ଗୁଡ଼ିକରେ ମଧ୍ୟ ମାସ୍କର ଅଭାବ ଦେଖିବାକୁ ମିଳିଛି। ଗୋଟିଏପଟେ ମାସ୍କ ବ୍ୟବହାର ପାଇଁ ଜନସଚେତନ କରାଯାଉଥିବା ବେଳେ ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ବିଭିନ୍ନ ରୋଗୀ ଏବଂ ପ୍ରସୁତୀ, ଗର୍ଭବତୀଙ୍କ ପାଇଁ ମାସ୍କ ଅଭାବ ଦେଖାଯାଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ବଂଶୀଧର ପାତ୍ର କହିଛନ୍ତି ଯେ, ରୋଗୀ କଲ୍ୟାଣ ସମିତି ବୈଠକ କରି ଅନୁଦାନ ଖର୍ଚ୍ଚ କରି ମାସ୍କ କିଣିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିନ୍ନର ଚଳାଇବେ ଏନ୍‌ଏସି ଗାଡ଼ି

ବାଲିଗୁଡ଼ା,୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ତ୍ତମାନ କିନ୍ନରମାନଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଓ...

କନ୍ଧମାଳ ସାଂସ୍କୃତିକ ଦଳର ପଶ୍ଚିମବଙ୍ଗ ଯାତ୍ରା

ଫୁଲବାଣୀ ଅଫିସ,୧୫ା୧-ପଶ୍ଚିମବଙ୍ଗରେ ୧୨ତମ ଆଦିବାସୀ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ବରିଡ଼ିକିଆ ଗ୍ରାମର ଲଳିତା...

ଆଜି କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳା

ଫୁଲବାଣୀ ଅଫିସ୍‌,୨ା୨-କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୦ ରବିବାର ଉଦ୍‌ଘାଟନ ହେବ। କୋରନେଶନ ପଡିଆଠାରେ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି...

ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ...

କୋଭିଡ୍‌ କଟକଣାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ଦାରିଙ୍ଗବାଡି,୨୬।୧(ଡି.ଏନ.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ୨୫ ପଞ୍ଚାୟତ ଅଞ୍ଚଳର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପରିସର ସମେତ ଶିକ୍ଷା ଅନୁଷ୍ଠାନ...

ଜି ଉଦୟଗିରି ସହର ଶଟ୍‌ଡାଉନ୍‌: କଚେରୀ ସାହି, ବସ୍‌ଷ୍ଟାଣ୍ଡ ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨୫।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଆଦେଶ କ୍ରମେ ଜିଲାକୁ...

ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ରାଇକିଆ,୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ ବାହାରୁ ଆସି ରାଇକିଆ ବ୍ଲକରେ ଅଟକି ଯାଇଥିବା ଶ୍ରମିକଙ୍କ ଚିନ୍ତା ବଢ଼ିଛି। କାମ ବନ୍ଦ ପରେ ଗଜପତିରୁ ଆସିଥିବା ଶ୍ରମିକ ଗଁାକୁ...

ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ନୀଳ ଜହର

ବାଲିଗୁଡ଼ା,୧୪ା୧୨(ଡି.ଏନ୍‌.ଏ.): ଜୋର୍‌ ଧରିଲା ଅପରେଶନ ନୀଳ ଜହର। ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ। ପୁଣି ନଷ୍ଟ ହେଲା ୧୪...

Advertisement
Archives

Model This Week