ଦାବି ପୂରଣ ପାଇଁ ଖବରଦାତାଙ୍କ ପ୍ରତୀକ ଧାରଣା

ଦଶପଲ୍ଲା,୩ା୮(ଡି.ଏନ.ଏ.): ଦଶପଲ୍ଲା ଥାନା ସମ୍ମୁଖରେ ଖବରଦାତା କ୍ରିୟାନୁଷ୍ଠାନ କମିଟି ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଶୁକ୍ରବାର ଆରମ୍ଭ ହୋଇଛି। ଜୁନ୍‌ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ସେମାନେ ନିଜର ଦାବି ପୂରଣ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ୫ମ ଦିବସରେ ନୟାଗଡ଼ ଅତିରିକ୍ତ ଏସ୍‌ପି ଧାରଣାକାରୀଙ୍କ ସହିତ ଆଲୋଚନା କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରତିଶ୍ରୁତି ଦେବାରୁ ଧାରଣା ସ୍ଥଗିତ ହୋଇଥିଲା। ଦୀର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ଥାନା ସମ୍ମୁଖରେ ପ୍ରତୀକ ଧାରଣା ଆରମ୍ଭ ହୋଇଛି। ପ୍ରକାଶଯୋଗ୍ୟ, ଟାକେରା ସରକାରୀ ହାଇସ୍କୁଲକୁ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ୩ ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କମିଟି ତରଫରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପ୍ରଶାସନକୁ ଅବଗତ କରାଯାଇ ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଦିଆଯାଇଛି। ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରା ପହଞ୍ଚତ୍ ଧାରଣାକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମାଧାନର ସୂତ୍ର ମିଳି ନ ଥିଲା। ତେଣୁ ଦାବି ପୂରଣ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଧାରଣାକାରୀମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛାତ୍ର ଗୁରୁତର

ନୟାଗଡ଼ ଅଫିସ,୧୭ା୧୧- ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ ନୟାଗଡ଼ ଜିଲା ଶରଣକୁଳ...

ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ...

ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଚିନ୍ତା

ନୂଆଗାଁ,୨୫।୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ନାମରେ ଚାଲିଛି ହରିଲୁଟ। ପାଇଖାନା ନ ଥାଇ...

ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସିଲା ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ

ନୟାଗଡ଼ ଅଫିସ,୧୧।୬: ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ବଡ଼ପଣ୍ଡୁସର ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

ଫନୀକୁ ବିତିଲା ୨ ମାସ, ଭଙ୍ଗାରୁଜା ଅବସ୍ଥାରେ ସ୍କୁଲ୍‌ଗୃହ : ଗ୍ରୀଷ୍ମଛୁଟି ପରେ ବି ହେଉନି ମରାମତି

ରଣପୁର,୧୧ା୭(ସ୍ବ.ପ୍ର.)-ଫନୀ ବାତ୍ୟା ଘଟିବାର ଇତି ମଧ୍ୟରେ ୨ ମାସ ବିତିଯାଇଛି। ହେଲେ ଏ ପର୍ଯ୍ୟନ୍ତ ସ୍କୁଲ ଗୃହଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ...

୧ରୁ ଚାଲିଛି ଠିକାଦାର ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି କାର୍ଯ୍ୟ

ନୟାଗଡ଼ ଅଫିସ,୨୦।୧୧-ନୟାଗଡ଼ ସହରରେ ନିର୍ମାଣାଧୀନ ଅତ୍ୟାଧୁନିକ ବଲାଙ୍ଗୀ ପାର୍କର କାର୍ଯ୍ୟ ୧୮ ଦିନ ହେଲାଣି ବନ୍ଦ ରହିଛି। ସେହିଭଳି ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟ ମଧ୍ୟ ବନ୍ଦ...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ  ବଳାତ୍କାର:ଜେଲ ଗଲେ ପ୍ରେମିକ

ଗଣିଆ,୨୩।୮(ଡି.ଏନ.ଏ.)-ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ନୟାଗଡ ଜିଲା ଗଣିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ...

ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ...

Advertisement
Archives

Model This Week