ଦାନ୍ତ ପାଇଁ କ୍ଷତିକାରକ ସୁଗାର ଫ୍ରି ଖାଦ୍ୟ

ସାଧାରଣତଃ ଡାଇବେଟିସ୍‌ ରୋଗୀ ନିଜର ଖାଦ୍ୟପେୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ବିଶେଷଭାବରେ ଡାକ୍ତର ସେମାନଙ୍କୁ ସୁଗାର ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି, ଯାହାଦ୍ୱାରା ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ଏହି ଖାଦ୍ୟ ଅତ୍ୟଧିକ ପରିମାଣରେ ଖାଇଲେ ତାହା ଦାନ୍ତକୁ ପ୍ରଭାବିତ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ଡାଇବେଟିସ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି। ନିୟମିତ ସୁଗାର ଫ୍ରି ଖାଦ୍ୟ ଖାଉଥିବା କେତେଜଣ ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରି ସେମାନେ ଏକଥା ଜାଣିପାରିଥିଲେ। ତର୍ଜମା ସମୟରେ ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ବ୍ୟକ୍ତିଙ୍କ ଦାନ୍ତ ଏହାଦ୍ୱାରା ପ୍ରଭାବିତ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସୁଗାର ଫ୍ରି ଖାଦ୍ୟ ନୁହେଁ, ସୁଗାର ଫ୍ରି ମୃଦୁପାନୀୟ ଦାନ୍ତ କ୍ଷୟର କାରଣ ସାଜିଥାଏ। କାରଣ ଏଗୁଡିକରେ ମିଶାଯାଉଥିବା ରାସାୟନିକ ତତ୍ତ୍ୱ ଦାନ୍ତର ଉପରଭାଗକୁ ଧୀରେ ଧୀରେ ନଷ୍ଟ କରିବା ଆରମ୍ଭ କରିଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକା ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ...

ହସ୍ତାକ୍ଷରକୁ ଅନୁକରଣ କରିବ ସଫ୍ଟଓ୍ବେର

କୌଣସି ବ୍ୟକ୍ତିଙ୍କର ହସ୍ତାକ୍ଷରକୁ ଅନୁକରଣ କରି ତାହାର ଅବିକଳ ନକଲ କରିହେବ। ନିକଟରେ ଏପରି ଏକ ସଫ୍ଟଓ୍ବେର ବିକିଶିତ ହୋଇଛି। ୟୁନିଭର୍ସିଟି କଲେଜ ଅଫ ଲଣ୍ଡନର...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର...

ଦାଗ ଦୂରକରିବେ ଏମିତି

ପୋଷାକପତ୍ରରେ ଲାଗିଯାଉଥିବା ଦାଗ ଦୂରକରିବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ସମ୍ପର୍କରେ ଜାଣିରଖନ୍ତୁ…. କପଡ଼ାରେ ପେଣ୍ଟିଂର ବିଭିନ୍ନ ଦାଗ ଲାଗିଲେ ସେହି ସ୍ଥାନରେ କିଛି...

ଲଗାତର ମୁଣ୍ଡବିନ୍ଧୁଛି କି? ହୋଇପାରେ ବିପଜ୍ଜନକ

ମାଇଗ୍ରେନ୍‌ ସାମାନ୍ୟ ଭାବରେ ହେଉଥିବା ଏକ ପ୍ରକାର ମୁଣ୍ଡବିନ୍ଧା। ମାଇଗ୍ରେନ୍‌ ଗ୍ରସ୍ତ ଲୋକଙ୍କର ନିୟମିତ ମୁଣ୍ଡ ବିନ୍ଧିଥାଏ। ଅଧିକାଂଶ ସମୟରେ ଏହି ଯନ୍ତ୍ରଣା କାନ ଏବଂ...

ଆପଣଙ୍କ ଖୁସିକୁ ବରବାଦ କରୁଛି କି ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…

ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ...

Advertisement
Archives

Model This Week