ଦାଦନ ଖଟିବାକୁ ଯାଉଥିବା ୮ନାବାଳକ ଷ୍ଟେଶନରୁ ଉଦ୍ଧାର

ରାୟଗଡା ଅଫିସ୍‌, ୧୮ା୬-  ଦାଦନ ଖଟିବାକୁ ଯାଉଥିବା ବେଳେ ମଙ୍ଗଳବାର ୮ଜଣ ନାବାଳକ ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍‌ ସଦସ୍ୟ ଏମ୍‌.କ୍ରିଷ୍ଣାରାଓ, ଲକ୍ଷ୍ମଣ ଶବର, ରଣଜିତ ମାଝୀ ଏବଂ ରାକ୍ଷୀ ପ୍ରଧାନ ଷ୍ଟେଶନ୍‌ରେ ଚେକଆଉଟ ପାଇଁ ଯାଇଥିଲେ । ଏହି ସମୟରେ ୧ନମ୍ବର ପ୍ଲାଟଫର୍ମରେ ୮ଜଣ ନାବାଳକଙ୍କୁ ଦେଖିବା ପରେ ସେମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ରାୟଗଡା ଜିଲାର ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ମଧ୍ୟରୁ ଜଣେ କୋରାପୁଟ ଓ ୨ଜଣ କଳାହାଣ୍ଡି ଜିଲାର ବୋଲି ଜାଣିବାକୁ ପାଇଥିଲେ । ତେବେ କେହିଜଣେ ରାୟଗଡା ଜିଲାର ୫ଜଣଙ୍କୁ ଭାଇଜାଗସ୍ଥିତ ଏମ୍‌ସିସି ପାଣି କାରଖାନାରେ କାମ କରିବାକୁ ନେଇଯାଉଥିବା ବେଳେ ଅନ୍ୟ ୩ଜଣ ବିଜୟଓ୍ବାଡାଠାରେ ଚିଙ୍ଗୁଡି ଫାର୍ମରେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍‌ ଆଗରେ ପ୍ରକାଶ କରିଥିଲେ । ପରେ ଜିଆର୍‌ପିକୁ ସୂଚନା ଦେଇ ସମସ୍ତ ପିଲାଙ୍କୁ ଉଦ୍ଧାର କରାଯାଇଥିବା ଚାଇଲ୍ଡ ଲାଇନ୍‌ ସଂଯୋଜକ କେ.ନିଳିମା କହିଛନ୍ତି । ଏହି ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯିବା ପରେ କାଉନସେଲିଂ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ପୌର ନିର୍ବାଚନ: ମୋଟ୍‌ ଭୋଟର ୨୨୬୦୮, ମହିଳାଙ୍କ ସଂଖ୍ୟା ୧୧୫୩୩

ଗୁଣପୁର,୨୮ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୌରାଞ୍ଚଳ ପାଇଁ ନିର୍ବାଚନ ମାର୍ଚ୍ଚ ୨୪ରେ ହେବ। ଏଥପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ପୌରାଞ୍ଚଳରେ ୧୯ ୱାର୍ଡ ରହିଥିବାବେଳେ...

ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ

ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍‌.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ...

ସୁନାବେଶରେ ଝଟକୁଛନ୍ତି ମା’ ମଝିଘରିଆଣୀ

ରାୟଗଡା ଅଫିସ,୪ା୪: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ରପର୍ବ ଝାମୁ ଯାତ୍ରା ଗତ ୧ ତାରିଖରୁ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ...

କାଶୀପୁରରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ

ରାୟଗଡ଼ା ଅଫିସ/ଟିକିରି,୨୪।୭(ଡି.ଏନ୍‌.ଏ.): ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ଆଉ ଜଣେ କଲେରା ଆକ୍ରାନ୍ତଙ୍କ...

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ବାହାର ରାଜ୍ୟର ୪୭ ଅଟକ ବ୍ୟକ୍ତି

  ରାୟଗଡ଼ା ଅଫିସ,୩ା୫: ରାୟଗଡ଼ା ବ୍ଲକ୍‌ ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୭ ଅଟକ ବ୍ୟକ୍ତିଙ୍କୁ ରବିବାର ନିଜ ଅଞ୍ଚଳଙ୍କୁ...

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ରାୟଗଡ଼ା ଅଫିସ,୨୯ା୫: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ କାରଲାକଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ ଦୀର୍ଘ ୨ ଘଣ୍ଟା ହେଲା...

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ

ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି...

ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା

ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ...

Advertisement
Archives

Model This Week