ଦାଦନ ଖଟିବାକୁ ଯାଉଥିବା ୮ନାବାଳକ ଷ୍ଟେଶନରୁ ଉଦ୍ଧାର

ରାୟଗଡା ଅଫିସ୍‌, ୧୮ା୬-  ଦାଦନ ଖଟିବାକୁ ଯାଉଥିବା ବେଳେ ମଙ୍ଗଳବାର ୮ଜଣ ନାବାଳକ ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍‌ ସଦସ୍ୟ ଏମ୍‌.କ୍ରିଷ୍ଣାରାଓ, ଲକ୍ଷ୍ମଣ ଶବର, ରଣଜିତ ମାଝୀ ଏବଂ ରାକ୍ଷୀ ପ୍ରଧାନ ଷ୍ଟେଶନ୍‌ରେ ଚେକଆଉଟ ପାଇଁ ଯାଇଥିଲେ । ଏହି ସମୟରେ ୧ନମ୍ବର ପ୍ଲାଟଫର୍ମରେ ୮ଜଣ ନାବାଳକଙ୍କୁ ଦେଖିବା ପରେ ସେମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ରାୟଗଡା ଜିଲାର ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ମଧ୍ୟରୁ ଜଣେ କୋରାପୁଟ ଓ ୨ଜଣ କଳାହାଣ୍ଡି ଜିଲାର ବୋଲି ଜାଣିବାକୁ ପାଇଥିଲେ । ତେବେ କେହିଜଣେ ରାୟଗଡା ଜିଲାର ୫ଜଣଙ୍କୁ ଭାଇଜାଗସ୍ଥିତ ଏମ୍‌ସିସି ପାଣି କାରଖାନାରେ କାମ କରିବାକୁ ନେଇଯାଉଥିବା ବେଳେ ଅନ୍ୟ ୩ଜଣ ବିଜୟଓ୍ବାଡାଠାରେ ଚିଙ୍ଗୁଡି ଫାର୍ମରେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍‌ ଆଗରେ ପ୍ରକାଶ କରିଥିଲେ । ପରେ ଜିଆର୍‌ପିକୁ ସୂଚନା ଦେଇ ସମସ୍ତ ପିଲାଙ୍କୁ ଉଦ୍ଧାର କରାଯାଇଥିବା ଚାଇଲ୍ଡ ଲାଇନ୍‌ ସଂଯୋଜକ କେ.ନିଳିମା କହିଛନ୍ତି । ଏହି ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଯିବା ପରେ କାଉନସେଲିଂ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଚୋରା ମଦ ଭାଟି ଉପରେ ଅଚାନକ ଚଢ଼ାଉ କଲା ଅବକାରୀ ବିଭାଗ: ମିଳିଲା ଏତେ ଟଙ୍କାର…

ଗୁଣପୁର, ୨।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ମାରିଗୁଡ଼ା ଗ୍ରାମରେ ଚାଲିଥିବା ଚୋରା ରନ୍ଧା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୮…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri