ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ ରାଜସ୍ଥାନର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ କଂଗ୍ରେସ କର୍ମୀଙ୍କ ପାର୍ଟି ପ୍ରେମ ଦେଖିବାକୁ ମିଳିଛି। କାରଣ ସେ ତାଙ୍କ ପୁଅର ନାଁ ପାର୍ଟିର ନାମ ଅନୁଯାୟୀ କଂଗ୍ରେସ ରଖିଥିବା ଜଣାପଡିଛି। ରାଜସ୍ଥାନ ଉଦୟପୁର ନିବାସୀ ବିନୋଦ ଜୈନ ଜଣେ କଂଗ୍ରେସ କର୍ମୀ। ବହୁବର୍ଷ ଧରି ତାଙ୍କ ପରିବାର କଂଗ୍ରେସ ଦଳସହ ଯୋଡି ହୋଇ ରହିଛନ୍ତି। ଆଉ ତାଙ୍କର ଦଳକୁ ଭଲପାଇବା ଏବେ ମାତ୍ରାରେ ରହିଛି ଯେ ସେ ତାଙ୍କ ପୁଅର ନାମ କଂଗ୍ରେସ ରଖିବା ପରେ ଏହା ସ୍ପଷ୍ଟ ବାରି ହୋଇପଡିଛି। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କେହି ତାଙ୍କୁ ଥଟ୍ଟାମଜା ବି କରୁଛନ୍ତି। ବିନୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମିଡିଆ ବିଭାଗରେ କାମ କରୁଛନ୍ତି। ତାଙ୍କ ମତରେ ପୁଅର ନାମ କଂଗ୍ରେସ ରଖିବାର ଉଦ୍ଦେଶ୍ୟ ହେଉଛି ଦଳ ପ୍ରତି ତାଙ୍କର ଥିବା ନିଷ୍ଠା ଏଥିରୁ ବାରି ହୋଇପଡିବ। ତାଙ୍କ ପୁଅ ଜୁଲାଇ ୨୦୧୯ରେ ଜନ୍ମ ହୋଇଥିବା ବେଳେ ସେ ଯେତେବେଳେ ପୁଅର ନାମ କଂଗ୍ରେସ ଦେଇଥିଲେ ସେତେବେଳେ ତାଙ୍କ ଘର ଲୋକ ଏଥିରେ ରାଜି ହୋଇ ନ ଥିଲେ। ହେଲେ ସେ ଦଳପ୍ରତି ଥିବା ନିଷ୍ଠାକୁ ପ୍ରଦର୍ଶିତ କରିବାକୁ ପୁଅର ନାମ କଂଗ୍ରେସ ଜୈନ ରଖିଛନ୍ତି। ପୁଅ ୧୮ ବର୍ଷର ହେବା ପରେ କଂଗ୍ରେସ ପାଇଁ ନିଷ୍ଠାର ସହ କାମ କରିବ ବୋଲି ସେ କହିଛନ୍ତି। ତାଙ୍କ ପରିବାରର ସମସ୍ତ ସଦସ୍ୟ କଂଗ୍ରେସ ସହ ଯୋଡି ହୋଇ ଥିବାରୁ ବିନୋଦ ବି ଛାତ୍ର କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ ଥିଲେ। ଏବେ ସେ ଗେହଲଟଙ୍କ ଡିଜିଡାଲ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ସୋସିଆଲ ମିଡିଆରେ ଦଳର ପ୍ରଚାର କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...

ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ...

ଚାଇନାକୁ କଡା ଜବାବ ଦେବ ଭାରତ: ଖୁବ୍‌ଶୀଘ୍ର ଭାରତ ପହଞ୍ଚିପାରେ ଯୁଦ୍ଧ ବିମାନ ସୁଖୋଇ-୩୦

ନୂଆଦିଲ୍ଲୀ,୨୩।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ତେବେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ସୁଖୋଇ-୩୦, ମିଗ୍‌-୨୯...

କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ...

ପାକିସ୍ତାନରେ ଆଇଏସ୍‌ ଆତଙ୍କବାଦୀ ଶିବିର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ, ୧୩।୩ : ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ୍‌-କେ) ପାକିସ୍ତାନରେ ଆତଙ୍କବାଦୀ ଶିବିର ସ୍ଥାପନ କରିଛି। ଏହା ଭାରତ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। କୁହାଯାଉଛି...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୨୩।୩ : ଛତିଶଗଡ଼ର ନାରାୟଣପୁର ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏହି ଘଟଣାରେ ଅତିକମ୍‌ରେ ୫ ସୁରକ୍ଷା କର୍ମୀଙ୍କ...

୪୫ ମିନିଟ୍‌ ପର୍ଯ୍ୟନ୍ତ ଅକାଶରେ ଉଡ଼ିଲେ ମାଛ-ଚିଙ୍ଗୁଡ଼ି, ଆଉ ତାପରେ…

ଶ୍ରୀକାକୁଲମ୍‌, ୧୯।୭: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ୟାନାମ ଜିଲାରେ ଟର୍ନାଡୋ ଦେଖାଦେଇଛି। ଦେଶରେ ଏଭଳି ଘଟଣା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ ବୋଲି ପାଣିପାଗ...

ସହାରନପୁରରେ ସମ୍ବୋଧନ ଦେବା ସମୟରେ ୫ ମିନିଟ ପର୍ଯ୍ୟନ୍ତ ମୁସଲମାନ ମହିଳାଙ୍କ କଥା କହିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ବିରୋଧିଙ୍କ ଉପରେ...

Advertisement
Archives

Model This Week