Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ ଖ୍ରାଷ୍ଟ କଲେଜରେ ଆଇଏ ଓ ଓଡ଼ିଆ ସମ୍ମାନ ରଖି ବିଏ ପଢିଥିଲି। ତା’ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌ଏ କଲି। ଏମ୍‌ଏ ପାସ୍‌ କରିବା ପରେ ମୁଁ ‘କାହ୍ନୁଚରଣ ଓ ଶରତ ଚନ୍ଦ୍ରଙ୍କ ଉପନ୍ୟାସ: ଏକ ତାତ୍ତ୍ୱିକ ବିଚାର’ ବିଷୟ ଉପରେ ପିଏଚ୍‌ଡି କରୁଥାଏ। ଠିକ୍‌ ସେହି ସମୟରେ ମୋତେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଗଲା। ଏହା ହେଉଛି ୧୯୮୪ ମସିହାର କଥା। ସେତେବେଳେ ମୋର ଦରମା ଥିଲା ୧୫୧୨ ଟଙ୍କା। ପ୍ରଥମ ମାସ ଦରମାରେ ମା’ ପାଇଁ ଶାଢ଼ି, ବାପାଙ୍କ ପାଇଁ ଧୋତି-ଶାର୍ଟ ଓ ମୋର ପୂଜ୍ୟ ସାର୍‌ ପଠାଣି ପଟ୍ଟନାୟକଙ୍କ ପାଇଁ ଶରତ ରଚନାବଳୀରୁ ଏକ ସେଟ୍‌ କିଣିଥିଲି। ସାଙ୍ଗମାନଙ୍କୁ ୫୦ ଟଙ୍କାର ମିଠା ଖାଇବାକୁ ବି ଦେଇଥିଲି। ଅନ୍ୟପକ୍ଷେ ବହି କିଣିବା ଓ ପଢ଼ିବାର ସଉକ ଥିବାରୁ ମୁଁ ମୋ ନିଜ ପାଇଁ ରବୀନ୍ଦ୍ରନାଥଙ୍କ ଗ୍ରନ୍ଥାବଳୀର ଦୁଇଟି ଭାଗ କିଣିଥିଲି। ତା’ସହିତ ୨ଟି ଦେହଲଗା ସାବୁନ, ଦୁଇଟି କଲମ ଓ ଦୁଇଟି ଧୂପ ପ୍ୟାକେଟ୍‌ କିଣିବା ପରେ ଖାଇବା ବାବଦ ମେସ୍‌ରେ ମଧ୍ୟ କିଛି ଟଙ୍କା ଦେଇଥିଲି। ଏତେସବୁ ଖର୍ଚ୍ଚ ପରେ ବି ମାସ ଶେଷକୁ ଆହୁରି ୪୦୦ ଟଙ୍କା ବଳିଥିଲା। ଛୁଟିରେ ଘରକୁ ଗଲାବେଳେ ସେହି ୪୦୦ ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି। ହେଲେ ବାପା ମନାକଲେ ଆଉ କହିଲେ-ତୋ ପାଖରେ ରହିବା ଯାହା ମୋ ପାଖରେ ରହିବା ସେୟା। କିନ୍ତୁ ମୁଁ କି ଛାଡିବା ପିଲା। ସେ ଟଙ୍କା ନେଇ ଗାଁ ପାଖ ସୁକିନ୍ଦାଗଡ଼କୁ ସାଇକେଲ୍‌ରେ ଯାଇ ବାପାଙ୍କ ପାଇଁ ହଳେ ହାଓ୍ବାଇ ଚପଲ ଓ ଗୋଟେ ଛତା ୬୫ ଟଙ୍କା ଦେଇ କିଣି ଆଣିଥିଲି। ତାକୁ ଦେଖି ବାପା ସେଦିନ ବହୁତ ଖୁସି ହୋଇ କାନ୍ଦି ପକାଇଥିଲେ। ୟା’ ଭିତରେ ଅନେକ ବର୍ଷ ଅତିବାହିତ। ଅଧ୍ୟାପକରୁ ପ୍ରମୋଶନ ପାଇ ପ୍ରାଧ୍ୟାପକ ଆଉ ତା’ପରେ ଓଡ଼ିଆ ବିଭାଗର ପ୍ରଫେସର୍‌ ଭାବେ ବିଶ୍ୱଭାରତୀରେ ନିଯୁକ୍ତି ପାଇସାରିଲିଣି। ଅଧୁନା ବିଶ୍ୱଭାରତୀରେ ମୁଁ ବରିଷ୍ଠ ପ୍ରଫେସର୍‌ ଭାବେ କାର୍ଯ୍ୟରତ। କିନ୍ତୁ ଏବେ ବି ସେହି ପୁରୁଣା କଥା ସବୁ ମନେପଡିଲେ ଆଖିରେ ଲୁହ ଆସିଯାଉଛି। ତେବେ ଅଧ୍ୟାପନା ବ୍ୟତୀତ ପ୍ରାୟ ୧୪ ବର୍ଷ ଛାତ୍ର ପରିଚାଳକ, ୧ ବର୍ଷ ମୁଖ୍ୟ ଲାଇବ୍ରେରିଆନ୍‌, ୩ ବର୍ଷ ଓଡ଼ିଆ ବିଭାଗର ମୁଖ୍ୟ, ୩ ବର୍ଷ ଓଡ଼ିଆ ଡିପାର୍ଟମେଣ୍ଟର ମେଜର୍‌ ପ୍ରୋଜେକ୍ଟ କୋଅର୍ଡିନେଟର୍‌ ତଥା ବିଶ୍ୱଭାରତୀ ଓଡ଼ିଆ ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ଭାବେ ୧୦ ବର୍ଷ ଓ ପରିଷଦର ସଭାପତି ଭାବେ ମଧ୍ୟ ୩ ବର୍ଷ ମୁଁ କାର୍ଯ୍ୟ କରିଛି। ତା’ଛଡ଼ା ଛାତ୍ରକଲ୍ୟାଣ ବିଭାଗରେ ବି ୩ ମାସ ଡାଇରେକ୍ଟର ଥିଲି। ଆଉ ଏବେ ବିଶ୍ୱବିଦ୍ୟାଳୟର ବିଭିନ୍ନ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରୁଅଛି। ସେହିପରି ୟୁରୋପର ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦିରେ ନିଜର ମତାମତ ଦେଇ ଆସୁଛି। ଏହା ବ୍ୟତୀତ ନିୟମିତ ବିଭିନ୍ନ ଲେଖାଲେଖିରେ ବି ମୁଁ ରୁଚି ରଖିଛି। ବିଶେଷକରି ସମାଲୋଚନାଭିତ୍ତିକ ଲେଖା ଲେଖିବାକୁ ମୋତେ ଖୁବ୍‌ ଭଲ ଲାଗେ। ପ୍ରାୟ ୨୦ଟି ସମାଲୋଚନାଭିତ୍ତିକ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତା’ଛଡ଼ା ଅନେକ କବିତା ବି ମୋର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ଲେଖାଲେଖି ପାଇଁ ମୋତେ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ତନ୍ମଧ୍ୟରୁ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ପାଇଁ ମିଳିଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ପୁରସ୍କାର କମିଟିର ଜଣେ ସଦସ୍ୟ ତଥା ବିଭିନ୍ନ ଉଚ୍ଚତର ପୁରସ୍କାର ସଂସ୍ଥାରେ ପ୍ରସ୍ତାବକ ଭାବେ ମଧ୍ୟ ମୋର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟରୁ ବାହାରିଲା ଏମିତି କିଛି, ପୁରା ପରିବାରକୁ କରିବାକୁ ପଡ଼ିଲା କରୋନା ଟେଷ୍ଟ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଏହି ଭାଇରସ କେଉଁଥିରୁ ବ୍ୟାପିଛି ତାହାକୁ ନେଇ ଅନେକ ଖବର ଶୁଣିବାକୁ...

୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ...

ଏଠାରେ ୬୯ ଦିନ ବୁଡ଼ନ୍ତିନି ସୂର୍ଯ୍ୟ : ଶୀତଋତୁରେ ୯୦ ଦିନ ହୁଏ ଅନ୍ଧାର

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବର୍ଷରେ ୬୯ ଦିନ ସୂର୍ଯ୍ୟ ବୁଡ଼ନ୍ତିନି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦୃଶ୍ୟ ଦେଖିବାକୁ ମିଳେ...

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା...

କାହିଁକି ହୋଇଥାଏ ବାଦଲ ଫଟା ବର୍ଷା, ଜାଣନ୍ତୁ ଏ ସମ୍ପର୍କରେ…

ଉତ୍ତରାଖଣ୍ଡରେ ପୁଣି ଥରେ ବାଦଲ ଫଟା ବର୍ଷା ହୋଇଛି। ଯେପରି କେଦାରନାଥରେ ହୋଇଥିଲା, ଠିକ୍‌ ସେହିପରି ପିଥୋରାଗଡ଼ରେ ବାଦଲ ଫାଟିବାରୁ ଅନେକ ଘରଦ୍ୱାର ନଷ୍ଟ ହୋଇଯାଇଛି।...

ସ୍ବପ୍ନରୁ ମିଳିଲା ରୋମାଣ୍ଟିକ୍‌ ପ୍ଲଟ୍‌

ଲେଖକ ଏ. ମିଗୁଏଲ୍‌ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍‌ ପ୍ଲଟ୍‌ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ...

ଏମିତି ଗାଁ, ଯେଉଁଠି ଅଜବ ଭାଷାରେ କଥା ହୁଅନ୍ତି ଲୋକେ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା...

ଆସୁଛି ଦୀପାବଳି : ଏସବୁ ସ୍ଥାନରେ ଅନୁଭବ କରିବେ ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ

ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ସବୁ ସମୟରେ ମନ ଚାହିଁବ। ବିଶେଷକରି ଦୀପାବଳିରେ ଏଠାକୁ ଯିବାର ମଜା କିଛି ଅଲଗା।...

Coronavirus Update


Archives

Model This Week

Why Dharitri