Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ ଖ୍ରାଷ୍ଟ କଲେଜରେ ଆଇଏ ଓ ଓଡ଼ିଆ ସମ୍ମାନ ରଖି ବିଏ ପଢିଥିଲି। ତା’ପରେ ପଶ୍ଚିମବଙ୍ଗ ଶାନ୍ତିନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌ଏ କଲି। ଏମ୍‌ଏ ପାସ୍‌ କରିବା ପରେ ମୁଁ ‘କାହ୍ନୁଚରଣ ଓ ଶରତ ଚନ୍ଦ୍ରଙ୍କ ଉପନ୍ୟାସ: ଏକ ତାତ୍ତ୍ୱିକ ବିଚାର’ ବିଷୟ ଉପରେ ପିଏଚ୍‌ଡି କରୁଥାଏ। ଠିକ୍‌ ସେହି ସମୟରେ ମୋତେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଗଲା। ଏହା ହେଉଛି ୧୯୮୪ ମସିହାର କଥା। ସେତେବେଳେ ମୋର ଦରମା ଥିଲା ୧୫୧୨ ଟଙ୍କା। ପ୍ରଥମ ମାସ ଦରମାରେ ମା’ ପାଇଁ ଶାଢ଼ି, ବାପାଙ୍କ ପାଇଁ ଧୋତି-ଶାର୍ଟ ଓ ମୋର ପୂଜ୍ୟ ସାର୍‌ ପଠାଣି ପଟ୍ଟନାୟକଙ୍କ ପାଇଁ ଶରତ ରଚନାବଳୀରୁ ଏକ ସେଟ୍‌ କିଣିଥିଲି। ସାଙ୍ଗମାନଙ୍କୁ ୫୦ ଟଙ୍କାର ମିଠା ଖାଇବାକୁ ବି ଦେଇଥିଲି। ଅନ୍ୟପକ୍ଷେ ବହି କିଣିବା ଓ ପଢ଼ିବାର ସଉକ ଥିବାରୁ ମୁଁ ମୋ ନିଜ ପାଇଁ ରବୀନ୍ଦ୍ରନାଥଙ୍କ ଗ୍ରନ୍ଥାବଳୀର ଦୁଇଟି ଭାଗ କିଣିଥିଲି। ତା’ସହିତ ୨ଟି ଦେହଲଗା ସାବୁନ, ଦୁଇଟି କଲମ ଓ ଦୁଇଟି ଧୂପ ପ୍ୟାକେଟ୍‌ କିଣିବା ପରେ ଖାଇବା ବାବଦ ମେସ୍‌ରେ ମଧ୍ୟ କିଛି ଟଙ୍କା ଦେଇଥିଲି। ଏତେସବୁ ଖର୍ଚ୍ଚ ପରେ ବି ମାସ ଶେଷକୁ ଆହୁରି ୪୦୦ ଟଙ୍କା ବଳିଥିଲା। ଛୁଟିରେ ଘରକୁ ଗଲାବେଳେ ସେହି ୪୦୦ ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି। ହେଲେ ବାପା ମନାକଲେ ଆଉ କହିଲେ-ତୋ ପାଖରେ ରହିବା ଯାହା ମୋ ପାଖରେ ରହିବା ସେୟା। କିନ୍ତୁ ମୁଁ କି ଛାଡିବା ପିଲା। ସେ ଟଙ୍କା ନେଇ ଗାଁ ପାଖ ସୁକିନ୍ଦାଗଡ଼କୁ ସାଇକେଲ୍‌ରେ ଯାଇ ବାପାଙ୍କ ପାଇଁ ହଳେ ହାଓ୍ବାଇ ଚପଲ ଓ ଗୋଟେ ଛତା ୬୫ ଟଙ୍କା ଦେଇ କିଣି ଆଣିଥିଲି। ତାକୁ ଦେଖି ବାପା ସେଦିନ ବହୁତ ଖୁସି ହୋଇ କାନ୍ଦି ପକାଇଥିଲେ। ୟା’ ଭିତରେ ଅନେକ ବର୍ଷ ଅତିବାହିତ। ଅଧ୍ୟାପକରୁ ପ୍ରମୋଶନ ପାଇ ପ୍ରାଧ୍ୟାପକ ଆଉ ତା’ପରେ ଓଡ଼ିଆ ବିଭାଗର ପ୍ରଫେସର୍‌ ଭାବେ ବିଶ୍ୱଭାରତୀରେ ନିଯୁକ୍ତି ପାଇସାରିଲିଣି। ଅଧୁନା ବିଶ୍ୱଭାରତୀରେ ମୁଁ ବରିଷ୍ଠ ପ୍ରଫେସର୍‌ ଭାବେ କାର୍ଯ୍ୟରତ। କିନ୍ତୁ ଏବେ ବି ସେହି ପୁରୁଣା କଥା ସବୁ ମନେପଡିଲେ ଆଖିରେ ଲୁହ ଆସିଯାଉଛି। ତେବେ ଅଧ୍ୟାପନା ବ୍ୟତୀତ ପ୍ରାୟ ୧୪ ବର୍ଷ ଛାତ୍ର ପରିଚାଳକ, ୧ ବର୍ଷ ମୁଖ୍ୟ ଲାଇବ୍ରେରିଆନ୍‌, ୩ ବର୍ଷ ଓଡ଼ିଆ ବିଭାଗର ମୁଖ୍ୟ, ୩ ବର୍ଷ ଓଡ଼ିଆ ଡିପାର୍ଟମେଣ୍ଟର ମେଜର୍‌ ପ୍ରୋଜେକ୍ଟ କୋଅର୍ଡିନେଟର୍‌ ତଥା ବିଶ୍ୱଭାରତୀ ଓଡ଼ିଆ ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ଭାବେ ୧୦ ବର୍ଷ ଓ ପରିଷଦର ସଭାପତି ଭାବେ ମଧ୍ୟ ୩ ବର୍ଷ ମୁଁ କାର୍ଯ୍ୟ କରିଛି। ତା’ଛଡ଼ା ଛାତ୍ରକଲ୍ୟାଣ ବିଭାଗରେ ବି ୩ ମାସ ଡାଇରେକ୍ଟର ଥିଲି। ଆଉ ଏବେ ବିଶ୍ୱବିଦ୍ୟାଳୟର ବିଭିନ୍ନ କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରୁଅଛି। ସେହିପରି ୟୁରୋପର ବିଭିନ୍ନ ଦେଶର ବିଶ୍ୱବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦିରେ ନିଜର ମତାମତ ଦେଇ ଆସୁଛି। ଏହା ବ୍ୟତୀତ ନିୟମିତ ବିଭିନ୍ନ ଲେଖାଲେଖିରେ ବି ମୁଁ ରୁଚି ରଖିଛି। ବିଶେଷକରି ସମାଲୋଚନାଭିତ୍ତିକ ଲେଖା ଲେଖିବାକୁ ମୋତେ ଖୁବ୍‌ ଭଲ ଲାଗେ। ପ୍ରାୟ ୨୦ଟି ସମାଲୋଚନାଭିତ୍ତିକ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତା’ଛଡ଼ା ଅନେକ କବିତା ବି ମୋର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ଲେଖାଲେଖି ପାଇଁ ମୋତେ ଅନେକ ଅନୁଷ୍ଠାନ ତରଫରୁ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ତନ୍ମଧ୍ୟରୁ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ପାଇଁ ମିଳିଥିବା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହେଉଛି ଅନ୍ୟତମ। ସେହିପରି ବିଭିନ୍ନ ପୁରସ୍କାର କମିଟିର ଜଣେ ସଦସ୍ୟ ତଥା ବିଭିନ୍ନ ଉଚ୍ଚତର ପୁରସ୍କାର ସଂସ୍ଥାରେ ପ୍ରସ୍ତାବକ ଭାବେ ମଧ୍ୟ ମୋର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri