ପ୍ରେମିକା ଚନ୍ଦ୍ରଭାଗା – ନାଟ୍ୟକାର ହର ବାରିକ

ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନିର୍ଦ୍ଦେଶକ ଯିଏ ଯାତ୍ରାର ମୌଳିକତା ଉପରେ ଗୁରୁତ୍ୱ ଦିଅନ୍ତି। ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନାଟ୍ୟକାର ଯିଏ ନାଟକକୁ ସାହିତ୍ୟର ସର୍ବଶ୍ରେଷ୍ଠ ବିଭବ ବୋଲି ମନେକରନ୍ତି। ସମ୍ଭବତଃ ସେଥିପାଇଁ ତାଙ୍କର ପ୍ରତ୍ୟେକ ନାଟକ ମନେହୁଏ ଗୋଟିଏ ଗୋଟିଏ କ୍ଲାସିକ୍‌। ପ୍ରଶ୍ନୋତ୍ତର ବେଳେ ସେ ଖୁବ୍‌ କମ୍‌ କଥା କହନ୍ତି। ବାଛିବାଛି ଅଳ୍ପ ଶବ୍ଦ ପ୍ରୟୋଗ କରନ୍ତି। ମାତ୍ର ତାଙ୍କର ସେହି ଅଳ୍ପକଥା ଆଉ ଅଳ୍ପଶବ୍ଦରେ ଭରି ହୋଇ ରହିଥାଏ ଅସୀମିତ ଊର୍ଜା। ସେ ହେଉଛନ୍ତି ନାଟ୍ୟକାର, ନିର୍ଦ୍ଦେଶକ, କବି ତଥା ଗୀତିକାର ହର ବାରିକ। ଚଳିତଯାତ୍ରା ବର୍ଷରେ ‘ସୂର୍ଯ୍ୟମନ୍ଦିର’ରେ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ନାଟକ କରି ଚର୍ଚ୍ଚାରେ ଅଛନ୍ତି ଏହି ମୂର୍ଦ୍ଧନ୍ୟ ନାଟ୍ୟକାର ତଥା ନିର୍ଦ୍ଦେଶକ।

ଯଦି କବିବର ରାଧାନାଥ ରାୟଙ୍କ ମିଥ୍‌ ଉପଜୀବ୍ୟ କାବ୍ୟ ‘ଚନ୍ଦ୍ରଭାଗା’କୁ ଦେଖାଯାଏ ତା’ହେଲେ ଏକଥା ସ୍ପଷ୍ଟ ହୋଇଯିବ ଯେ, ସୂର୍ଯ୍ୟ ତଥା ସୂର୍ଯ୍ୟମନ୍ଦିର (କୋଣାର୍କ) ସହିତ ଚନ୍ଦ୍ରଭାଗାର ସମ୍ପର୍କ କେତେ ନିବିଡ଼ ଆଉ ଘନିଷ୍ଠ। ସଂଯୋଗବଶତଃ, ସେହି ‘ଚନ୍ଦ୍ରଭାଗା’ ଶୀର୍ଷକଟି ନାଟକ ‘ସୂର୍ଯ୍ୟମନ୍ଦିର’ ଯାତ୍ରାନୁଷ୍ଠାନରେ ହିଁ ପରିବେଷିତ ହେଉଛି। ତେବେ କାହାଣୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ନାଟ୍ୟକାର ସ୍ପଷ୍ଟଭାବେ କହନ୍ତି, ”କବିବରଙ୍କ ‘ଚନ୍ଦ୍ରଭାଗା’ ମିଥ୍‌ ସହିତ ନାଟକରେ ଥିବା କାହାଣୀର କିଛି ସମ୍ପର୍କ ନାହିଁ। ସମ୍ପୂର୍ଣ୍ଣ ଅଲଗା। ତେବେ ଚନ୍ଦ୍ରଭାଗା କାବ୍ୟକୁ ମୁଁ ସେଥିରେ ଦୃଷ୍ଟାନ୍ତ ଭାବରେ ନେଇଛି। ପୁଣି କାବ୍ୟ ପଙ୍‌କ୍ତିକୁ ବି ସଂଳାପ ଭାବରେ ଉଦ୍ଧାରକରି ନାଟକଟିକୁ ଶସ୍ତାପଣରୁ ବାହାର କରିଛି ଓ ସାହିତ୍ୟାଭିମୁଖୀ କରିଛି। ନାଟକଟି ଏକ ସେମି-କ୍ଲାସିକ୍‌ ଡ୍ରାମା। ଚନ୍ଦ୍ରଭାନୁ ଏବଂ ଚନ୍ଦ୍ରଭାଗାର ପ୍ରେମ କାହାଣୀ। ପ୍ରେମ ମାନେ ନୁହେଁ ବାହାହେବା। ପ୍ରେମ ହେଉଛି ତ୍ୟାଗ ବା ସାକ୍ରିଫାଇସ୍‌। ପ୍ରେମ ପାଇଁ ଜଣେ କ’ଣ କରିପାରେ, କୋଉ ଯାଏ ଯାଇପାରେ ତାହାକୁ ମୁଁ ଏହି ନାଟକରେ କହିଛି। ପୁଣି ଏହି ନାଟକରେ ଆମର ପୂର୍ବରୁ ଯାତ୍ରାର ଯେଉଁ ମୌଳିକତା ଥିଲା ତାହାକୁ ଫେରେଇବାର ଉଦ୍ୟମ କରିଛି।“ ଏ ପ୍ରକାର ଏକ ନିଆରା ନାଟକକୁ ଆଜିର ଦର୍ଶକ କ’ଣ ଆଦରିବେ (?) ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ଦେଖନ୍ତୁ, ଦିନଥିଲା ଅମିତ୍ରାକ୍ଷର ଛନ୍ଦରେ ନାଟକ ହେଉଥିଲା। ଆଉ ଲୋକମାନେ ତାହାକୁ ଦେଖୁଥିଲେ। ଦର୍ଶକମାନେ ଆଦୌ ବଦଳିନାହାନ୍ତି। ଓଲଟି ଆମେ ତାଙ୍କ ଉପରେ ଯାହା ଲଦି ଦେଉଛେ ସେମାନେ ସେଇଆ ଗ୍ରହଣ କରୁଛନ୍ତି। ଆମ ମାର୍କେଟକୁ ଚାଇନା ଖାଦ୍ୟ ଆସିଲା, ଲୋକେ ଖାଇଲେ। ଚାଇନା ମାଲ୍‌ ଆସିଲା, ଲୋକେ କିଣିଲେ। କାରଣ ଆମେ ସେମାନଙ୍କୁ ଭଲ, ଉତ୍ତମମାନର, ଗୁଣାତ୍ମକ ଜିନିଷ ଯୋଗେଇପାରିଲୁନି। ତେଣୁ ଦର୍ଶକମାନଙ୍କୁ କେବେ ବି ଦୋଷ ଦିଆଯାଇପାରିବ ନାହିଁ। ତେବେ ଏଠି ଗୋଟେ କଥା କହିବି ଯେ, ତୁମେ କି ଜିନିଷ ଦେଉଛ ତାହା ବଡ଼କଥା ନୁହେଁ। ତୁମେ କେମିତି ଉପସ୍ଥାପନା କରୁଛ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଯଦି ଠିକ୍‌ ଭାବରେ ଉପସ୍ଥାପନା କରାଯିବ ତା’ହେଲେ ଲୋକେ ତାକୁ ଗ୍ରହଣ କରିବେ ହିଁ କରିବେ।“ ଅତୀତରେ ‘କଉଡ଼ିଖେଳ’, ‘ଛତା ଚିହ୍ନରେ ଭୋଟ ଦିଅ’ ଭଳି କ୍ଲାସିକ୍‌ ନାଟକ କରି ସଫଳତା ପାଇଥିବା ନାଟ୍ୟକାର, ନିର୍ଦ୍ଦେଶକ ହର ବାରିକଙ୍କ ଚଳିତ ବର୍ଷର କ୍ଲାସିକ୍‌ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ଏବେଠାରୁ ପ୍ରଶଂସା ଗୋଟେଇବା ଆରମ୍ଭ କଲାଣି। ନାଟକଟିକୁ ସେ ରଚନା କରିଥିବା ସହ ଏହାର ନିର୍ଦ୍ଦେଶନା ତଥା ଗୀତ ରଚନାର ଭାର ବି ସମ୍ଭାଳିଛନ୍ତି। ଏହାକୁ ସଙ୍ଗୀତରେ ସଜେଇଛନ୍ତି ମିହିର ମହାନ୍ତି। ଚଳିତବର୍ଷ ତାଙ୍କର ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯାତ୍ରାଶ୍ରୀ ବିଶ୍ୱଦରବାର’ର ‘ତମ କଥା ଭାରି ମନେପଡୁଛି’ (ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକ), ‘ସଚ୍ଚିଦାନନ୍ଦ’ର ‘ବାବୁ ମୋ ଚୌକିଦାର’ (ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକ) ଏବଂ ‘ଆଇଟମ ଗର୍ଲ ରାଣୀପଣ୍ଡା’ (ରଚନା- ହର ବାରିକ, ନିର୍ଦ୍ଦେଶନା- ରାଜଗୁରୁ ବିଜୟ ଦାସ)। ଏତଦ୍‌ବ୍ୟତୀତ ‘ରାଜଧାନୀ ଅପେରା’ ପାଇଁ ସେ ଏକ ନାଟକ ରଚନା କରିବାକୁ ଯାଉଛନ୍ତି ଯାହାର ନାମକରଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri