ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ୫ ଦିନ ପରେ ଗଳିତ ମୃତଦେହ ଜବତ

ନିମାପଡ଼ା,୧୧।୮(ଡି.ଏନ୍‌.ଏ.)- ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ମହାନ୍ତିସାହି ଗ୍ରାମରୁ ରବିବାର ଅପରାହ୍ନରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। କିଛିଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ମୃତଦେହ ପଚି ଦୁର୍ଗନ୍ଧମୟ ହେଉଥିଲା। ମୃତ ଦମ୍ପତି ହେଲେ ଉକ୍ତ ଗ୍ରାମର ବିଶ୍ୱଜିତ ମହାନ୍ତି(୨୯) ଓ ତାଙ୍କ ସ୍ତ୍ରୀ ଲିିଲି ପ୍ରଧାନ(୨୭)। ଖବରପାଇ ନିମାପଡ଼ା ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ ଓ ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ଟିମ ସହ ପହଞ୍ଚତ୍ ମୃତଦେହକୁ ଜବତ କରିଥିଲେ। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ସୋମବାର ପୁରୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ପାଢ଼ୀ କହିଛନ୍ତି। ଅପରପକ୍ଷେ ବିଶ୍ୱଜିତ ଓ ତାଙ୍କ ସ୍ତ୍ରୀ ଗତ ୫ଦିନ ହେବ ଘରରୁ ବାହାରି ନ ଥିବାବେଳେ ଏହି ଦିନ ମଧ୍ୟରେ ଉଭୟେ ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ତେବେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡି ନାହିଁ।
ପୋଲିସ ସୂଚନା ମୁତାବକ, ରେଞ୍ଚ ମହାନ୍ତିସାହି ଗ୍ରାମରେ ବିଶ୍ୱଜିତ ମା’ବାପାଙ୍କ ସହ ସପରିବାର ରହୁଥିଲେ। ତେବେ ବିଶ୍ୱଜିତଙ୍କ ମାଆଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ମା’ବାପା ୧୦ଦିନ ତଳେ କଟକ ଯାଇଥିଲେ। ଚିକିତ୍ସା ସାରି ରବିବାର ଫେରି ଘର କବାଟ ଖୋଲିବା ବେଳେ କିଛି ପଚାଗନ୍ଧ ହେଉଥିବାର ଜାଣିପାରିଥିଲେ। ପରେ ଘର ଭିତରକୁ ଯିବାବେଳେ ପୁଅ ବୋହୂ ଦୁଇଜଣ ଘର ବାରଣ୍ଡା ଗମାରେ ଥିବା ଫ୍ୟାନରେ ଏକ ପ୍ଲାଷ୍ଟିକ ରଶିରେ ବାନ୍ଧି ହୋଇ ଝୁଲୁଥିବାର ଦେଖିଥିଲେ। ପରେ ସ୍ଥାନୀୟଲୋକ ଜାଣି ପୋଲିସକୁ ଜଣାଇଥିଲେ। ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ଘର ଗେଟ ଭିତର ପଟୁ ତାଲା ପକାଇ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଗ୍ରାମରେ ଚର୍ଚ୍ଚା ହୋଇଛି। ଏହି ଘଟଣା ନେଇ ନାନା ସନ୍ଦେହ ସୃଷ୍ଟି ହେଉଥିବାବେଳେ ଝୁଲନ୍ତା ଶବକୁ ଦେଖିବା ପାଇଁ ଗ୍ରାମରେ ଲୋକଙ୍କ ଭିଡ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜିଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଜାରି...

ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ...

‘ୱାନ୍‌ ୱାର୍ଲଡ୍‌: ଟୁଗେଦର୍‌ ଆଟ୍‌ ହୋମ୍‌’

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ସଂକ୍ରମଣ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଶ୍ୱବାସୀଙ୍କୁ ଘରେ ରହିବା ଲାଗି ସଚେତନ କରିବା...

ସାପ ନେଲା ଭଉଣୀ ଭାଇଙ୍କ ଜୀବନ

ଆଳି,୮ା୫: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭଉଣୀ, ଭାଇଙ୍କ ଜୀବନ...

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ମିଳିବ କରୋନା ଟିକା: ଜାଣନ୍ତୁ ପାଇବେ କେଉଁଠି

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ମାର୍ଚ୍ଚ ୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସ୍କରୁ ଅଧିକ ଓ ବହୁବିଦ୍ଧ...

ଭାଇରାଲ ଭିଡିଓରେ ପରୀ ହତ୍ୟା

ନୟାଗଡ଼ ଅଫିସ,୧୯।୨:ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନାବାଳକ କଲେଜ ଛାତ୍ରଙ୍କ ସହ ଜଣେ ବ୍ୟକ୍ତିିଙ୍କ କଥୋପକଥନର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଲେଜ ଛାତ୍ର...

ଜେଲ ଗଲେ ଦୁଇ ଏବିଭିପି ସଦସ୍ୟ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଜେଏନ୍‌ୟୁ ପ୍ରଫେସର, କର୍ମକର୍ତ୍ତା...

କୋଡ଼ିବାହାଲ ଗଁ। ରେ କିଡ଼୍‌ନୀ ରୋଗ୍‌ ଆତଁକ୍‌:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ

  ଘଣ୍ଟାପଡା, ୬।୮ (ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍‌ନୀ ରୋଗ୍‌ ଆତଁକ୍‌ ଦେଖା ଦେଇଛେ।...

Advertisement
Archives

Model This Week