ଦବିଲା ୧୦ ଲକ୍ଷର ତିତ୍‌ଲି ପ୍ରକଳ୍ପ:ମଧୁପୁର ବନ୍ଧ ଭାଙ୍ଗିବା ଆଶଙ୍କା

ବନ୍ତଳା,୨୪।୯(ଡି.ଏନ.ଏ.)

ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ମଧୁପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ୨୦୧୮ ସାମୁଦ୍ରିକ ଝଡ଼ ତିତ୍‌ଲିରେ ନଷ୍ଟ ହେବା ସହିତ ପୋଖରୀ ହୁଡା ମଧ୍ୟ ଭାଙ୍ଗି ଯାଇଥିଲା। ସେହି ସମୟରେ ପଞ୍ଚାୟତ ପାଣ୍ଠିରୁ ୩୦ ଟ୍ରିପ୍‌ ମୋରମ ଅସ୍ଥାୟୀ ଭାବେ ପକା ଯାଇଥିଲା। ପରବର୍ତ୍ତୀ ସମୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିବା ପରେ ରାସ୍ତାର ଉନ୍ନତୀକରଣ ଓ ପୋଖରୀକୁ ସୁରକ୍ଷା ପାଇଁ ପକ୍କା କାନ୍ଥ ବ୍ୟବସ୍ଥା ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଆସିଥିବା ଏହି କାର୍ଯ୍ୟ ୨୦୧୯ ଜୁନରେ ଶେଷ ହୋଇଥିଲା। ପ୍ରାୟ ୬୦ ମିଟର ପକ୍କା ସୁରକ୍ଷା କାନ୍ଥ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଓ ପୋଖରୀରେ ପାଣି ପୂର୍ଣ୍ଣ ହୋଇଯିବା ଯୋଗୁ ପକା କାନ୍ଥ ଦବିବା ସହିତ ବିଭିନ୍ନ ଜାଗାରେ ଫାଟ ସୃଷ୍ଟି ହୋଇଛି। ଏଥିସହିତ ମାଟି ଅତଡା ଖସୁଛି। ଏପରି କ୍ଷେତ୍ରରେ କୌଣସି ମୁହୂର୍ତ୍ତରେ ପୋଖରୀ ହୁଡା ଭାଙ୍ଗିବାର ଆଶଙ୍କା ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ଯେଉଁ ଜାଗାରେ ପକା କାନ୍ଥ ଦିଆଯାଇଛି ସେଠାରେ ୫୦ ବର୍ଷ ପୂର୍ବରୁ ବଉଳି ନାଳ ଭାଙ୍ଗି ବିରାଟ ଘାଇ ସୃଷ୍ଟି ହୋଇଥିଲା। ତୁରନ୍ତ ଏହାକୁ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଅପହରଣ, ହତ୍ୟା ଘଟଣା: ଭୁବନେଶ୍ୱରରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପଶ୍ଚିମବଙ୍ଗରେ ଜଣେ ନାବାଳିକା (୧୪)ଙ୍କୁ ଅପହରଣ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଫେରାର ଥିବାବେଳେ ଭୁବନେଶ୍ୱରରେ ଆତ୍ମଗୋପନ କରିଥିଲେ।...

ନିର୍ବାଚନ ଖର୍ଚ୍ଚ ବାହାର କରିବାରେ ବ୍ୟସ୍ତ ନେତା, ନେତ୍ରୀ

ଦେବଗଡ଼, ୨୧ା୨(ଡି.ଏନ୍‌.ଏ.): ଜିଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଦେବଗଡ଼। ତିନି ବ୍ଲକର ୭୦ପଞ୍ଚାୟତ ଏବଂ ଦେବଗଡ଼ ପୌରପାଳିକାର ୧୧ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ।...

ଅରିନ୍ଦମଙ୍କୁ ଝୁରୁଛି ଜନ୍ମମାଟି

ପାଟଣା,୨୪ା୯(ସ୍ବ.ପ୍ର.): ମହାନଦୀର ମୁଣ୍ଡଳି ବ୍ୟାରେଜରେ ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବରଦାତା ଅରିନ୍ଦମ ଦାସ(ସାମୀ)ଙ୍କ ଜନ୍ମମାଟି କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା...

ପଦାରେ ପଡ଼ିଲା ବିଫଳତା

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ୬୭ ଓ୍ବାର୍ଡରେ ମୋଟ ୬୫୦ କି.ମି. ଆଭ୍ୟନ୍ତରୀଣ ଡ୍ରେନ୍‌ ଓ ୬୦ କି.ମି. ମୁଖ୍ୟ ଡ୍ରେନ୍‌ ରହିଛି।...

ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ

ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ...

ମେଶିନରେ କାମ, ଶ୍ରମିକ ହତାଶ

ବଇଣ୍ଡା, ୨୫।୧(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇଦେବାର ସୁବିଧା କରିଛନ୍ତି କେନ୍ଦ୍ର ସରକାର। ହେଲେ...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ)- ରାଜ୍ୟ ସଭା ପାଇଁ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନଲର ପୁନର୍ଗଠନ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଏହି...

Advertisement
Archives

Model This Week