ଦନ୍ତା ଉତ୍ପାତରେ ବ୍ୟାପକ କ୍ଷତି

ବଡ଼ସାହି,୨୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ପଞ୍ଚାୟତ ଅଗାଶୋଳ ଗ୍ରାମର ୪ ଜଣ ଚାଷୀଙ୍କ ଧାନ କଳେଇକୁ ଦନ୍ତାହାତୀ ଖାଇବା ସହ ନଷ୍ଟ କରିଛି ା ହାତୀର ଗତିପଥ ଉପରେ ବନ ବିଭାଗ ଦୃଷ୍ଟି ଦେଉଥିଲେ ହେଁ ଅଦ୍ୟାବଧି ହାତୀକୁ ଶିମିଳିପାଳ ଜଙ୍ଗଲ ମୁହାଁ କରିବାରେ ବିଫଳ ହୋଇଛନ୍ତି ା ଫଳରେ ହାତୀଟି ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି କରୁଥିବା ବେଳେ ଲୋକମାନେ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି ା ଡୁକୁରା ରେଞ୍ଜ ଅଧୀନ ବଡ଼ସାହି-ସୁହାଗପୁର ରାସ୍ତା ପାର୍ଶ୍ୱ ଜଙ୍ଗଲରେ ଦୀର୍ଘଦିନ ଧରି ଦନ୍ତାଟି ବାଟବଣା ହୋଇ ଉପତ୍ାତ ଚଳାଇଛି ା ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଗଣ୍ଡାରେ ପଶି ଚାଷୀଙ୍କ ଧାନ କଳେଇକୁ ଖାଇବା ସହ ନଷ୍ଟ କରୁଛି ା ଅଗାଶୋଳ ଗ୍ରାମର ଚାଷୀ ମଗା ସିଂ, ପାଗଲା ସିଂ, ମୋହନ ସିଂ, ଦିବାକର ମାରାଣ୍ଡିଙ୍କ ଧାନ ଗଦାରୁ ଧାନ ଖାଇବା ସହ ଗଚ୍ଛିତ ଥିବା ଧାନକୁ ନଷ୍ଟ କରିଛି ା ସେହିପରି ବାଢା ସରେନଙ୍କ ବାଡିରେ ପଶି ସମସ୍ତ ପନିପରିବା ମାଡିଦଳି ନଷ୍ଟ କରିଛି ା ହାତୀର ଉପତ୍ାତକୁ ନେଇ ଆଖପାଖ ୧୦/୧୨ଖଣ୍ଡ ଗ୍ରାମର ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି ା ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତେବେ ଦୀର୍ଘ ଦିନ ଧରି ଖାଦ୍ୟ ଅନ୍ବେଷଣରେ ଆସିଥିବା ଦନ୍ତାହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଲାଲ ମୋହନ ମହାନ୍ତ, ପରଭା ନାଏକ, ବିଜୟ ମହାନ୍ତ, ତ୍ରିଲୋଚନ ମହାନ୍ତ, ବଗଲା ମାଝୀ, ଉଚ୍ଛବ ନାଏକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋମ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: ‘ଜିଲା ପ୍ରଶାସନ ନିଷ୍ପତ୍ତି ଏକପାଖିଆ’

କାଳିଆପାଣି/ସୁକିନ୍ଦା,୨୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଥମିବାର ନାମ ଧରୁନି। ଏହାର ସମାଧାନ ନେଇ ମଙ୍ଗଳବାର ସୁକିନ୍ଦା...

ତାଣ୍ଡବ ରଚିଲା କାଳବୈଶାଖୀ

ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍‌.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବାଲିଗୁଡ଼ା,୨୬ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି।...

ବାତ୍ୟା ଯାଇ ପୁଣି ଆସିଲାଣି: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ

ରାଜନଗର, ୨୦ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକ ଏକ ନଦୀ ନାଳ ଘେରା ଅଞ୍ଚଳ। ସବୁବେଳେ ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ ହେଉ କି ବାତ୍ୟା...

ବରାଳିନୀ ସାହି କଣ୍ଟେନମେଣ୍ଟ ଜୋନ

ଜି.ଉଦୟଗିରି, ୩୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହର ବିଭିନ୍ନ ସାହିରେ କରୋନା କାୟା ବିସ୍ତାର କରିଚାଲିଛି। ମହାଗୁଡା ସାହି, କଚେରୀ ସାହି, ଓ ବସ୍‌ଷ୍ଟାଣ୍ଡ...

ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା...

ଛେଳିର ଅନ୍ତ୍ୟେଷ୍ଟିକ୍ରିୟା

ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ...

Advertisement
Archives

Model This Week