Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ ବସି ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ପାଇଁ ଦଳ ଚୟନ କରିବେ। ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ ଏବେ ରୋହିତ ଶର୍ମାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦିନିକିଆ ଉପ-ଅଧିନାୟକ ରୋହିତ ଶର୍ମା ଖେଳିବାର ସୁଯୋଗ ପାଇ ନ ଥିଲେ। ହନୁମା ବିହାରୀ ଓ ଆଜିଙ୍କ୍ୟ ରାହାନେ ଯଥାକ୍ରମେ ୫ ଓ ୬ ନମ୍ବରରେ ନିଜର ସ୍ଥାନ ପକ୍କା କରିବା ପରେ ରୋହିତଙ୍କୁ ଓପନର ହିସାବରେ ଦଳରେ ସାମିଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ରୋହିତ ଶେଷଥର ପାଇଁ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଟେଷ୍ଟ ସ୍ପୋଶଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ୩, ଅଧିନାୟକ ବିରାଟ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ବୀରେନ୍ଦ୍ର ସେହ୍ବାଗଙ୍କ ଉଦାହରଣକୁ ଦୃଷ୍ଟିରେ ରଖି ବିସ୍ଫୋରକ ରୋହିତଙ୍କୁ ସୁଯୋଗ ଦେବା ପାଇଁ କୋଚ୍‌ ଶାସ୍ତ୍ରୀ ଓ କୋହଲି ନିଷ୍ପତ୍ତି ନେଇପାରନ୍ତି। ସେହିପରି ଘରୋଇ କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବେଙ୍ଗଲ ଓପନର ଅଭିମନ୍ୟୁ ଈଶ୍ୱରନଙ୍କୁ ରିଜର୍ଭ ଓପନର ହିସାବରେ ସ୍ଥାନ ମିଳିପାରେ। ତେବେ ରାହୁଲଙ୍କୁ ବାଦ୍‌ ଦିଆଗଲେ ଈଶ୍ୱରନଙ୍କୁ ସୁଯୋଗ ମିଳିପାରେ। ସେହିପରି ଗୁଜୁରାଟ ଓପନର ପ୍ରିୟଙ୍କ ପଞ୍ଚାଲ ଓ ପଞ୍ଜାବ ଓପନର ଶୁବମନ ଗିଲଙ୍କ ନେଇ ମଧ୍ୟ ଚୟନକର୍ତ୍ତା ବିଚାର କରିପାରନ୍ତି। ରାହୁଲ ଗତ ୩୦ଟି ଟେଷ୍ଟ ଇନିଂସରେ ୬୬୪ ରନ ସଂଗ୍ରହ କରି କରି ଖରାପ୍‌ ଫର୍ମ ଦେଇ ଗତି କରୁଛନ୍ତି। ମୟଙ୍କ ଅଗ୍ରଓ୍ବାଲ ସ୍ଥାନ ବଜାୟ ରଖିବା ଏକ ପ୍ରକାର ନିଶ୍ଚିତ ମନେହେଉଛି। ଦ୍ୱିତୀୟ ଓପନର ସ୍ଥାନ ପାଇଁ ରୋହିତ ଓ ଈଶ୍ୱରନଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ବୋଲିଂରେ ଫିଟ୍‌ ନ ଥିବାରୁ ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ନ ମିଳିପାରେ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରନ୍ତି ତାହାଲେ ନବଦୀପ ସଇନି ବ୍ୟାକ୍‌ ଅଫ୍‌ ଦ୍ରୁତ ବୋଲର ଭାବେ ଦଳରେ ସାମିଲ ହୋଇପାରନ୍ତି। ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ଅଭିଜ୍ଞ ରିଦ୍ଧିମାନ ଶାହ ମଧ୍ୟ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ୩ ସ୍ପିନର ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ଦଳରେ ସାମିଲ ହେବା ନିଶ୍ଚିତ। ସେହିପରି ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ସାମିଲ ହେବା ନିଶ୍ଚିତ। ଯଦି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଏ ତା,ହେଲେ ଉମେଶ ଯାଦବଙ୍କୁ ସୁଯୋଗ ମିଳିବ।
ସମ୍ଭାବ୍ୟ ଦଳ:
ଓପନର: ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା।
ମିଡଲ ଅର୍ଡର: ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ।
ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା।
ଉଇକେଟକିପର: ରିଷଭ ପନ୍ତ, ରିଦ୍ଧିମାନ ଶାହ।
ଦ୍ରୁତ ବୋଲର: ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି/ ଉମେଶ ଯାଦବ।
ସ୍ପିନର: ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ।
ନଜରରେ ରହିଛନ୍ତି: ଅଭିମନ୍ୟୁ ଈଶ୍ୱରନ (ତୃତୀୟ ଓପନର), ପ୍ରିୟଙ୍କ ପଞ୍ଚାଲ (ତୃତୀୟ ଓପନ), ନବଦୀପ ସଇନି (ରିଜର୍ଭ ଦ୍ରୁତ ବୋଲର), କୋନା ଶ୍ରୀକର ଭରଦ (ଦ୍ୱିତୀୟ ଉଇକେଟକିପର)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟପ୍‌ ୧୦ରେ ରବୀନ୍ଦ୍ର ଜାଡେଜା

ଦୁବାଇ, ୨୩ା୨(ପି.ଟି.): ଆଇସିସି ପୁରୁଷ ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକା ଏଠାରେ ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ...

ଗ୍ୟାରେଥ୍‌ ବ୍ୟାରିଙ୍କ ଅବସର

ଓ୍ବେଷ୍ଟ ବ୍ରୋମ୍‌ଓ୍ବିଚ୍‌, ୨୮ା୮ (ଏପି)- ପ୍ରିମିୟର ଲିଗ୍‌ରେ ସର୍ବାଧିକ ମ୍ୟାଚ ଖେଳି ରେକର୍ଡ କରିଥିବା ଗାରେଥ୍‌ ବ୍ୟାରି ୩୯ବର୍ଷ ବୟସରେ ଫୁଟ୍‌ବଲରୁ ଅବସର ନେଇଛନ୍ତି। ପ୍ରିମିୟର...

ଗୋଟିଏ ଦିନ, ଏକା ସମୟରେ ଖେଳାଯିବ ଶେଷ ଦୁଇ ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୯: ସମାନ ତାରିଖ ଓ ସମାନ ସମୟ। ଚଳିତ ଆଇପିଏଲ୍‌ ସିଜନର ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ ଏକାସାଙ୍ଗରେ ଖେଳାଯିବ। ଏ ନେଇ ମଙ୍ଗଳବାର ଆଇପିଏଲ୍‌...

ଭିଲାସିରଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍‌ ପରିସରରେ...

କ୍ରିକେଟ ପାଇଁ ଐତିହାସିକ ଦିନ, ଆଜିର ଦିନରେ ହିଁ ଭାରତ ପାକିସ୍ତାନକୁ ଧୂଳି ଚଟାଇଥିଲା

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିର ଦିନରେ ହିଁ ଭାରତ ପାକିସ୍ତାକୁ ଧୂଳି ଚଟାଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତୀୟ...

ଦୀପକ ବେହେରାଙ୍କ ଅବସର

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଅଲରାଉଣ୍ଡର ଦୀପକ ରଞ୍ଜନ ବେହେରା ପ୍ରଥମ ଶ୍ରେଣୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଗତ ୧୩ ବର୍ଷ ଧରି ସେ...

ମୋ ବିସ୍ଫୋରକ ବ୍ୟାଟିଂର ରାଜ୍‌ ହେଉଛି ମା’ ହାତରନ୍ଧା ଖାଦ୍ୟ

ଆଇପିଏଲ୍‌ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ଟକୁ ୯ ଉଇକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଛି। ଏହି ବିଜୟରେ ମୁଖ୍ୟ ଭୂମିକା ଥିଲା...

ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍‌ରେ ଦ୍ରୁତ...

Advertisement
Archives

Model This Week