ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୦।(ବ୍ୟୁରୋ): କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର ଯୁଗ୍ମ ସମୀକ୍ଷା ବୈଠକ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ନିୟୋଜନ ଭବନଠାରେ ସୋମବାର ଆୟୋଜିତ ଏହି ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ସଂଜୟ କୁମାର ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥଇଲେ। ଏହି ଅବସରରେ ଅଧ୍ୟକ୍ଷତା କରି ମନ୍ତ୍ରୀ ନାୟକ କହଛନ୍ତି, ସରକାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ କର୍ମନଯୁକ୍ତି ଦିଗକୁ ସର୍ବଦା ଅଗ୍ରାଧିକାର ଦେଉଛନ୍ତି। ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ‘ଦକ୍ଷତା’ ଏକ ପ୍ରମୁଖ ମାପକାଠି ଅଟେ । ଏହାକୁ କେହି ଅସ୍ବୀକାର କରି ପାରିବେନାହିଁ । ଅର୍ଥନୈତିକ ବିକାଶ ଦିଗରେ କୃଷିଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କୁଶଳୀ ଓ ଦକ୍ଷ ଶ୍ରମିକର ଆବଶ୍ୟକତା ଓ ଯୋଗଦାନ ଅପରିହାର୍ଯ୍ୟ ଅଟେ । ତେଣୁ ବିକାଶଧରାକୁ ଆଗେଇ ନେବା ପାଇଁ ପରିବର୍ତ୍ତିତ ଶିଳ୍ପାୟନ ଓ ବଜାରର ଆଭିମୁଖ୍ୟକୁ ଦୃଷ୍ଟିରେ ରଖିବା ଗୁରୁତ୍ବପୂର୍ଣ୍ଣ ଅଟେ । ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ୧୫ଲକ୍ଷ ଯୁବକଙ୍କୁ ତାଲିମ ମାଧ୍ୟମରେ ସେମାନଙ୍କ ଦକ୍ଷତାର ବିକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସରକାର ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ପରିମାଣ ଓ ମାନ ଉଭୟ ଦିଗକୁ ନଜର ଦେଇ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି ା ଏହି ଅଭିନବ ମିଶନ୍‌ର ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ତାଲିମ ସହଯୋଗୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କରୋନା; ସ୍ପଷ୍ଟକଲେ ସରକାର, ଗଣମାଧ୍ୟମକୁ ଦେଲେ ଚେତାବନୀ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସୋମବାର ଆୟୋଜିତ୍‌ ପ୍ରେସ୍‌ମିଟରେ ସରକାରଙ୍କ ମୁଖ୍ୟ ମୁଖପାତ୍ର...

୨୪ ଘଣ୍ଟାରେ ରାଜ୍ୟରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୯୭...

ଗୋଟିଏ ଦିନର ଦରମା ଦେଲେ ଓୟୁଏଟି କର୍ମଚାରୀ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଗୋଟିଏ ଦିନର ଦରମା...

ମାଲେସିଆ ଜାହାଜରୁ ତେଲକଢ଼ା ଆରମ୍ଭ

ବ୍ରହ୍ମଗିରି, (ଡି.ଏନ୍‌.ଏ.)/ ପୁରୀ ଅଫିସ ୩୦।୮: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁୁ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜରୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ...

ହୀରାକୁଦର ଆବଦ୍ଧ ମାଛଚାଷ ସଫଳ ମଡେଲ

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛଚାଷ ବା କେଜ୍‌ ଫିସ୍‌ କଲ୍‌ଚର ଏକ ସଫଳ ମଡେଲ୍‌। ଏହା ଖୁବ୍‌ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ...

ପ୍ରତିଟି ଜୀବନ ମୂଲ୍ୟବାନ୍‌: ମୁଖ୍ୟମନ୍ତ୍ରୀ

ରାୟଗଡ଼ା ଅଫିସ,୨୪।୧୧: ରାୟଗଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଲୋକଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସରେ...

ଭିଜିଲାନ୍ସ ଜାଲରେ ସମ୍ପାଦକ

ସୁନ୍ଦରଗଡ଼,୨।୪(ଡି.ଏନ୍‌.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ...

Advertisement
Archives

Model This Week