‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।
ଜିଲାରେ ୯୬୭ ଜଣ ଥାଲାସେମିଆ ରୋଗୀ ପ୍ରତିମାସ ରକ୍ତ ଗ୍ରହଣ କରୁଛନ୍ତି। ସେମାନଙ୍କୁ ରକ୍ତ ଦିଆଯିବା ବେଳେ ଠିକ୍‌ ଭାବରେ ବିଶୁଦ୍ଧିକରଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରିବା ପୂର୍ବରୁ ମ୍ୟାଲେରିଆ, ସିଫିଲିସ୍‌, ହେପାଟାଇଟିସ୍‌-ବି, ହେପାଟାଇଟିସ୍‌-ସି, ଏଚ୍‌ଆଇଭିର ପରୀକ୍ଷା ହେଉନାହଁି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବରେ ନାଆଟ କିମ୍ବା ଏଲ୍‌ଆଇଜା-୪ ପରୀକ୍ଷଣର ବ୍ୟବସ୍ଥା ନାହଁି। ସେହିପରି ରୋଗୀଙ୍କ ଲିଙ୍ଗ ଅନୁସାରେ ରକ୍ତ ନମୁନା ପରୀକ୍ଷା କରାଯାଉ ନାହଁି। ଫଳରେ ଫ୍ରେସ୍‌ ଏବଂ ପ୍ୟାକ୍‌ଡ଼ ବ୍ଲଡ଼ ରୋଗୀଙ୍କୁ ମିଳୁନାହଁି। ଫଳରେ ଦୂଷିତ ରକ୍ତ ଗ୍ରହଣ କରି ରୋଗୀଙ୍କ ଶରୀରର ଯକୃତ, ପ୍ଲିହା, ହୃତ୍‌ପିଣ୍ଡ ସବୁଥିରେ ଲୌହକଣିକା ଜମାଟ ବାନ୍ଧି ରହିଯାଇଥାଏ। ଫଳରେ ରୋଗୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମଧୁମେହ, ଥାଇରଏଡ୍‌ ଆଦି ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ସରକାର ଠିକ୍‌ ଡାକ୍ତରଙ୍କ ଦାରା ଚିକିତ୍ସା କଲେ ଏହି ପିଲାମାନେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚତ୍ପାରିବେ। ସ୍ବତନ୍ତ୍ର ଡାକ୍ତର ଓ ନର୍ସ ସହ ଥାଲାସେମିଆ ରୋଗୀଙ୍କ ଯନତ୍ ନେବା ପାଇଁ କର୍ମୀଙ୍କ ଆବଶ୍ୟକତା ଅଛି। ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା କଲେ ଏହାକୁ ରୋକାଯାଇପାରିବ। କିନ୍ତୁ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ପାଇଁ ଏସବୁର ବ୍ୟବସ୍ଥା ସମ୍ଭବ ହୋଇପାରୁନାହଁି। ଏହାର ପ୍ରତିବାଦରେ ‘ଆଚ୍ଛା’ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ଉପସଭାପତି ସରିତା ସାହୁ, ରାକେଶ କୁମାର ଶିଅଳ, ଆଦ୍ୟାଶା ଚଣ୍ଡ, ରୋଗୀଙ୍କ ମାତାପିତା ଉଦୟଭାନୁ ନାୟକ, ପ୍ରଭାକର ନାୟକ, ପୁଷ୍ପାଞ୍ଜଳି ନାୟକ, ନିର୍ମଳା ସିଂ, ମମତା ସାହୁ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ସୁଷମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟୋତ୍ସ୍ନା ଥାପ୍ପା, ସବିତା ମାହାର୍ଣ୍ଣା, ସନ୍ତୋଷ କୁମାର ଜେନା ଆମରଣ ଅନଶନରେ ବସିଥିଲେ। ୧୦୦ରୁ ଉର୍ଦ୍ଧ୍ୱ ଥାଲାସେମିଆ ରୋଗୀଙ୍କ ମାତାପିତା ସମର୍ଥନ ଜଣାଇ ସହଯୋଗ କରିଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ...

ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍‌ ସେବା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ...

ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ...

ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍‌ ମାଡ଼ ଧମକ

ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...

୬ ଜିଲାରେ ଭାଜପାର ନୂଆ କାର୍ଯ୍ୟାଳୟ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ଭାଜପା କାର୍ଯ୍ୟାଳୟ ଏକ କୋଠା ନୁହେଁ ବରଂ ଏହା ଏକ ସଂସ୍କାର କେନ୍ଦ୍ର। ଏହି ଭବନ ମାଧ୍ୟମରେ ଆମେ ଦଳ ସହ ଯୋଡ଼ି...

ନାବାଳିକାଙ୍କୁୁ ଅସଦାଚରଣ ମାମଲା: ଦୋଷୀଙ୍କୁ ୩ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୯।୮- ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ସୋମବାର ଏକ ନାବାଳିକା ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ରଞ୍ଜନ କୁମାର ସୂତାର...

ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ: ବଜାରରେ ଭିଡ଼ କଲେ ସଟ୍ ଡାଉନ୍‌ଠାରୁ ନିଆଯିବ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଜନସାଧାରଣଙ୍କୁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ୮ଟା ରେ ସଟ୍...

ବିଧାନସଭାରେ ଭାବବିହ୍ବଳ ହେଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ଚଳିତ ଅଧିବେଶନରେ କୋଭିଡ୍‌ କଟକଣା ହଟିଯାଇଛି। ୨ବର୍ଷ ପରେ ପୂର୍ବଭଳି ସଦସ୍ୟମାନେ ନିଜ ସିଟ୍‌କୁ ଫେରିଛନ୍ତି । ଗୁରୁବାର ବିଧାନସଭା ଆରମ୍ଭ ହୋଇଥିଲା। ତେବେ ସଦସ୍ୟମାନଙ୍କ...

Advertisement
Archives

Model This Week