ଥାନାରେ ଅଭିଯୋଗ କଲେ ତାମଡା ସେକ୍ରେଟାରି

ଅନୁଗୋଳ ସହର, ୭।୨ – ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ ପ୍ରଥମେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଗୁରୁବାର ଏ ନେଇ ଅନୁଗୋଳ ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛି।
ତାମଡା ସେକ୍ରେଟାରି ତଥା ଡେପୁଟି କଲେକ୍ଟର ବୈତୁରା ଦୀପ୍‌ ଚିଠି ନଂ.୧୪୨/୨୦ରେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି ଯେ, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବା ସାମୂହିକ ଭାବେ ବନ୍ଦ କରିବା ପାଇଁ ଓଡ଼ିଶା ପାୱାର କନଫର୍ମ ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଓଡିଏ ଆକ୍ଟ ୧୯୮୨ ଅନୁଯାୟୀ ରେସିଡେଣ୍ଟାଲ ଆପାର୍ଟମେଣ୍ଟର ଏମ୍‌ଡିଙ୍କୁ ଡିସେମ୍ବର ୨୭ରେ ନଂ.୩୨୯୫ରେ ନୋଟିସ୍‌ ଦିଆଯାଇଥିଲା। ନୋଟିସ୍‌ ଦେବା ସତ୍ତ୍ବେ ସେ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ କାର୍ଯ୍ୟ ଚାଲୁ ରଖିଛନ୍ତି। ଓଡ଼ିଶା ଅଣ୍ଡର ସବ୍‌ସେକ୍ସନ (ଆଇ) ଅଫ୍‌ ସେକ୍ସନ ୯୨ ଅଫ୍‌ ଓଡିଏ ଆକ୍ଟ ୧୯୮୨ ଆଇନ ବଳରେ ତାମଡା ପକ୍ଷରୁ କାର୍ଯ୍ୟ ବନ୍ଦ କରିବା ପାଇଁ ଚାହୁଁଛୁ। ତେଣୁ ପୋଲିସ ସେଠାରେ ଉପସ୍ଥିତ ରହି ବେଆଇନ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ନିର୍ମାଣ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବାହାରକୁ ଆଣିବା ଜରୁରୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏ ବିଷୟରେ ତାମଡା ସେକ୍ରେଟାରି ଦୀପ୍‌ କହିଛନ୍ତି, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଥାନାରେ ଅଭିଯୋଗ କରାଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ନେଇ ଅଭିଯୋଗ ଆସିଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ମା’ ତାରାଶୁଣୀଙ୍କ ପୀଠ

ପଦ୍ମପୁର, ୧୧।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ସାବରଙ୍ଗ ପଞ୍ଚାୟତ ଅଧୀନ ଆଟୋ ରାଜସ୍ବ ଗ୍ରାମର ଧନନ୍ତ୍ୱରୀ ନଦୀକୂଳରେ ଅବସ୍ଥିତ ମା’ ତାରାଶୁଣୀଙ୍କ ପୀଠ। ଜିଲାର ଏହି ପୁରାତନ...

ମାଡ଼ ମାରି ଲୁଟି ନେଲେ ୬ ଲକ୍ଷ

ମାଲକାନଗିରି,୨୩ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସଦର ମହକୁମାରେ ଜଣେ ବ୍ୟବୟାସୀଙ୍କଠାରୁ ୨ ଜଣ ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ମଧ୍ୟାହ୍ନ ୨ଟାରେ ମାଲକାନଗିରି ସଦର...

୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ: ସେବା ମନୋବୃତ୍ତି ନେଇ କାମ କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୬।୧୨: ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ୫୭ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ...

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ...

ସ୍କୁଲ ଆସିବାରେ ବିଳମ୍ବ : ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଗୋପାଳପୁର,୧୬ା୯-ବିଦ୍ୟାଳୟକୁ ବିଳମ୍ବରେ ଆସିବା ନେଇ ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପାର୍ବତୀପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ...

ନିମ୍ନମାନର କାମ, ବାରମ୍ବାର ଭୁଶୁଡୁଛି ସ୍ପର

ରାଜନଗର, ୩ା୮(ଡି.ଏନ୍‌.ଏ.): ରାଜନଗର ବ୍ଲକର ଜୀବନରେଖା କେରେଡ଼ାଗଡ଼-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି। ହଂସୁଆ ମୁହଁରେ ଥିବା ବନ୍ୟା...

ଲକ୍‌ଡାଉନ୍‌ ନ ମାନି ଜରିମାନା ଗଣିଲେ ଶତାଧିକ ଲୋକ: ଦୁଇଦିନରେ ୨୯ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୩: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ସମେତ ବିଭିନ୍ନ କଟକଣା କରାଯାଇଛି। ଏହି ପରିସ୍ଥିତିରେ ମଧ୍ୟ ଲୋକେ ଘରୁ ବାହାରକୁ ବାହାରୁଛନ୍ତି।...

ମହିଳାଙ୍କୁ କମେଣ୍ଟ ମାରି ୨ ଯୁବକ ଗିରଫ

ନବରଙ୍ଗପୁର,୩୦।୫(ବି.ପ୍ର.): କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ...

Advertisement
Archives

Model This Week