ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ

ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ପୁରୀ ଜିଲା ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରକାର କଟକଣା ଲଗାଇଥିବାବେଳେ ଏବଂ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ସବୁ ଥଣ୍ଡା, କାଶ ରୋଗୀ ଯେପରି ହସ୍ପିଟାଲ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରିଛି। ଥଣ୍ଡା, କାଶ ଓ ଫ୍ଲୁରେ ଯଦି କେହି ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନେ ଘରେ ଥାଇ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନେବେ। ଏଥିପାଇଁ କେଉଁ ଔଷଧ ସେବନ କରିବାକୁ ପଡ଼ିବ ଡାକ୍ତର ଫୋନରେ ସମ୍ପୃକ୍ତ ରୋଗୀଙ୍କୁ କହିବେ। ରୋଗୀ ନିକଟସ୍ଥ ଔଷଧ ଦୋକାନ କିମ୍ବା ଏଏନ୍‌ଏମ୍‌/ଆଶାଙ୍କଠାରୁ ସେହି ଔଷଧ ସଂଗ୍ରହ କରିପାରିବେ। ଏଥିଲାଗି ପୁରୀ ସହର ସମତେ ୧୧ଟି ଯାକ ବ୍ଲକରେ ଥିବା ସମସ୍ତ ସିଏଚ୍‌ସି ଓ ପିଏଚ୍‌ସିର ଡାକ୍ତରଙ୍କ ନମ୍ବର ଜିଲା ପ୍ରଶାସନ ପକ୍ଷରୁ ଜିଲାବାସୀଙ୍କ ଲାଗି ଜାରି କରାଯାଇଛି। ପୁରୀ ସହର ବ୍ୟତୀତ ପିପିଲି ବ୍ଲକର ପାଣିଦୋଳ ସିଏଚ୍‌ସି, ମଙ୍ଗଳପୁର ସିଏଚ୍‌ସି, ସଦର ବ୍ଲକର ଚନ୍ଦନପୁର ସିଏଚ୍‌ସି, ନିମାପଡ଼ା ବ୍ଲକର ଚାରିଛକ ସିଏଚ୍‌ସି, କୃଷ୍ଣପ୍ରସାଦ ବ୍ଲକର ଚିଲିକା ନୂଆପଡ଼ା ସିଏଚ୍‌ସି, ଅସ୍ତରଙ୍ଗ ବ୍ଲକ ସିଏଚ୍‌ସି, ସତ୍ୟବାଦୀ ବ୍ଲକର ଅଳଗୁମ ସିଏଚ୍‌ସି, କଣାସ ବ୍ଲକ ସିଏଚ୍‌ସି, କାକଟପୁର ବାଙ୍ଗୁରିଙ୍ଗା ସିଏଚ୍‌ସି, ବ୍ରହ୍ମଗିରି ବ୍ଲକର ରେବଣା ନୂଆଗଁା ସିଏଚ୍‌ସି, ଗୋପ ବ୍ଲକ ସିଏଚ୍‌ସି, ଡେଲାଙ୍ଗ ବ୍ଲକ ସିଏଚ୍‌ସି ଡାକ୍ତରଙ୍କ ନମ୍ବର ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ୭ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ବୁଧବାର ସୁଦ୍ଧା ୬୧୦ ନମୂନା ପରୀକ୍ଷାର ରିପୋର୍ଟ ଆସିଥିବା ବେଳେ ସେଥିରୁ ପଜିଟିଭ୍‌ ଅଛନ୍ତି ୪ଜଣ।...

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ  କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା...

ପରୀକୁ ନ୍ୟାୟ ମିଳୁ, ନିର୍ଦ୍ଦୋଷ ଦଣ୍ଡ ନ ପାଉ

ନୟାଗଡ଼ ଅଫିସ,୧୮ା୧୨: ପରୀ ନ୍ୟାୟ ପାଉ। ତେବେ ବାହାବା ନେବା ପାଇଁ ନିର୍ଦ୍ଦୋଷକୁ ଦଣ୍ଡ ଦିଆ ନ ଯାଉ। ଦୋଷର ପ୍ରମାଣ ମିଳିଲେ ହତ୍ୟାକାରୀଙ୍କୁ ଫାଶୀ...

ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ...

ଭାରତରେ ଲକ୍‌ଡାଉନ୍‌ ଜାରି ହେବା ଜରୁରୀ: ଟାସ୍କ୍‌ଫୋର୍ସ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ...

ଲାଖବିନ୍ଧା ପ୍ରତିଯୋଗିତା

ଉଦଳା,୧୦ା୧୦(ଡି.ଏନ୍‌.ଏ.)- ଉଦଳା ସହରାଞ୍ଚଳରେ ଦେବୀ ଦୁର୍ଗାଙ୍କର ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଶେଷ ହୋଇଛି ା ଦଶହରାରେ ବିଶେଷ ଆକର୍ଷଣ ଥିଲା ଲାଖବିନ୍ଧା ପ୍ରତିଯୋଗିତା ା...

ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି...

ମଦ ବିରୋଧୀ ଶୋଭାଯାତ୍ରା

କପ୍ତିପଦା,୨୦ା୧୧(ଡି.ଏନ୍‌.ଏ.)- ଆସନ୍ତା ୨୭ ତାରିଖରେ ଭୂବନେଶ୍ୱର ପିଏମଜି ଛକ ଠାରେ ଏଆଇଡିୟୁଓ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂତନ ମୋଟର ଯାନ...

Advertisement
Archives

Model This Week