ପାଲଲହଡା,୨୦।୧୧(ଡି.ଏନ.ଏ.)-ଥଇଥାନ ଦାବିରେ ପାଲଲହଡା ସଦର ମହକୁମାସ୍ଥିତ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ଆସନ୍ତା ସୋମବାରଠାରୁ ସଦର ମହକୁମାଠାରେ ଥିବା ସମସ୍ତ ମାଛ, ମାଂସ ଦୋକାନକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ଏବଂ ବିକ୍ରେତା ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବହୁ ବର୍ଷରୁ ସ୍ଥାନୀୟ ବଜାର ନିକଟରେ ଦେବୋତ୍ତର ସ୍ଥାନରେ ଥିବା ମାଛ, ମାଂସ ମାର୍କେଟକୁ କିଛିଦିନ ତଳେ ପ୍ରଶାସନ ବେଆଇନ ଦର୍ଶାଇ ଉଚ୍ଛେଦ କରିଥିଲା। ପରେ କିଛି ବ୍ୟବସାୟୀ ନୂତନ ବାଇପାସ ନିକଟକୁ ଉଠିଯାଇଥିବାବେଳେ ଆଉ କେତେଜଣ ବିଭିନ୍ନ ଗଳିକନ୍ଦିରେ ଅସ୍ଥାୟୀ ଦୋକାନ ଖୋଲି ବେପାର କରୁଥିଲେ। ତେବେ ପ୍ରଶାସନ ସେହି ଦୋକାନଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛି। ଏହାକୁ ନେଇ ବିକ୍ରେତା ସଂଘ ଏବଂ ପ୍ରଶାସନ ମଧ୍ୟରେ ମଙ୍ଗଳବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା। ଏଥିରେ ସମସ୍ତ ବ୍ୟବସାୟୀ ସ୍ଥାନୀୟ ସାପ୍ତାହିକ ହାଟ ନିକଟରେ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେଠାରେ ପାଣି ଏବଂ ବିଦ୍ୟୁତ୍ର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ପ୍ରଶାସନ ଏବଂ ବିକ୍ରେତା ସଂଘ ନିଜ ନିଜ ଜିଦରେ ଅଟଳ ରହିବା ଫଳରେ ଆଲୋଚନା ବିଫଳ ହୋଇଥିଲା। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଠାରୁ ଦୋକାନ ବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପଟେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଥିବାବେଳେ ଦୋକାନୀମାନଙ୍କୁ ଆଗାମୀ ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ବୈଠକରେ ତହସିଲଦାର ସ୍ବାଗତ ଦାସ, ସରପଞ୍ଚ ନିରୁପମା ବୋଷଙ୍କ ସହ ବିକ୍ରେତା ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଥଇଥାନ ଦାବିରେ ମାଛ, ମାଂସ ବିକ୍ରେତା ସଂଘର ଆନ୍ଦୋଳନ ଧମକ: ସୋମବାରଠାରୁ ଦୋକାନ ବନ୍ଦ ନିଷ୍ପତ୍ତି
Posted inଅନୁଗୋଳ, ଆମ ଜିଲା ଖବର View All

ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ : ୧୫ ଆହତ
ସୋର, ୨୭।୫(ଡି.ଏନ.ଏ.)-ସୋର ଥାନା ୧୬ନଂ. ଜାତୀୟ ରାଜପଥ ଛଅପୋଲିଆଠାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର...

ସାର୍ବଜନୀନ ପୂଜା କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ:ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି
ଡୁବୁରୀ,୧୧-୯(ଡି.ଏନ୍.ଏ.)- ଡୁବୁରୀ ଅଞ୍ଚଳର ଅଗ୍ରଣୀ ପୂଜା ଅନୁଷ୍ଠାନ ସାବର୍ର୍ଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏ...

୨୫ ବର୍ଷ ପରେ ଫେରିଲେ ମା’ କୋଳକୁ
ଜଳେଶ୍ୱର,୧୫।୭(ଡି.ଏନ.ଏ.)-ରୋଜଗାର ପାଇଁ ସ୍ତ୍ରୀ, ପିଲା ଓ ପରିବାର ଛାଡ଼ି ଚାଲିଯାଇଥିଲେ କୋଲକାତା। ସେଠାରେ କିଛିି ଦିନ ରହଣୀ ମଧ୍ୟରେ ଅର୍ଥ ଲୋଭ ଓ ନୂଆ ସଂସାର...

‘ହତ୍ୟାକାରୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି’
ସିଂହପୁର,୧୧।୧(ଡି.ଏନ.ଏ.): ବିଞ୍ଝାରପୁର ଥାନାଞ୍ଚଳର ଜଣେ ଯୁବକ ବିଶ୍ୱଜିତ୍ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ବିତିବାକୁ ବସିଲାଣି। ହେଲେ ପୋଲିସ ଘଟଣା ଉପରୁ...

ବନବିଭାଗର ଅବହେଳା: ଅସୁସ୍ଥ ମାଈ ହାତୀର ଜୀବନ ଗଲା
ଦେବଗଡ଼,୨୬ା୫(ସ୍ବ.ପ୍ର.): ଦେବଗଡ଼ ରେଞ୍ଜ ତଥା କଂସର ଫରେଷ୍ଟ ସେକ୍ସନ ଅଧୀନ ହିରନ୍ ଗ୍ରାମରେ ଗତ ଏପ୍ରିଲ ୬ ତାରିଖରୁ ଆଶ୍ରୟ ନେଇଥିବା ଅସୁସ୍ଥ ହାତୀର ସ୍ବାସ୍ଥ୍ୟବସ୍ଥାରେ...

ନୂଆବର୍ଷରୁ ଆର୍ଟିଓ ଅଫିସରେ ଅଚଳାବସ୍ଥା ଆଶଙ୍କା
ବାରିପଦା ଅଫିସ,୩୦।୧୨: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରକାର ଅଣଦେଖା କରୁଥିବାରୁ ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ସ୍ମାର୍ଟ ଚିପ୍)ଙ୍କ ଭବିଷ୍ୟତକୁ ନେଇ...

ସଙ୍କଟ ଟାଳିବ ସଚେତନତା: ଜିଲାପାଳ
ଢେଙ୍କାନାଳ ଅଫିସ, ୫।୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ସତର୍କତା, ସଚେତନତା, ସାମାଜିକ ଦୂରତ୍ୱ ହିଁ ଏହି ମହାମାରୀ...

୨୧ରେ ବରଗଡ ଆସିବେ ମୁଖ୍ୟମନ୍ତ୍ରୀ
ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ...