ତ୍ରୟୋଦଶ ଚଉଷଠି ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ

ବାଳକାଟୀ,୨୬ା୧୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁରସ୍ଥିତ ତନ୍ତ୍ରପୀଠ ଚଉଷଠି ଯୋଗିନୀଙ୍କ ପୀଠରେ ଆୟୋଜିତ ତ୍ରୟୋଦଶ ଅନ୍ତର୍ଜାତୀୟ ଯୋଗିନୀ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଭୁବନେଶ୍ୱରର ନୃତ୍ୟ ପ୍ରତିଭା ଅନୁଷ୍ଠାନ ଓ ବାଲିଅନ୍ତା ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟଅତିଥି ଭାବେ ସଂସ୍କୃତ ବିଭାଗର ସଚିବ ଆଇଆର୍‌ଏସ୍‌ ମନୋରଞ୍ଜନ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅବସରରେ ଚଳିତବର୍ଷର ଚଉଷଠି ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି। ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରଶାନ୍ତ କୁମାର ବାରିକ ଓ ନୃତ୍ୟଶିଳ୍ପୀ ମଧୁମିତା ନାୟକ ‘ପ୍ରକୃତି ପୁରୁଷ’ ପରିବେଷଣ କରିଥିଲେ। ପରେ ପଦ୍ମଶ୍ରୀ ମହାନ୍ତି ଏକକ ଓଡ଼ିଶୀ ନୃତ୍ୟ କରିଥିଲେ, ଯାହା ଦର୍ଶକଙ୍କୁ ବିମୋହିତ କରିପାରିଥିଲା। ପରେ ନୂଆଦିଲ୍ଲୀର ଜୟନ୍ତୀଳା ଅନୁଷ୍ଠାନର ଓଡ଼ିଶୀ ନୃତ୍ୟଗୁରୁ ମଧୁମିତା ରାଉତ ଓ ସାଥୀ ଓଡ଼ିଶୀ ନୃତ୍ୟ କରିଥିଲେ। ପରେ ଭିଲାଇରୁ ଆସିଥିବା ନୃତ୍ୟାଙ୍ଗନା ରାକ୍ଷୀ ରାଏ ଭାରତନାଟ୍ୟମ୍‌ ପରିବେଷଣ କରିଥିଲେ। ଶେଷରେ ଗୁରୁ ଉଚ୍ଛବ ଦାସଙ୍କ ଦଳ ଘୋଡ଼ା ନାଚ ପରିବେଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ ତ୍ରିପାଠୀ ମଞ୍ଚାସୀନ ଥିଲେ। ଅନୁଷ୍ଠାନ ପକ୍ଷରୁ ଅଧ୍ୟାପକ ଡ.କାଳନ୍ଦୀଚରଣ ସାହୁଙ୍କ ସମ୍ପାଦନରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ତିନିଦିନ ଧରି ମହୋତ୍ସବକୁ ସଭାପତି ଅଧ୍ୟାପକ ଡ.ରଜନୀ ରଞ୍ଜନ, ସମ୍ପାଦିକା ଗୁରୁ ପ୍ରତିଭା ପଣ୍ଡା, ରୁନା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ଏହାସହ ଯୋଗିନୀ ପୀଠରେ ନୃତ୍ୟ ପ୍ରତିଭା ପକ୍ଷରୁ ଏକ କବିତା ଆସର ଆୟୋଜନ ହୋଇଥିଲା। ଏଥିରେ ଚଳିତବର୍ଷର ସୁରେଶ ବଳବନ୍ତ ରାଏ ସ୍ମାରକୀ ସାହିତ୍ୟ ସମ୍ମାନ ଭାବେ କବି ହରିପ୍ରସାଦ ଦାଶଙ୍କୁ ଓ ଯୁବ ସାହିତ୍ୟ ଭାବେ ଇପ୍‌ସିତା ଷଡଙ୍ଗୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରଜନୀ ରଞ୍ଜନଙ୍କ ‘ପ୍ରଜାପତିର ଡେଣା’, ପୂର୍ଣ୍ଣ ମହାରଣାଙ୍କ ‘ଫୁଲରାତି’ ଓ ସ୍ବର୍ଣ୍ଣଲତା ପତିଙ୍କ ‘ଆଲୋକ ଅନ୍ଧାର ଓ ମୁଁ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ଏହି କବିତା ଆସରରେ ୫୦ରୁ ଊର୍ଦ୍ଧ୍ୱ କବି ପାଠ କରିଥିଲେ। ବରିଷ୍ଠ କବି ଓ କଥାକାର ଅଜୟ ସ୍ବାଇଁ ଓ ଅଧ୍ୟାପକ ଡ. ରଜନୀ ରଞ୍ଜନ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?