ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ:ଜାଭିୟରକୁ ହରାଇ ଜେମ୍ସ ଚାମ୍ପିୟନ

ଯାଜପୁର ରୋଡ,୬-୧୧(ନି.ପ୍ର.)- ସେଣ୍ଟମେରୀଜ୍‌ ସ୍କୁଲ ଆନୁକୂଲ୍ୟରେ ତ୍ରୟୋଦଶ ଆନ୍ତଃଜିଲା ତରୁଣ ସ୍ମାରକୀ କ୍ରିକେଟ୍‌ ଟୁର୍ନାମେଣ୍ଟ୍‌ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଜେମ୍ସ ସ୍କୁଲ ଓ ଜାଭିୟର ହାଇସ୍କୁଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଜେମ୍ସ ସ୍କୁଲ ୯ ରନ୍‌ରେ ଜାଭିୟର ହାଇସ୍କୁଲକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଜାଭିୟର ସ୍କୁଲ ଟସ୍‌ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଜେମ୍ସ ସ୍କୁଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୫୩ ରନ୍‌ କରିଥିଲା। ଦଳ ପକ୍ଷରୁ ସୁମନ ମଣ୍ଡଳ ସର୍ବାଧିକ ୩୮ ରନ୍‌ କରିଥିଲେ। ଜବାବ୍‌ରେ ଜାଭିୟର ହାଇସ୍କୁଲ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ଉଇକେଟ୍‌ ହରାଇ ୧୪୪ ରନ୍‌ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଆଦିତ୍ୟ ଜେନା ୭୭ ରନ୍‌ କରିଥିଲେ। ଓସିଏର ଅମ୍ପାୟର ବୁଲୁ ପଟ୍ଟନାୟକ, ରମେଶ ମହାରଣା, ଚିନ୍ମୟ ମାଝୀ ଖେଳ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବର ମୁଖ୍ୟଅତିଥି ଭାବେ ଯାଜପୁର ପ୍ରଶାସନୀକ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ମୁଖ୍ୟବକ୍ତା ଭାବେ ଫେଡେରାଲ ବ୍ୟାଙ୍କ ଚିଫ୍‌ ମ୍ୟାନେଜର ରାଜୀବ କୁମାର, ସମ୍ମାନିତ ଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଫକୀର ଟୁଡୁ, ସ୍କୁଲର ପରିଚାଳକ ଫାଦର ସୁନୀଲ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସ୍କୁଲର ପ୍ରିନ୍ସପାଲ ସିଷ୍ଟର ରୋଜିଲୀ ସଭାପତିତ୍ୱ କରିଥିଲେ। ଟିଏମ୍‌ସିଟିର ସମ୍ପାଦକ ଅମିୟ ଜେନା ବିବରଣୀ ପାଠ କରିଥିଲେ। କମଲେଶ ରାଓ, ଆଶିଷ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଦୀପ୍ତିଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri