ତ୍ରୁଟିପୂର୍ଣ୍ଣ ପରିଚୟପତ୍ର: ଚିନ୍ତାରେ ଭୋଟର

ସିମୁଳିଆ,୧୭।୪(ଡି.ଏନ୍‌.ଏ.)-ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ କାର୍ଯ୍ୟ ଠିକ୍‌ ଭାବେ କରା ନ ଯିବାରୁ ତଥ୍ୟଗତ ତ୍ରୁଟି ଥାଇ ବହୁ ଭୋଟରଙ୍କୁ ନୂଆ ପରିଚୟପତ୍ର ବଣ୍ଟାଯାଇଛି। ଅଭିଯୋଗକଲେ ସଫ୍ଟଓ୍ବେର ଅପ୍‌ଡେଟ୍‌ ନ ହେବା କାରଣରୁ ଏଭଳି ତ୍ରୁଟି ହୋଇଥିବା କୁହାଯାଉଛି। ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ୫ଟି ପଞ୍ଚାୟତର ୧୯୭୮ଜଣ ମତଦାତାଙ୍କୁ ତ୍ରୁଟିପୂର୍ଣ୍ଣ ଭୋଟ ପରିଚୟପତ୍ର ଦିଆଯାଇଥିବାରୁ ସେମାନେ ଏଥର କିଭଳି ଭୋଟ ଦେବେ ଚିନ୍ତାରେ ପଡିଛନ୍ତି। ତ୍ରୁଟିପୂର୍ଣ୍ଣ ପରିଚୟପତ୍ର କୌଣସି କାମରେ ଆସିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ଭୋଟର ପରିଚୟପତ୍ରରେ ତ୍ରୁଟି ସଂଶୋଧନ ସହିତ ସାବାଳକ ଯୁବତୀଯୁବକଙ୍କୁ ଭୋଟର ତାଲିକାରେ ସାମିଲ କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ତାରିଖ ଘୋଷଣା କରାଯାଇଥିଲା। ଗଣମାଧ୍ୟମରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ ସିମୁଳିଆ ଅଞ୍ଚଳର ଶିକ୍ଷୟିତ୍ରୀଶିକ୍ଷକମାନେ ଏହି କାର୍ଯ୍ୟରେ ୨୦୧୮ ଅକ୍ଟୋବରରୁ ୨୦୧୯ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ନିୟୋଜିତ ଥିଲେ। ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ ପାଇଁ ଲୋକେ ବିଭିନ୍ନ ଫର୍ମପୂରଣ କରିଦେଇଥିଲେ। ସିମୁଳିଆ ବ୍ଲକରେ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ୧୦୯ ବ୍ଲକ ଲେଭଲ ଅଫିସର ଓ ୧୧ ସୁପରଭାଇଜର ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ମାର୍କୋଣା ପଞ୍ଚାୟତର ୪୨୦ଜଣଙ୍କ ଭୋଟର ପରିଚୟପତ୍ରରେ ତଥ୍ୟଗତ ତ୍ରୁଟି ରହିଥିବା ପ୍ରଥମେ ନଜରକୁ ଆସିଥିଲା। ଠିକଣାରେ ମାର୍କୋଣା ପରିବର୍ତ୍ତେ ବାଙ୍ଗରଖଡ଼ିଗଡ଼ିଆ ପଞ୍ଚାୟତ ଉଲ୍ଲେଖ ରହିଥିଲା। ବରୀ ପଞ୍ଚାୟତର ୩୦୯ଜଣଙ୍କୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାସିନ୍ଦା ଭାବେ ପରିଚୟପତ୍ର ମିଳିଛି। ଅନୁରୂପ ମଇତାପୁରର ୫୦୨ଜଣଙ୍କୁ ବଙ୍ଗାଳପୁର, ବଙ୍ଗାଳପୁରର ୯୫ଜଣଙ୍କୁ ମୁରୁଣା ଓ ସବଙ୍ଗର ୬୫୨ଜଣଙ୍କୁ ଆନନ୍ଦପୁର ପଞ୍ଚାୟତବାସୀ ରୂପେ କାର୍ଡ ପ୍ରଦାନ କରାଯାଇଛି। ମାର୍କୋଣା ପଞ୍ଚାୟତର ବୁଥ୍‌ ନଂ.୨୧୯ ଓ ୨୨୦ରେ ଅଧୀନ ମାର୍କୋଣା ଅଞ୍ଚଳର ୨୩ଜଣ ବ୍ୟକ୍ତି ଫର୍ମ ନଂ. ୮(ଏ)ରେ ପରିଚୟପତ୍ରରେ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ କରିଥିଲେ ମଧ୍ୟ ସେଥିରେ ଅନୁରୂପ ତ୍ରୁଟି ପରିଲକ୍ଷିତ ହୋଇଛି ା ଏପରି କି ମା’ବାପାଙ୍କଠାରୁ ଝିଅପୁଅଙ୍କ ବୟସ ଅଧିକ ଥିବା ସୂଚନା ମିଳିଛି ା  ମାର୍କୋଣା ନୂଆପଲ୍ଲୀ ଅଞ୍ଚଳର ୬୪ବର୍ଷୀୟ ଆଦିବାସୀ ମହିଳା ସୁକୁରୀ ସିଂ କହିଛନ୍ତି, ପୂର୍ବରୁ ଭୋଟ ପରିଚୟପତ୍ରରେ ତାଙ୍କ ପୁଅ ବୋହୂଙ୍କ ବୟସ ତାଙ୍କଠାରୁ ଅଧିକ ରହିଥିଲା ା ସେ ୩ ଥର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସଂଶୋଧିତ କାର୍ଡ ମିଳିପାରି ନାହିଁ। ସେହିପରି ତାଙ୍କ ପଞ୍ଚାୟତ ମାର୍କୋଣା ଓ ଗାଁ ନୂଆପଲ୍ଲୀ ପରିବର୍ତ୍ତେ ବାଙ୍ଗରଖଡିଗଡିଆ ପଞ୍ଚାୟତର ରିଆ ଗାଁ ଲେଖାରହିଛି। ରିଆ ଅଞ୍ଚଳର ଶ୍ରୀକାନ୍ତ ବେହେରାଙ୍କ ବୟସ ୬୭ ଉଲ୍ଲେଖ ଥିବା ବେଳେ ତାଙ୍କ ଶାଶୁ ଗୁରଙ୍କ ବୟସ ୬୩ କାର୍ଡରେ ଲେଖାଯାଇଛି ା ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ମାର୍କୋଣା ଅଞ୍ଚଳର ପ୍ରେମାନନ୍ଦ ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁକାନ୍ତିଲତା ପାଢ଼ୀଙ୍କ ଗ୍ରାମ ରିଆ ପରିବର୍ତ୍ତେ ମାର୍କୋଣା ସଂଶୋଧନ କରାଯିବା ଲାଗି ସେମାନେ ଆବେଦନ କରିଥିଲେ ମଧ୍ୟ ନୂଆ କାର୍ଡରେ ଗ୍ରାମ ରିଆ ଓ ପଞ୍ଚାୟତ ବାଙ୍ଗରଖଡିଗଡିଆ ବୋଲି ଲେଖା ରହିଥିବା ଅଭିଯୋଗ ହୋଇଛି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଡ ପାଇଥିବା ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ବିଦ୍ୟୁତ୍‌ ସଂଯୋଗ ନେବା ଆଦି କ୍ଷେତ୍ରରେ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥର ସେମାନେ କିଭଳି ଭୋଟ ଦେବେ ସେନେଇ ଚିନ୍ତାରେ ପଡିଛନ୍ତି। ତ୍ରୁଟିପୂର୍ଣ୍ଣ କାର୍ଡ କୌଣସି କାମରେ ଆସିବ ନାହିଁ ବୋଲି ଅଧିକାରୀମାନେ କହୁଥିଲେ ମଧ୍ୟ ଏହାର ସଂଶୋଧନ ଲାଗି ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଡ. ନରହରି ବେହେରାଙ୍କୁ ପଚାରିବାରୁ ତ୍ରୁଟିପୂର୍ଣ୍ଣ କାର୍ଡ ସମ୍ପର୍କରେ ସେ ପିଡିଙ୍କୁ ଜଣାଇଥିବା କହିଛନ୍ତି। ନୂତନ ପଞ୍ଚାୟତ ପୁନର୍ଗଠିତ ହେବା ଯୋଗୁ ଏଭଳି ଅସୁବିଧା ଉପୁଜିଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର...

ଦିବ୍ୟାଙ୍ଗ ପିଲାଙ୍କ ସହ ପର୍ଯ୍ୟଟନମନ୍ତ୍ରୀଙ୍କ ନୂଆବର୍ଷ

ଖଇରା, ୨।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆସ୍ଥିତ କେଶବପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପିଲାଙ୍କ ସହ ନୂଆବର୍ଷ ପାଳିଛନ୍ତି...

ମହରମ୍‌ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ

ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍‌ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି।...

୧୫ ରାଉଣ୍ଡ: ଆଗରେ ଭାଜପା ପ୍ରାର୍ଥୀ

ବାଲେଶ୍ୱର ଅଫିସ, ୨୩ା୫-ବାଲେଶ୍ୱର ଲୋକସଭା ଆସନରେ ୧୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ୨ ଲକ୍ଷ ୨ ହଜାର ୬୯୪ ଭୋଟ ପାଇଥିବା ବେଳେ ବିଜେଡି...

୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୧୩ା୧୧: ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରାଡବଜାର ଅଞ୍ଚଳରୁ ପୋଲିସ ଦୁଇ ଯୁବକଙ୍କଠାରୁ ୨୭ ଗ୍ରାମ ବାଉନସୁଗାର ଜବତ କରିଛି। ଏନେଇ ପୋଲିସ...

ପିଏକ୍ସଇର ପ୍ରତିଷ୍ଠା ସମାରୋହ

ବାଲେଶ୍ୱର ଅଫିସ,୧୬।୧୧-ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ)ର ୧୨୫ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବିଶିଷ୍ଟ...

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

Advertisement
Archives

Model This Week