Posted inଜାତୀୟ

ତ୍ରିରଙ୍ଗା ପତାକା ପ୍ରସ୍ତୁତ ପାଇଁ ଘର ବିକିଲେ ଏହି ବ୍ୟକ୍ତି

ହାଇଦ୍ରାବାଦ୍‌, ୧୬।୫: ଦେଶର ପତାକା ପ୍ରତି ସମସ୍ତ ନାମରିକଙ୍କ ସମ୍ମାନ ଭାବ ଥାଏ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ। ଏଠାରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପାଇଁ ନିଜ ଘର ବିକ୍ରି କରିଦେଇଛନ୍ତି। ବ୍ୟକ୍ତିଙ୍କ ନାମ ଆର୍‌ ସତ୍ୟନାରାୟଣ। ପେସାରେ ସେ ଜଣେ ବୁଣାକାର। ତ୍ରିରଙ୍ଗାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବା ପାଇଁ ତାଙ୍କର ବହୁଦିନରୁ ଇଚ୍ଛା ଥିଲା। ବିନା କପଡା ଯୋଡି ଗୋଟିଏ କପଡାରେ ସେ ପତାକା ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ଏହାକୁ ପ୍ରସ୍ତୁତ ପାଇଁ ସାଢେ ୬ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ଏଥିପାଇଁ ସେ ନିଜ ଘର ବିକି ଦେଇଥିଲେ। ଏହି ଟଙ୍କାରେ ସେ ୪ବର୍ଷ ଧରି ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ। ୧୨ ଫୁଟ ଲମ୍ବର ଏହି ତ୍ରିରଙ୍ଗା ଲାଲକିଲାରେ ଉଡିବାକୁ ସେ ଚାହୁଁଛନ୍ତି ବୋଲି କହିଛନ୍ତି। ଆଜିପର୍ଯ୍ୟନ୍ତ ଗୋଟିଏ କପଡାରେ ଦେଶରେ ତ୍ରିରଙ୍ଗା ପ୍ରସ୍ତୂୁତ ହୋଇନାହିଁ, ମୋ ଦ୍ୱାରା ପ୍ରସ୍ତୁତ ଏହା ପ୍ରଥମ ବୋଲି ସେ ଦାବି କରିଛନ୍ତି। ଏହି ତ୍ରିରଙ୍ଗାକୁ ସେ ବିଶାଖାପାଟନମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢ଼ିବାକୁ ମନା କଲେ କିନ୍ନର: ଆଣିଲେ ନିର୍ଯାତନା ଅଭିଯୋଗ

ଥିରୁଭାନନ୍ତପୁରମ୍‌,୪।୪: କେରଳ ବିଧାନସଭା ନିର୍ବାଚନ ପାଇଁ କୋଲ୍ଲମ୍‌ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୮ ବୟସ୍କା କିନ୍ନର ଅନନ୍ୟା କୁମାରୀ ଏଲେକ୍ସ୍‌ ତାଙ୍କ ଦଳ...

କଂଗ୍ରେସରେ ଇସ୍ତଫାର ସୁଅ

ନୂଆଦିଲ୍ଲୀ,୨୯ା୬(ପି.ଟି.): କଂଗ୍ରେସ ଏମ୍‌ପି ବିବେକ ତନ୍‌ଖା ଦଳର ଆଇନ ଓ ମାନବାଧିକାର ସେଲ୍‌ ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ସାଧାରଣ ସମ୍ପାଦକ ଦୀପକ ବାବରିଆ...

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ...

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି।...

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର...

କପିଲ ମିଶ୍ରାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୫ା୧: ଦିଲ୍ଲୀର ଭାଜପା ନେତା କପିଲ ମିଶ୍ରାଙ୍କ ସାମ୍ପ୍ରଦ।ୟିକ ଟୁଇଟ୍‌କୁ ନେଇ କଠୋର ହୋଇଛନ୍ତି ନିର୍ବାଚନ କମିଶନ(ଇସି)। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ...

ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ...

୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ପିକେ ଭରସା, ପ୍ରସ୍ତୁତ ହେବ ସ୍ବତନ୍ତ୍ର ରଣନୀତି…

ନୂଆଦିଲ୍ଲୀ,୮।୯: ନିର୍ବାଚନ ରଣନୀତିଜ୍ଞ ଭାବରେ ପରିଚିତି ହାସଲ କରିଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳରେ ଆଲୋଚନା ଚାଲିଛି। ୨୦୨୪ ନିର୍ବାଚନରେ କଂଗ୍ରେସ...

Advertisement


Archives

Model This Week