ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହ ନିଆରା ଢଙ୍ଗରେ କରିଛନ୍ତି। ଏଥିରେ ବର ତ୍ରିରଙ୍ଗାର ତିନି ରଙ୍ଗରେ ତିଆରି ପଗଡି ପିନ୍ଧିଥିବା ବେଳେ କନ୍ୟାକୁ ଏହି ତ୍ରିରଙ୍ଗା ରଙ୍ଗରେ ତିଆରି କରାଯାଇଥିବା ଏକ ମାଳା ପିନ୍ଧାଇଥିଲେ। କେବଳ ସେତିକି ନୁହେଁ ଜନସଂଖ୍ୟା ନିୟନ୍ତ୍ରଣକୁ ଆଇନରେ ପରିଣତ କରିବାକୁ ଏକ ଫ୍ଲେକ୍ସ ତିଆରି କରି ବିବାହ ମଣ୍ଡପ ନିକଟରେ ଲଗାଯାଇଥିବା ଦେଖାଯାଇଛି। ଦେଶର ଜନସଂଖ୍ୟା ଆସନ୍ତା ୨ ବର୍ଷ ମଧ୍ୟରେ ୧୫୦ କୋଟି ଅତିକ୍ରମ କରିବାକୁ ବସିଥିବାରୁ ସେ ଏପରି କରିଥିବା କହିଛନ୍ତି। ଏମିତିକି ମଣ୍ଡପକୁ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯାଇଥିଲା। ଆହୁରି ମଧ୍ୟ ବିବାହ ସମୟରେ ଦେଶଭକ୍ତି ଗୀତ ଶୁଣିବାକୁ ମିଳିଥିଲା। ଚନ୍ଦୌସିର ପରିବହନ ବିଭାଗରେ କାମ କରୁଥିବା ଅନିଲ ମିଶ୍ରଙ୍କ ପୁଅ ମୋହିତ ମିଶ୍ରଙ୍କ ବିବାହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋହିତ ମିଶ୍ର ସୋମବାର ସୋନମ ପାଠକଙ୍କୁ ବିବାହ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାହରେ ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ସେଥିରେ ହିନ୍ଦୀରେ ଗୋଟିଏ ଲାଇନ୍‌ ଲେଖି ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇ କିଛି ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ତେବେ ଦେଶରେ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ହିଂସା ଭଳି ପରିସ୍ଥିତି ଉପୁଜିବା ଓ ଅନେକ ଗାଡି ମୋଟର ପୋଡି ଦେବା ଭଳି ଘଟଣା ଅନିଲଙ୍କୁ ଆଦୌ ଭଲ ଲାଗି ନ ଥିଲା। ସେଥିପାଇଁ ସେ ନିଜ ପୁଅଙ୍କ ବିବାହ କାର୍ଡରେ ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇବା ସହ ଏହାର ବାସ୍ତବିକତା ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସେ ତାଙ୍କ ପୁଅର ବିବାହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୂନ୍ୟକାଳରେ ପ୍ରଶ୍ନ: ବିବାହରେ ୫୦ ବରଯାତ୍ରୀ-୧୧ ପ୍ରକାର ଖାଦ୍ୟ ବାଧ୍ୟତା ମୂଳକ…

ନୂଆଦିଲ୍ଲୀ, ୩୦।୩ : କଂଗ୍ରେସ ଏମ୍‌ପି ଜସବୀର ସିଂ ଗିଲ ବୁଧବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଯେ...

କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଷ୍ଟାଲିନ୍‌ଙ୍କ ପୁଅ

ଚେନ୍ନାଇ,୧୫।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନ୍‌ ବୁଧବାର ଚେନ୍ନାଇର ରାଜ ଭବନରେ ଯୁବ କଲ୍ୟାଣ ଏବଂ କ୍ରୀଡ଼ା...

ଏୟାର ହୋଷ୍ଟେସ୍‌ ଗୀତିକା ଆତ୍ମହତ୍ୟା ମାମଲା: ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୨୫।୭: ୨୦୧୨ରେ ବହୁଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି...

ପୁଲଓ୍ବାମା ଅବନ୍ତିପୋରାରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଜମ୍ମୁ-କଶ୍ମୀର ପୁଲାଓ୍ବାମା ଜିଲାର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ର଼୍ୟାମ୍ପ୍‌ରେ ଚାଲିବେ କୁକୁର: ୪୦ ଦେଶୀ-ବିଦେଶୀ ପ୍ରଜାତି ହେବେ ସାମିଲ୍‌

ଜୟପୁର,୧୯।୧: ମଣିଷ ର଼୍ୟାମ୍ପ୍‌ରେ ଚାଲିବା ଜଣା ଅଛି ତେବେ କୁକୁର ଏପରି କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ରାଜସ୍ଥାନ ଜୟପୁରରେ ଏଭଳି ଏକ...

ୟୁପିଆଇ କମାଇଛି ଚକୋଲେଟ୍‌ ବ୍ୟବସାୟ

ନୂଆଦିଲ୍ଲୀ: ଦେଶରେ କ୍ୟାଶ୍‌ଲେସ୍‌ ପେମେଣ୍ଟର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଟଙ୍କା ଦେଣନେଣ ପଦ୍ଧତି ସହଜ ହୋଇଥିଲେ ହେଁ ଅନେକ ବ୍ୟବସାୟୀଙ୍କ ଉପରେ...

ଆଗାମୀ ନିର୍ବାଚନ ଲଢିବେ ନାହିଁ ଓମାର ଅବଦୁଲ୍ଲା, ସରକାର ଗଢିବାକୁ ନେଇପାରନ୍ତି ପିଡିପିର ସମର୍ଥନ

ଶ୍ରୀନଗର,୧୬ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ...

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା...

Advertisement
Archives

Model This Week